ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼, ଧାରୁଆ ଅସ୍ତ୍ର ରେ ଅନନ୍ତ ଙ୍କୁ ମରଣାନ୍ତକ ଆକ୍ରମଣ

ଗତକାଲି କାଳ ବୈଶାଖୀ ରେ ଅଦିନ ବର୍ଷା ରେ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଥଣ୍ଡା ପଡ଼ିଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ରେ ରାଜନୈତିକ ପାଣିପାଗ ପୁରା ତାତି ଉଠିଥିଲା I ନିର୍ବାଚନୀ ହିଂସାରେ ରାଜଧାନୀ ପୁରା ଥରି ଉଠିଛି Iଗତକାଲି ଭୁବନେଶ୍ୱର ପାଇଁ ନିର୍ବାଚନୀ ଶେଷ ପ୍ରଚାର ଥିବାବେଳେ ନିର୍ବାଚନୀ ହିଂସାରେ ରାଜଧାନୀ ଥରି ଉଠିଛି I ସୂଚନା ଅନୁଯାଇ ଭୁବନେଶ୍ୱର ପୂର୍ବତନ ମେୟର ତଥା ବିଜେଡି ବିଧାୟକ ପ୍ରାଥୀ ଙ୍କୁ ମରଣାନ୍ତକ ଆକ୍ରମଣ ହେଇଥିବା ବେଳେ ବିଜେପି ବିଧାୟକ ପ୍ରାଥୀ ଜଗନ୍ନାଥ ପ୍ରଧାନ ଙ୍କ ଗାଡି କୁ ବୋମା ମାଡ ହେଇଛି ।

ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଡେଲଟା କଲୋନୀ ରେ ଥିବା ବିଜେପି ପାର୍ଟି ଅଫିସକୁ ଯାଉଥିଲେ ଏହି ସମୟରେ ତାଙ୍କ ଗାଡି କୁ ଦୁର୍ବୁର୍ତ ମାନେ ବୋମା ପକାଇଥିଲେ ତେବେ ସୌଭାଗ୍ୟ ବଶତଃ ଜଗନ୍ନାଥ ଗାଡ଼ିରୁ ଓଲ୍ହାଇ ପଡିଥିବା ବେଳେ ଗାଡିଟି ଭାଙ୍ଗି ଚୁନା ହେଇ ଯାଇଛି I ଏନେଇ ପୋଲିସ ତଦନ୍ତ ଜାରି ରଖିଛି ସୂଚନା ଥାଉ କି କିଛିଦିନ ତଳେ ଏହି ଅଫିସ ରେ ଦୁଇଜଣ ଦୁର୍ବୁର୍ତ୍ତ ବୁଲେଟ ରେ ଆସି ବୋମା ପକାଇ ପଳାଇଥିଲେ I

ତେବେ ଏହି ଘଟଣାରେ ଜଗନ୍ନାଥ ଅନନ୍ତ ଙ୍କୁ ଦାୟୀ କରିଥିବା ବେଳେ ସନ୍ଧ୍ୟାରେ ପୁଣି ଦେଖିବାକୁ ମିଳିଥିଲା ଭୟାନକ ଘଟଣା I ଜଗନ୍ନାଥ ଙ୍କ ବିପକ୍ଷରେ ଲଢ଼ୁଥିବା ବିଜେଡି ପ୍ରାଥୀ ଅନନ୍ତ ନାରାୟଣ ଙ୍କୁ ମରଣାନ୍ତକ ଆକ୍ରମଣ ହେଇଛି

I ସନ୍ଧ୍ୟାରେ ପ୍ରଚାର ସାରି ଫେରୁଥିବା ସମୟରେ ଝାରପଡ଼ା କେନାଲ ରୋଡ଼ ନିକଟରେ ,ଅନନ୍ତ ଙ୍କ ଗାଡି ଅଟକାଇ ଦୁର୍ବୃତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି I ଏଥିରେ ଅନନ୍ତ ଗୁରୁତର ଆହତ ହେଇ ହସ୍ପିଟାଲ ରେ ଭର୍ତି ହେଇଛନ୍ତି I

Leave a Reply

Your email address will not be published. Required fields are marked *