ବିଜେପି ବିଧାୟିକା ପ୍ରାଥୀ ଅପରାଜିତା ଙ୍କୁ ଢ଼େଲା ପଥର ମାଡ ସହିତ ତୀବ୍ର ବିରୋଧ

ନିର୍ବାଚନ ଚାଲିଥିବା ବେଳେ ଦୁଇଟି ପର୍ଯ୍ୟାୟ ମତଦାନ ସରିଗଲାଣି I କିଛି ସ୍ଥାନରେ ହିଂସା ଦେଖାଯାଇଥିବା ବେଳେ ରାଜନୈତିକ ପରିସ୍ଥିତି ସରଗରମ ରହିଛି I ତେବେ ଭୁବନେଶ୍ୱର ଉତ୍ତର ରୁ ବିଜେପି ଟିକେଟ ରେ ନିର୍ବାଚନ ଲଢ଼ୁଥିବା ବିଧାୟକ ପ୍ରାଥୀ ଅପରାଜିତା ମହାନ୍ତି ଆଣିଛନ୍ତି ସଙ୍ଗୀନ ଅଭିଯୋଗ I ଆଜି ସେ ପ୍ରଚାର ପାଇଁ ଭୁବନେଶ୍ୱର ର ମା ମଙ୍ଗଳା ବସ୍ତି କୁ ଯାଇଥିବା ବେଳେ ତାଙ୍କୁ ସେଠାରେ ଦେଖି ସ୍ଥାନୀୟ ଲୋକମାନେ ଖୁଶି ହେଇଯାଇଥିଲେ ଏବଂ ଅପରାଜିତା ସେ ସ୍ଥାନକୁ ଯାଉଥିବା ସମୟରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ବିରୋଧ କରିବା ସହିତ ଅତର୍କିତ ଭାବେ ଗାଳି ଗୁଲଜ କରିଥିଲେ ଏପରିକି କିଛି ଲୋକ ତାଙ୍କୁ ପଥର ଢେଲା ମାରିଥିବା ଅଭିଯୋଗ କରିଛନ୍ତି ଅପରାଜିତା

I ସେଠାରେ ଉପସ୍ଥିତ ଥିବା ଜଣେ ମହିଳା ତାଙ୍କୁ ସୁରକ୍ଷିତ ଭାବରେ ସେଠାରୁ ଆଣି ଗାଡ଼ିରେ ବସେଇଦେବାପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣକାରୀ ମାନେ ନିସ୍ତୁକ ମାଡ ମାରିଥିବା ଅପରାଜିତା ଅଭିଯୋଗ କରିଛନ୍ତି I ଏପରିକି ନାରୀକୁ ସନମାନ ର ନାରା ଦେଉଥିବା ଦଳ କିପରି ଜଣେ ନାରୀ ଉପରକୁ ହାତ ଉଠେଇଲେ ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା I ତେବେ ଆକ୍ରମଣ କାରୀଙ୍କ ବିଷୟରେ ଜଣାପଡ଼ିନଥିଲେ ମଧ୍ୟ ,ଅପରାଜିତା କହିଛନ୍ତି କି ବିଜେପି ପ୍ରତି ଲୋକପ୍ରିୟତାରେ ବିରୋଧୀ ଡରିଯାଇଛନ୍ତି I

ସେଥିପାଇଁ ଆକ୍ରମଣ କରୁଛନ୍ତି I

Leave a Reply

Your email address will not be published. Required fields are marked *