ଫ୍ଲାଇଂ ସ୍କ୍ୱାର୍ଡ ଚଢାଉ ସମୟରେ ମାଜିଷ୍ଟ୍ରେଟ୍‌ଙ୍କୁ ଗୋଡାଇ ପିଟିଲେ ପ୍ରଦୀପ ମହାରଥୀ

ଆସନ୍ତା କାଲି ନିର୍ବାଚନ ହେବାକୁ ଥିବାବେଳେ ଗତକାଲି ନିର୍ବାଚନୀ ପ୍ରଚାର ସରିଯାଇଛି I ଭୁବନେଶ୍ୱର ଏବଂ କେଉଁଝର ରେ ରାଜନୈତିକ ହିଂସା କାଣ୍ଡ ହେଇଥିବା ବେଳେ ପୁରୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ବିଜେଡି ର ଟାଣୁଆ ନେତା ପ୍ରଦୀପ ମହାରଥୀ ଙ୍କ ନାମରେ ଆସିଛି ସଂଗୀନ ଅଭିଯୋଗ I ସବୁବେଳେ ବିବାଦ ରେ ରହି ଆସିଥିବା ପ୍ରଦୀପ ପୁଣି ନିର୍ବାଚନ ପୁର୍ବରୁ ବିବାଦୀୟ ହେଇପଡ଼ିଛନ୍ତି I

ସୂଚନା ମୁତାବକ ଗତକାଲି ରାତିରେ ଜଣେ ମାଜିଷ୍ଟ୍ରେଟ୍ ଏବଂ ତାଙ୍କ ଟିମ୍ ଦ୍ୱାରା ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ ଚଢ଼ାଉ କରାଯାଇଥିଲା,କିନ୍ତୁ ସେହି ସମୟରେ ମହାରଥୀ ଏବଂ ତାଙ୍କ ସମର୍ଥକ ମାନେ ମାଜିଷ୍ଟ୍ରେଟ୍ ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ସଂଗୀନ ଅଭିଯୋଗ ଆସିଛି I

ଏନେଇ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ଅଫିସର ରବିନାରାୟଣ ପାତ୍ର ମିଡ଼ିଆ ଆଗରେ କହିଛନ୍ତି ଯେ ଫାର୍ମ ହାଉସ ଭିତରେ ଟଙ୍କା ବଣ୍ଟା ହେଉଥିବାର ଖବର ପାଇ ସେ ଚଢ଼ାଉ କରିବାକୁ ନିଜେ ପ୍ରଦୀପ ମହାରଥୀ ସେଠାକୁ ଯାଇ ତାଙ୍କୁ ଏବଂ ଟିମ କୁ ନିର୍ଘାତ ପିଟିଥିଲେ I ଜୀବନ ବଞ୍ଚାଇବାକୁ ମାଜିଷ୍ଟ୍ରେଟ୍‌ ବିଲ ଆଡେ ଜୀବନ ବିକଳ ରେ ଦୌଡ଼ିଥିଲେ I ଘଟଣା ଜଣାପଡିବା ପରେ ପୋଲିସ ଛାନଭିନ ଜାରି ରଖିଥିବା ବେଳେ ମାଜିଷ୍ଟ୍ରେଟ୍‌ ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଭର୍ତି ହେଇଛନ୍ତି I

Leave a Reply

Your email address will not be published. Required fields are marked *