ବେଦ ପ୍ରକାଶ ଙ୍କ ପରଲୋକ ପରେ କଣ ହେବ ଏବେ ପାଟକୁରା ନିର୍ବାଚନ ର ?ନିର୍ବାଚନ ହେବ ନା ନାହିଁ?

ପୂର୍ବତନ ବିଧାୟକ ତଥା ଏହି ନିର୍ବାଚନ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ ଙ୍କ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ୍ ରେ ପରଲୋକ ହୋଇଯାଇଛି।

ପାଟକୁରା ରୁ ୨ ଥର ସେ ବିଧାୟକ ଥିଲେ ଏବଂ କେନ୍ଦ୍ରାପଡ଼ା ରୁ ମଧ୍ୟ ବିଧାୟକ ଥିଲେ। ସେ ବିଜେଡ଼ି ର ବହୁତ୍ ଗୁରୁତ୍ୱପୂର୍ଣ୍ଣ ପଦବୀ ରେ ମଧ୍ୟ ଥିଲେ। ସେ ବିଜେଡ଼ି ର ଇସ୍ତାହାର କମିଟି ର ଅଧକ୍ଷ ମଧ୍ୟ ଥିଲେ।

ଚଳିତ ନିର୍ବାଚନ ପାଇଁ ତାଙ୍କୁ ବିଜେଡ଼ି ତରଫ ରୁ ଟିକେଟ ମିଳିଥିଲା। ତାଙ୍କ ଦେହ ଠିକ୍ ରହୁନଥିବାରୁ ସେ ନିର୍ବାଚନ ନା ଲଢ଼ିବାକୁ କହିଥିଲେ ମଧ୍ୟ ବିଜେଡ଼ି ତରଫରୁ ତାଙ୍କୁ ଟିକେଟ ମିଳିଥିଲା କିନ୍ତୁ ସେ ଟିକେଟ ପାଇଁ ମଧ୍ୟ ଆସି ପାରିନଥିଲେ। ପରେ ତାଙ୍କ ପତ୍ନୀ ଓ ତାଙ୍କ ପୁଅ ଆସି ନବୀନ ନିବାସ ରୁ ଟିକେଟ ଗ୍ରହଣ କରିଥିଲେ।

ତେବେ ବେଦୁ ଙ୍କ ପରଲୋକ ପରେ ଏବେ ମିଳିଥିବା ସୂଚନା ଅନୁସାରେ ପାଟକୁରା ପାଇଁ ନିର୍ବାଚନ କୁ ବାତିଲ କରାଯିବା ଯାହାକି ଆଉ ୬ ମାସ ପରେ ନିର୍ବାଚନ ହେବ।

Leave a Reply

Your email address will not be published. Required fields are marked *