କଲମ୍ବୋ ବିସ୍ଫୋରଣ ପଛର ସଂଦିଗ୍ଧ ଆତଙ୍କବାଦୀର ଭିଡିଓ ଭାଇରାଲ୍‌, କାନ୍ଧରେ ବିସ୍ଫୋରକ ବ୍ୟାଗ୍‌ ଧରି ଚର୍ଚକୁ ପଶୁଥିବାର ଦୃଶ୍ୟ ସିସିଟିଭିରେ କଏଦ

କିଛି ଦିନ ପୂର୍ବେ ଶ୍ରୀଲଙ୍କା ର ରାଜଧାନୀ କଲମ୍ବୋ ଠାରେ ଏକ ଆତ୍ମଘାତୀ ବିସ୍ପୋରଣ ହୋଇଥିଲା। ଏବଂ ଏହି ବିସ୍ପୋରଣ ରେ ୩୧୦ ଜଣ ଙ୍କ ଜୀବନ ଯିବା ସହିତ ୫୦୦ ଜଣ ଆହତ ହୋଇଥିଲେ। କିନ୍ତୁ ଏହି ବିସ୍ପୋରଣ ପଛରେ କାହାର ହାତ ଥିଲା ତାହା ଜଣା। କିନ୍ତୁ ବର୍ତ୍ତମାନ ଆସିଛି ସେହି ବିସ୍ପୋରଣ ର ସିସିଟିଭି ଫୁଟେଜ। ସେହି ସିସିଟିଭି ଫୁଟେଜ ରେ ଆତ୍ମଘାତୀ ବିସ୍ପୋରଣକାରି ଜଣକ ପିଠି ରେ ଏକ କଳା ବ୍ୟାଗ୍ ଲଦି ଯାଉଥିବାର ଦୃଶ୍ୟ କଏଦ ହୋଇଛି।ଆକ୍ରମଣକାରୀ ଜଣକ ବିସ୍ପୋରଣ ର କିଛି ସମୟ ପୂର୍ବରୁ ବ୍ୟାଗ୍ କାନ୍ଧରେ ବୋହି ନେଗୋମ୍ବ ରେ ଥିବା ସେଣ୍ଟ ସେବାଷ୍ଟିଆର୍ ଚର୍ଚ୍ଚ କୁ ପ୍ରବେଶ କରୁଥିବା ର ଦେଖିବାକୁ ମିଳିଛି। ଚର୍ଚ୍ଚ ରେ ହୋଇଥିବା ପ୍ରଥମ ବିସ୍ପୋରଣ ରେ ୧୦୦ ଜଣକ ଜୀବନ ଯାଇଛି। ଏହି ବିସ୍ପୋରଣ ରେ ସେହି ବ୍ୟାଗ୍ ଧାରି ଲୋକ ର ହାତ ଥିବାର ଅନୁମାନ କରାଯାଉଛି।

ସେହି କଳା ବ୍ୟାଗ୍ ଧାରୀ ସନ୍ଦିଗ୍ଧ ଙ୍କ ସିସିଟିଭି ଭିଡ଼ିଓ ବର୍ତ୍ତମାନ ଚାରିଆଡ଼େ ଘୁରିବାରେ ଲାଗିଛି। ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଦାଢ଼ି ରଖି କଳା ବ୍ୟାଗ୍ ଧରି ଚର୍ଚ୍ଚ ଭିତର କୁ ପ୍ରବେଶ କରୁଛି। ଏବଂ ସେହି ବ୍ୟାଗ୍ ଟି ବିସ୍ପୋରକ ଭର୍ତି ବ୍ୟାଗ୍ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

Leave a Reply

Your email address will not be published. Required fields are marked *