କ୍ୟାପିଟାଲ ହସ୍‌ପିଟାଲରେ ପ୍ରଦୀପ ମହାରଥୀ : ଦେଇ ପାରିଲେନି ଭୋଟ୍‌, ଆଜି ଜାମିନ୍‌ ଆବେଦନ ଶୁଣାଣି

ମାଜିଷ୍ଟ୍ରେଟ ଙ୍କୁ ମାଡ଼ ମାରିଥିବା ଘଟଣା ମହଙ୍ଗା ପଡ଼ିଲା ମହାରଥୀ ଙ୍କୁ। ପିପିଲି ର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ କାର୍ଯ୍ୟରତ ମାଜିଷ୍ଟ୍ରେଟ ଙ୍କୁ ମାଡ଼ ମାରି ଗିରଫ ହେବା ପରେ କ୍ୟାପିଟାଲ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅଛନ୍ତି। ଯାହା ଫଳରେ ସେ ଆଜି ନିଜ ର ଭୋଟ ଦାନ ରୁ ବଞ୍ଚିତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଟେଲିଫୋନ ଓ କର୍ମୀ ଙ୍କ ଜରିଆରେ ଭୋଟ ଦେବା ପାଇଁ ତାଙ୍କ ଅଞ୍ଚଳ ରୁ ବାରମ୍ବାର ଖବର ଆସୁଥିଲା। ସେଠାରେ କଣ ଚାଲିଛି ଓ ଗିରଫଦାରୀ ପରେ ଲୋକ ଙ୍କ ମଧ୍ୟରେ କଣ ବିଚାର ଚାଲିଛି ସେ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଥିଲା।

ଅନ୍ୟପଟେ ଆସନ୍ତାକାଲି ତାଙ୍କ ଜାମିନ ଆବେଦନ ର ଶୁଣାଣି ରହିଛି। ପୂର୍ବରୁ କୋର୍ଟ ରେ ଏଥି ପାଇଁ ଆଗରୁ ଆବଶ୍ୟକ କାଗଜ ପତ୍ର ମଧ୍ୟ ଓକିଲ ଦାଖଲ କରିସାରିଛନ୍ତି। ଆସନ୍ତାକାଲି ପୂର୍ବାହ୍ନ ରେ ଆବେଦନ ର ଶୁଣାଣି ହୋଇପାରେ ବୋଲି ଆଶା କରାଯାଉଛି।

ଗତକାଲି ବିଳମ୍ବିତ ରାତ୍ରୀ ରେ ତାଙ୍କର ଝାରପଡ଼ା ସ୍ଵତନ୍ତ୍ର ଜେଲ୍ ହସ୍ପିଟାଲ୍ ରୁ ଏଠାକୁ ସ୍ଥାନାନ୍ତର କରାଯାଇଥିଲା। ଉଚ୍ଚ ରକ୍ତଚାପ ଓ ହୃଦ୍ ରୋଗ ସମସ୍ୟା ନେଇ ଜେଲ୍ ଡାକ୍ତର ତାଙ୍କୁ ସ୍ଥାନାନ୍ତର କରିଛନ୍ତି।

ଗତକାଲି ତାଙ୍କର ଜାମିନ ଆବେଦନ ର ଶୁଣାଣି ସ୍ଥଗିତ ରହିବା ପରେ ତାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଥିଲା। ସେ ଦୁଇଥର କୋର୍ଟ ରୁମ ରେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କ ଓକିଲ ସ୍ଵାସ୍ଥ୍ୟଗତ ସମସ୍ୟା ସମ୍ପର୍କିତ କାଗଜପତ୍ର କୋର୍ଟ ରେ ଦାଖଲ କରି ଚିକିତ୍ସା ପାଇଁ ଆବେଦନ କରିଥିଲେ।ତାଙ୍କୁ ଝାଡପଡା ଜେଲ୍ ପରିସର ରେ ଥିବା ଚିକିତ୍ସାଳୟ ରେ ଚିକିତ୍ସା ହେବାକୁ ଆଦେଶ ମିଳିଥିଲା। କିନ୍ତୁ ସମସ୍ୟା ଗୁରୁତ୍ୱ ର ହେବାରୁ ତାଙ୍କୁ ବଡ଼ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯିବା ବୋଲି ନିର୍ଦ୍ଦେଶ ମିଳିଥିଲା। ଏବଂ ବିଳମ୍ବିତ ରାତ୍ରି ରେ ପ୍ରାୟ ୧୨ ଟ ରେ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *