ଭୋଟ୍‌ ଦେଇ ସାରିଲେ ପ୍ରଧାନମନ୍ତ୍ରୀ ମୋଦୀ, ଏବେ ଆସିବେ କେନ୍ଦ୍ରାପଡ଼ା ଗସ୍ତ ରେ

କେନ୍ଦ୍ରାପଡ଼ା କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ଗ୍ରସ୍ଥ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କେନ୍ଦ୍ରାପଡ଼ା ଗ୍ରସ୍ତ ରେ ଆସିବେ। ସେ ଗୁଜରାଟ ରେ ଭୋଟ ଦେଇ ଗୁଜରାଟ ରୁ ସିଧା ଓଡ଼ିଶା ର କେନ୍ଦ୍ରାପଡ଼ା ଆସିବା ର ସୂଚନା ମିଳିଛି।ଆଜି ସାରା ଓଡ଼ିଶା ରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ଏହି ମତଦାନ ରେ ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଅହମ୍ମତାବାଦ ରେ ଭୋଟ ଦେବାପାଇଁ ଯାଇ ପହଞ୍ଚିଥିଲେ। ଏବଂ ମତଦାନ କରିଥିଲେ। ମୋଦି ଙ୍କ ସହ ବିଜେପି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା। ଭୋଟ ଦେବା ପରେ ତାଙ୍କ ଆଙ୍ଗୁଠି ରେ ଇଣ୍ଡେକ୍ସ କାଳୀ ଦେଖାଇ ଫଟୋ ପୋଜ୍ ଦେଇଛନ୍ତି ମୋଦି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଭୋଟ ଦେଇସାରିବା ପରେ ସିଧାସଳଖ ଓଡ଼ିଶା ର କେନ୍ଦ୍ରାପଡ଼ା କୁ ଆସିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସୂଚନା ଅନୁଯାୟୀ ଆଜି ସେ ପ୍ରଥମେ କେନ୍ଦ୍ରାପଡ଼ା ର ବିଜେପି ର ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଇ ସରିବା ପରେ ତାଙ୍କର ବାଲେଶ୍ଵର ଯିବାର ଯୋଜନା ରହିଛି। ସେ ବିମାନ ଯୋଗେ ଭୁବନେଶ୍ୱର ର ବିମାନ ବନ୍ଦର ରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ କେନ୍ଦ୍ରାପଡ଼ା ଯିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *