ଚିଟ୍ ଫଣ୍ଡ ମାମଲାରେ ମନି ଲଣ୍ଡରିଂ ଆକ୍ଟ ଲଗାଇ ତୁରନ୍ତ ଫଇସଲା କରିବାକୁ କହିବାରୁ ରାଜ୍ୟସରକାର ମୋ ଉପରେ କ୍ଷୁବ୍ଧ ଥିଲେ

କଟକ ଲୋକସଭା ପାଇଁ ସମସ୍ତଙ୍କ ନଜର ପ୍ରକାଶ ଏବଂ ଭର୍ତ୍ତୃହରି ଙ୍କ ଉପରେ ଥିବାବେଳେ ଏବେ ବିଜେଡି ସରକାର ଙ୍କ ଗୁମର ଖୋଲିବାରେ ଲାଗିଛନ୍ତି ବିଜେପି ପ୍ରାଥୀ ପ୍ରକାଶ ମିଶ୍ର I ଏକ ଘରୋଇ ଗଣମାଧ୍ୟମ କୁ ସାକ୍ଷାତକାର ଦେଇ କିପରି ଭାବରେ ତାଙ୍କୁ ହଇରାଣ କରାଯିବା ସହିତ ସରକାର ଙ୍କ ଅସଲ ଉଦ୍ଧେଶ୍ୟ ବଖାଣିଛନ୍ତି I ପ୍ରକାଶ କହିଛନ୍ତି ଯେ, ଚିଟ୍ ଫଣ୍ଡ ମାମଲାରେ ସିବିଆଇ ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ସେ ଚାଁହୁଥିଲେ କିନ୍ତୁ ରାଜ୍ୟ ସରକାର ଚିଟ୍ ଫଣ୍ଡ ମାମଲାର ସିବିଆଇ ତଦନ୍ତ କୁ ସମ୍ପୂର୍ଣ୍ଣ ବିରୋଧ କରୁଥିଲେ।ବରଂ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟରେ ସରକାର ଅପିଲ କରିଥିଲେ I

ଚିଟ୍ ଫଣ୍ଡ ମାମଲାରେ ମନି ଲଣ୍ଡରିଂ ଆକ୍ଟ ଲଗାଇବାକୁ ପ୍ରକାଶ ସଜେସନ ଦେଇଥିଲେ ,ଏହାଦ୍ୱାରା ତ୍ୱରିତ ବେଗରେ ତଦନ୍ତ ହେଇଥାନ୍ତା କିନ୍ତୁ ପ୍ରକାଶ ଙ୍କ ଏପରି ସୁପାରିଶ କୁ ରାଜ୍ୟ ସରକାର ବହୁତ କ୍ଷୁବ୍ଧ ଥିଲେ ବୋଲି ପ୍ରକାଶ କହିଛନ୍ତି । ଯେଉଁଥିପାଇଁ ତାଙ୍କ ବଦଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି I

ସେହି ସମୟରେ ନିର୍ବାଚନ ପ୍ରଚାର ରେ ଆମ୍ବୁଲାନ୍ସ ଭିତରୁ ବିଜେଡି ର କିଛି ଟଙ୍କା ଧରାପଡିଥିଲା ,ସେଥିପାଇଁ ରାଜ୍ୟ ସରକାର ପ୍ରକାଶ ଙ୍କ ଉପରେ କ୍ଷୁବ୍ଧ ଥିଲେ ବୋଲି କହିଛନ୍ତି I

Leave a Reply

Your email address will not be published. Required fields are marked *