ଶ୍ରୀମନ୍ଦିର ରେ ଚଢି ପତିତପାବନ ବାନା ଫୋପାଡ଼ି ନିଜ ଗାମୁଛା ବାନ୍ଧିଦେଲା ଯୁବକ ,ସୁରକ୍ଷା କୁ ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିର ର ପ୍ରଭୁ ଏବଂ ପତିତପାବନ ଙ୍କୁ ନେଇ ସବୁବେଳେ ଭକ୍ତ ମାନଙ୍କ ମଧ୍ୟରେ ଏକ ଭାବାବେଗ ଯୋଡି ହେଇ ରହିଛି I ମନ୍ଦିର ରେ କିଛି ହେଇଗଲେ ଭକ୍ତ ମନରେ ଆଘାତ ଲାଗିଥାଏ ,ମନ୍ଦିର ରେ ସୁରକ୍ଷା ବ୍ୟବସ୍ତା ପୁରା କଡାକଡି ହେଇଥାଏ I ଆଜି କିନ୍ତୁ ଏକ ଅଭାବନୀୟ ଘଟଣା ଘଟିଛି I ଶ୍ରୀମନ୍ଦିର ର ସୁରକ୍ଷା ବଳୟ ଭେଦି ଜଣେ ଯୁବକ ମନ୍ଦିର ଭିତରେ ପଶିଥିଲା

I ସମସ୍ତଙ୍କ ନଜର ଆଢୁଆଳ ରେ ମନ୍ଦିର ଉପରକୁ ଚଢି ପତିତପାବନ ବାନା ଖୋଲିଦେଇଛି ଯୁବକ ଜଣଙ୍କ I କେବଳ ଏତିକି ନୁହେଁ ପତିତପାବନ ବାନା ଖୋଲି ନିଜ ଗାମୁଛା କୁ ମନ୍ଦିର ରେ ବାନ୍ଧି ଦେଇଛି ଯୁବକ ଜଣଙ୍କ I ଏନେଇ ଜଣାପଡିବା ପରେ ସଂଗେ ସଂଗେ ସିଂହଦ୍ୱାର ପୋଲିସ ଘଟଣା ସ୍ଥଳରେ ପହଂଚି ତଳେ ଅପେକ୍ଷା କରିଥିଲେ ଏବଂ ଯୁବକ ପହଁଚିବା ପରେ ଥାନାକୁ ନିଆଯାଇଥିଲା I

ପଚାର ଉଚରା ପରେ ଜଣାପଡିଛି କି ଯୁବକ ମାନସିକ ବିକୃତ ଅଟେ I ତେବେ ଏତେ ସବୁ ସୁରକ୍ଷା ବଳୟ ଥିବାବେଳେ ହଠାତ କିପରି ଯୁବକ ଜଣଙ୍କ ମନ୍ଦିର ରେ ପହଁଚି ବାନା ବାନ୍ଧିଲେ ତାହାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି I

Leave a Reply

Your email address will not be published. Required fields are marked *