ଗିରଫ ହେଲେ ବିଜେଡି ବାହୁବଳୀ ନେତା ପ୍ରଦୀପ , ମହାରଥୀ ଙ୍କ ହାତରେ ହାତକଡ଼ି

ମାଜିଷ୍ଟେଟ ଙ୍କୁ ମାଡ ମାରିବା ପଡିଲା ମହଙ୍ଗା I ଗତକାଲି ମହାରଥୀ ଙ୍କ ଫାର୍ମ ହାଉସ ରେ ଟଙ୍କା ବଣ୍ଟା ହେଉଥିବାର ଖବର ଆସିବା ପରେ ନିର୍ବାଚନ ଅଧିକାରୀ ଙ୍କ ପକ୍ଷରୁ ନିଯୁକ୍ତ ହେଇଥିବା ଫ୍ଲାଇଙ୍ଗ ସ୍କ୍ୱାଡ୍‌ ଙ୍କୁ ନେଇ ପହଞ୍ଚିଥିଲେ ମାଜିଷ୍ଟେଟ ରବି ନାରାୟଣ ପାତ୍ର I ତେବେ ସେଠାରେ ପୁରୀର ତଥା ବିଜେଡି ବାହୁବଳୀ ବିଧାୟକ ପ୍ରଦୀପ ମହାରଥୀ ପଶି ତାଙ୍କୁ ଗାଳି ଗୁଲଜ କରିବା ସହିତ ନିର୍ଘାତ ପିଟିଥିଲେ କର୍ମୀ ଙ୍କ ସହଯୋଗ ରେ I ବିକଳ ରେ ଜୀବନ ବଞ୍ଚାଇ ଦୌଡ଼ି ପଳାଇଥିଲେ ମାଜିଷ୍ଟେଟ I ଆଜି ଘଟଣା ଜଣାପଡିବା ପରେ ମିଡିଆରେ ନିଜ ବୟାନ ରଖିଥିଲେ ମାଜିଷ୍ଟେଟ I

ଏହାପରେ ମହାରଥୀ ଙ୍କୁ ଗିରଫ କରିବାକୁ ସବୁଆଡୁ ପ୍ରେସର ପଡିଥିଲା I ଆସନ୍ତା କାଲି ନିର୍ବାଚନ ଥିବାରୁ ଏହା ମୁଖ୍ୟ ପ୍ରସଙ୍ଗ ପାଲଟିବାକୁ ଯାଉଥିବା ସମୟରେ ଶେଷରେ ବାଧ୍ୟ ହେଇ ପ୍ରଦୀପ ଙ୍କୁ ଗିରଫ କରିଛି ପୋଲିସ I ଏବଂ ତାଙ୍କ ନାମରେ ଲାଗିଛି ସଂଗୀନ ଦଫା I ତାଙ୍କ ନାମରେ ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା ଲାଗିଥିବା ବେଳେ ଅତି କମରେ 7ଦିନ ଭିତରେ ଜାମିନ ମିଳିବନି ବୋଲି ଚର୍ଚ୍ଚା ହେଉଛି I

ପ୍ରଦୀପ ଙ୍କ ଆକ୍ରମଣ ରେ ମାଜିଷ୍ଟେଟ ହସ୍ପିଟାଲ ରେ ଭର୍ତି ହେଇଛନ୍ତି I

Leave a Reply

Your email address will not be published. Required fields are marked *