ବିଦ୍ୟୁତ ବିଭାଗର କର୍ମଚାରୀ ମାନସିକ ଚାପ ଦୂରେଇବେ କିପରି ?

କଥାରେ ଅଛି ” ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ” ।ଆମେ ମନୁଷ୍ୟ ଜାତି ହେଲେ ପରମେଶ୍ବରଙ୍କ ଦ୍ଵାରା ଏ ପୃଥିବୀରେ ଶ୍ରେଷ୍ଠ ସୃଷ୍ଟି । ଧରାପୃଷ୍ଠରେ ପାଦ ଦେବାଠାରୁ ଆରମ୍ଭ କରି ଏଠାରୁ ଅନ୍ତିମ ବିଦାୟ ନେବା ପର୍ଯ୍ୟନ୍ତ ବିଭିନ୍ନ ମାନସିକ ସ୍ତର ମଧ୍ୟଦେଇ ଆଗକୁ ବଢ଼ିବାରେ ଲାଗୁ ।ମନୁଷ୍ୟର ବାଲ୍ୟକାଳରେ ମନର ଯେଉଁ ସ୍ଥିତି ଥାଏ, ତାହା ବୟସ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ମାନସିକ ଚାପ କ୍ରମାନୟରେ ବଢ଼ି ବଢ଼ି ଚାଲେ ।କେତେବେଳେ ପାଠ ପାଇଁ ତ କେତେବେଳେ ରୋଜଗାର ।ରୋଜଗାର ପାଇଲା ପରେ ଜଟିଳତା ମଧ୍ୟରୁ ସରଳର ସନ୍ଧାନ ତ କେତେବେଳେ ଜନ୍ମମାଟି ଠାରୁ ଦୂରରେ କର୍ମକ୍ଷେତ୍ର ନେଇ ମଧ୍ୟ ମନରେ ମାନସିକ ଚାପ ସୃଷ୍ଟି ହୋଇଥାଏ।
ଏଠି ମୁଁ ହେଉ ଅବା ଆପଣ, ଯିଏ ବି ହୁଅନ୍ତୁ ନା କାହିଁକି ବିନା କଷ୍ଟରେ ସୁଖ, ବିନା ଯନ୍ତ୍ରଣାରେ ଆନନ୍ଦ, ବିନା ବୁଦ୍ଧିରେ ଉପାୟ, ବିନା ସ୍ବପ୍ନରେ ସଫଳତା ଏହା ଆଦୌ ସମ୍ଭବ ନୁହେଁ। ଘରକୁ ଚଳାଉଥିବା ମୁରବି ଠାରୁ ଆରମ୍ଭ କରି ଦେଶ ଚଳାଉଥିବା ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ମାନସିକ ଚାପରେ ରହନ୍ତି। ଆଉ ଆପଣ ମାନେ ଜାଣନ୍ତି ଚାପ ନ ରହିଲେ ବର୍ଷା ବି ହୁଏନି ।କଥାରେ ଅଛି ” ଯେଡେ ବାଉଁଶ ସେଡେ ପୋଲା ” । ମନରେ ସୃଷ୍ଟି ହେଉଥିବା ମାନସିକ ଚାପକୁ ଯିଏ ଯେତେ ପରିଚାଳନା କରି ପାରିଲା ସିଏ ସେତେ ଅଧିକ ଜୀବନକୁ ଉପଭୋଗ କରି ପାରିବ।
କର୍ମ ସଂସ୍ଥାନ :- ସରକାରୀ ହେଉ ଅବା ବେସରକାରୀ, ବିନା ମାନସିକ ଚାପରେ କାର୍ଯ୍ୟ କରିବା ଅସମ୍ଭବ।ବର୍ତ୍ତମାନ ଆମେ ଆସିବା ଆମ ବିଭାଗ ଉପରକୁ। ଆମେ ଏମିତି ଏକ ବିଭାଗରେ ସେବା ଯୋଗାଇ ଆସୁଛନ୍ତି, ଯେମିତିକି ଆମ ଉପରେ ସମସ୍ତଙ୍କ ଉପରେ ତୀକ୍ଷ୍ଣ ନଜର। ଆଉ ଏମିତି ଏକ ବିଶାଳ ସମୁଦ୍ରର ଜଗୁଆଳି ଭାବେ ଆମେ ଦାୟିତ୍ବ ନିର୍ବାହ କରୁଅଛୁ ସତ, କିନ୍ତୁ କହିବାକୁ ଗଲେ ସେହି ସମୁଦ୍ରରୁ ପ୍ରାୟତଃ ଅଧିକାଂଶ ଲୋକ ଢାଳ ବାଲଟି ଗରା ବିନା ବାଧାବିଘ୍ନରେ ପିଇବା ପାଇଁ ଇଚ୍ଛା ।ଯିଏ ତହିଁରେ ବାଟ ଓଗାଳିବ କିମ୍ବା ସଠିକ୍ ବାଟ ଓ ତାହାର ବିନିଯୋଗ କରିବା ପାଇଁ କହିବ ସିଏ ଖରାପ କର୍ମଚାରୀର ମାନ୍ୟତା ପାଇବ ଏହା ନିଃସନ୍ଦେହ। ଏଠି ଅଶି ଟଙ୍କା ଦେଉଥିବା ଲୋକ ଟିଏ ମଧ୍ୟ ଆଠ ଶହ ଟଙ୍କାର ଖାଇବାକୁ ମନ ବଳାଏ, ଆଉ କୋଟିଏ ଟଙ୍କାର ଅଟ୍ଟାଳିକା ନିର୍ମାଣ କରୁଥିବା ଠିକାଦାରଟିଏ ମଧ୍ୟ ବିଦ୍ୟୁତର ଦୂରୁପଯୋଗ କରି କିଛି ଟଙ୍କା ବଞ୍ଚାଇବା ପାଇଁ ଉଚିତ ମନେ କରେ।
ବିଦ୍ୟୁତ ଶକ୍ତି ଆଜି ଆମର ଏକ ମୌଳିକ ଆବଶ୍ୟକତା ରୂପେ ପରିଗଣିତ ହେବାରେ ଲାଗିଛି। ୩୬୫ ଦିନ ଓ ଦୈନିକ ୨୪ ଘଣ୍ଟା ବିଦ୍ୟୁତ ଯୋଗାଇଲେ ମଧ୍ୟ କେହି ପ୍ରଶଂସା କରିବେ ନାହିଁ କିମ୍ବା ଗୋଟିଏ ଦିନ ଯଦି ବିଦ୍ୟୁତ ନ ରହିଲେ ମଧ୍ୟ ସହି ପାରିବେ ନାହିଁ। ଜନସାଧାରଣଙ୍କ ପାଇଁ ଏହାର ଆବଶ୍ୟକତା କେତେ ଏଥିରୁ ସହଜେ ଅନୁମେୟ। ତେଣୁ ସର୍ବଦା ଆମ ଉପରେ ମାନସିକ ଚାପ ରହିବ। ଆମେ ଚାହିଁଲେ ଏଥିରୁ ସମ୍ପୂର୍ଣ୍ଣ ରୂପେ ଚାପକୁ ଦୂରେଇ ପାରିବା ନାହିଁ। କିନ୍ତୁ କିଛି ମାତ୍ରାରେ ହ୍ରାସ କରିପାରିବା।
ଉଦାହରଣ ସ୍ୱରୂପ, ଆମେ ବିଦ୍ୟୁତ କ୍ଷେତ୍ରରେ ଯଦି କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ କରିବାର ଯୋଜନା କରୁଛନ୍ତି ତେବେ ସଂପୃକ୍ତ ଅଞ୍ଚଳର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଆଗୁଆ ସୂଚନା ଦେଇ ପାରିବା। ଯେହେତୁ ଆଜିର ଦିନରେ ସମସ୍ତେ ଫେସବୁକ, ହ୍ୱାଟସଆପ ,ଟୁଇଟର, ଭଳି ଅନେକ ସୋସିଆଲ ନେଟୱାର୍କର ବ୍ୟବହାର କରୁଛନ୍ତି। ଏଥି ସହିତ ହଠାତ୍ ଲାଇନ ଖରାପ ହୁଏ ତେବେ ମଧ୍ୟ ଆମେ ବ୍ୟକ୍ତିଗତ ଉଦ୍ୟମରେ ସମ୍ୟକ ସୂଚନା ତତ୍କ୍ଷଣାତ୍ ଦେଇ ପାରିବା। ଉପଭୋକ୍ତା ଟିଏ ପଚାରିବା ପୂର୍ବରୁ ସେ ଜାଣିଥିବା ଯୋଗୁଁ କର୍ମଚାରୀଙ୍କୁ ଫୋନ କରି ବାଧକ ସାଜିବା ପାଇଁ ଉଚିତ ମନେ କରିବ ନାହିଁ।ନିଜ ନିଜ ଚେଷ୍ଟାରେ ନିଜ ନିଜ ଅଞ୍ଚଳର ଉପଭୋକ୍ତାଙ୍କୁ ନେଇ ହ୍ୱ।ଟସଆପ ଗୃପ କିମ୍ବା ହ୍ୱ।ଟସଆପରେ ବ୍ରଡକାଷ୍ଟ ଗ୍ରୁପ ଗଠନ କରନ୍ତୁ , ଓ ସୂଚନା ପ୍ରଦାନ କରନ୍ତୁ ଦେଖିବେ କେମିତି ଆତ୍ମୀୟତା ବଢୁଛି ।ଏହା ମୋ ଦ୍ୱାରା ପରୀକ୍ଷିତ ।ବିଦ୍ୟୁତ ଯୋଗାଣରେ ତ୍ରୁଟି ଏକ ସାଧାରଣ କଥା ।ଏହା ନିଜ ମନକୁ ଭଲଭାବରେ ବୁଝାଇ ଦେବାକୁ ପଡ଼ିବ ।ଲାଇନରେ ତ୍ରୁଟି ଯେକୌଣସି ସମୟରେ ଦେଖାଦେବ ।ଖାଇବା ସ୍ଥାନରୁ ମଧ୍ୟ ଉଠିବା ପାଇଁ ।ଶୋଇବା ବିଛଣାରୁ ମଧ୍ୟ ଉଠି କର୍ମକ୍ଷେତ୍ରରେ ପହଞ୍ଚିବା ପାଇଁ ପଡ଼ିବ ।ଗସ୍ତ ଅଧାକରି ମଧ୍ୟ ଲେଉଟି ବାକୁ ପଡ଼ିବ । ହାଡ ଭଙ୍ଗା ଶୀତ, ପ୍ରଚଣ୍ଡ ଖରା, ଅବିଶ୍ରାନ୍ତ ବର୍ଷା, ଦିନରାତି ଭଳି ପ୍ରତିକୂଳ ପରିସ୍ଥିତିରେ ହିଁ କାମ କରିବା ପାଇଁ ପଡ଼ିବ ।କଥାରେ କହନ୍ତି ପରା ଇଲେକ୍ଟ୍ରି ନ ହେଲେ ମିଲେଟ୍ରି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ।ତ୍ରୁଟି ବିଭିନ୍ନ କାରଣରୁ ଦେଖା ଦିଏ ପୁଣି ଋତୁ ଅନୁସାରେ ।ଲାଇନ ଖରାପ ମାନେ କଣ କି ପିନ ,ଡିସ୍କ, ପୋଷ୍ଟ ଇନସୁଲେଟର ପଞ୍ଚର ହେବା ,ଲାଇଟିନଂ ଆରେଷ୍ଟର ଖରାପ ହେବା ,ଗଛ ପଡ଼ି ତାର ଛିଣ୍ଡିବା ଏତିକି ଏହା ନିତିଦିନିଆ ବୋଲି ମନକୁ ବୁଝାଇ ଦେଲେ ମନ ହାଲୁକା ଲାଗିବ । ହଁ ଏତିକି କୋଉ ତ୍ରୁଟି କମ ସମୟରେ ସଜଡ଼। ଯାଇ ପାରିବ ତ କେଉଁ ତ୍ରୁଟି ସମୟ ସାପେକ୍ଷ ।ମାଗି ଯେମିତି ଦୁଇ ମିନିଟରେ ତିଆରି କରାଯାଇ ପାରିବ ସେମିତି ବୈଷୟିକ ତ୍ରୁଟି ସେମିତି ସଜଡ଼। ଯାଇ ପାରିବ ନାହିଁ।ଖାଇବା ପିଇବାରେ ଅସ୍ୱାଭାବିକତା ରହିବ ।ଲାଇନମେନ କାହାର ନ ଖାଇ ସମସ୍ତ ଙ୍କ ବଇରି ।ରାସ୍ତାରେ ଯାଉଥିବା ଲୋକ ବସ୍ ଟ୍ରେନ ଯାଉଥିବା ଲୋକ ମଧ୍ୟ ଲାଇନ କଥା ପଚାରିବ ।ଖାଲି ଦେଖିଲେ ଯଥେଷ୍ଟ ।ପୁଣି ବର୍ତ୍ତମାନ ଏକ ବଡ଼ ସମସ୍ୟା ।ହୁହୁ ହୋଇ ବିଦ୍ୟୁତ ଉପଭୋକ୍ତା ବଢ଼ିବା ସହିତ ଲାଇନର ଦୂରତା ମାଡ଼ି ଚାଲୁଛି ,କିନ୍ତୁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଘଟୁଛି ।ସେହି କ୍ଷେତ୍ରରୁ ମଧ୍ୟ ମାନସିକ ଚାପ ବୃଦ୍ଧି ପାଇଥାଏ ।ତେଣୁ ଫିଡ଼ର ଲମ୍ବ ବୃଦ୍ଧି ପାଇବା ସହ ତ୍ରୁଟି ବଢ଼ିବା ନିଶ୍ଚିତ । ଆବଶ୍ୟକୀୟ ଭିତ୍ତିଭୂମି ଓ ଦରକାରୀ ସାମଗ୍ରୀ ହାତ ପାଆନ୍ତାରେ ଉପଲବ୍ଧ ନ ହେବା ଦ୍ବାରା ମଧ୍ୟ ମାନସିକ ଚାପ ବଢିଥାଏ। ।ଆଉ ଘରୁ ଗୋଡ଼ କାଢ଼ିବା ଅର୍ଥ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଯିବା। ଏବଂ ସର୍ବୋପରି ମୋ କାମ ମତେ କରିବା ପାଇଁ ପଡ଼ିବ ଆଉ କେହି ନୁହେଁ ।ଏହି ଭାବନା ବି ମନକୁ ବେଶ ହାଲୁକା କରିବାରେ ସହାୟକ ହେବ ।ତେଣୁ , ଆମ ମାନସିକ ଚାପ ସର୍ବଦା ରହିଛି ରହିବ ।କିନ୍ତୁ , ମନକୁ ଚାପରୁ ଉର୍ଦ୍ଧ୍ବରେ ରଖି, ସ୍ଥିର ,ଶାନ୍ତ ମସ୍ତିଷ୍କରେ ଆମ ବିଭାଗର କାମକୁ ସୂଚାରୁ ରୂପେ ତୁଲାଇ ପାରିବା ତେବେ ବିଦ୍ୟୁତ ଜନିତ ଦୂର୍ଘଟଣା ଏଡାଇ ପାରିବା ।କଥାରେ ଅଛି ପରା ମନ ଯାହାର ଠିକ୍ ତାଙ୍କୁ ଗାଁର ଗାଡ଼ିଆ ବି ଗଙ୍ଗା ଭଳି ଲାଗେ । ତେଣୁ, ଆସନ୍ତୁ ଏକ ଦୁର୍ଘଟଣା ରହିତ ସମାଜ ଗଠନ ପାଇଁ ପ୍ରଚେଷ୍ଟା ଜାରି ରଖିବା।
ଦିଲ୍ଲୀପ କୁମାର ସାହୁ, ସାଉଥକୋ ୟୁଟିଲିଟି

Leave a Reply

Your email address will not be published. Required fields are marked *