ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ପାଲଟା ଜବାବ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ଡବଲ୍ ଇଞ୍ଜିନ ଥିଲା, କାହିଁକି ହାରିଲା

ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡା ରେ ମୁଖ୍ୟମନ୍ତ୍ରୀ ଙ୍କୁ ଜୋରଦାର ଆକ୍ରମଣ କରିବା ସହିତ ବିଜେଡି ରେ ହିଂସା ବଢିଚାଲିଥିବା କହିଥିଲେ I ଏଥରକ ମୁଖ୍ୟମନ୍ତ୍ରୀ ବଦଳିବା ଦରକାର ବୋଲି ମୋଦି ଅତି ଶାଣିତ ଭାବରେ ରାଜ୍ୟ ସରକାର ଙ୍କୁ ଆକ୍ରମଣ କରିବା ପରେ ପାଲଟା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I

ଭଦ୍ରକ ରେ ଆୟୋଜିତ ଏକ ସଭାରେ ମୁଖ୍ୟମନ୍ତ୍ରୀ ମୋଦି ଏବଂ ବିଜେପି କୁ କହିଛନ୍ତି କି ଓଡ଼ିଶାରେ ଡବଲ ଇଞ୍ଜିନର ଆହ୍ୱାନ ଦେଉଥିବା ବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ପଞ୍ଜାବ ରେ ଡବଲ ଇଞ୍ଜିନ ସରକାର କାହିଁକି ଭୁସୁଡ଼ିଗଲା ?ସେଠାରେ କାହିଁକି ଲୋକମାନେ ବିଶ୍ୱାସ କଲେନି ବିଜେପି କୁ ? ଓଡିଶା ବାସି ମୋ ପରିବାର ସହିତ ମୁଁ ସବୁବେଳେ ଅଛି ଏବଂ ରହିବି I

Leave a Reply

Your email address will not be published. Required fields are marked *