ବଦଳିଲା ଗ୍ୟାଙ୍ଗଷ୍ଟର ଟିଟୋର ଠିକଣା ! କେନ୍ଦ୍ରାପଡା ଜେଲରୁ ଝାରପଡା ଜେଲକୁ ସ୍ଥାନାନ୍ତର ହେଲା

ବର୍ତ୍ତମାନ ବଦଳି ଯାଇଛି ଟିଟୋ ର ଠିକଣା। ଟିଟୋ କୁ କେନ୍ଦ୍ରାପଡ଼ା ଜେଲ୍ ରୁ ଝା ଜେଲ୍ କୁ ସ୍ଥାନାନ୍ତର କରାଯାଇଛି। କଡା ସୁରକ୍ଷା ମଧ୍ୟରେ ଟିଟୋ କୁ କେନ୍ଦ୍ରାପଡ଼ା ରୁ ଭୁବନେଶ୍ୱର ଅଣାଯାଇଛି।

୨୦୧୮ ସେପ୍ଟେମ୍ବର ମାସ ରେ ଶୟଦ୍ ଉଷ୍ମାନ୍ ଅଲ୍ଲୀ ଓରଫ୍ ଟିଟୋ କୁ ଗିରଫ କରିଥିଲା ପୋଲିସ। ରାଜକନିକା ରେ ନସିରୁଦ୍ଧିନ ଉପରେ ମରଣାନ୍ତକ ଆକ୍ରମଣ ରେ ଟିଟୋ ବିରୋଧ ରେ ସୁରାଗ ମିଳିବା ପରେ ଏସଟିଏଫ ତାଙ୍କୁ ଗିରଫ କରିଥିଲା।

ନସିରୁଦ୍ଦିନ ଉପରେ ଏହି ମରଣାନ୍ତକ ଆକ୍ରମଣ ଘଟିଥିଲା ୨୦୧୦ ମସିହା ରେ। ଆଗରୁ ଜେଲ୍ ରେ ଥିବାବେଳେ ନଶିରୁଦ୍ଦିନ କୁ ରାସ୍ତାରୁ ହଟାଇବା ପାଇଁ ଟିଟୋ ଏକ ନୂଆ ଯୋଜନା କରିଥିଲା। ଏହା ସହ ସେ କେନ୍ଦ୍ରାପଡ଼ା ରେ ଏହି କୁଖ୍ୟାତ ଦାଦାବଟି ଆଦାୟ ସହିତ ୩୮ ଟି ମାମଲା ରହିଛି। ତେବେ ପୋଲିସ ସୂଚନା ଅନୁସାରେ ଏହି ୩୮ ଟି ମାମଲା ରୁ ୩୬ ଟି ମାମଲା ରେ ସେ ସାକ୍ଷ୍ୟ ପ୍ରମାଣ ଅଭାବ ରୁ ସେ କୋର୍ଟ ରୁ ନିର୍ଦ୍ଦୋଷ ରେ ମୁକୁଳି ଯାଇଥିଲା। କିନ୍ତୁ ବର୍ତ୍ତମାନ ସେ ଗିରଫ ହୋଇ କେନ୍ଦ୍ରାପଡ଼ା ରୁ ଝାଡପଡ଼ା ଜେଲ୍ କୁ ସ୍ଥାନାନ୍ତର ହୋଇଛି।

Leave a Reply

Your email address will not be published. Required fields are marked *