ପଦ୍ମ ଫୁଲ ସ୍ବୀଚ କାମ କରୁନି ଶଙ୍ଖରେ ଦେଇଦିଅ : ପ୍ରିଜାଇଡିଂ ଅଫିସର

ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସରିଯାଇଥିବା ବେଳେ ଅଧିକାଂଶ ଅଞ୍ଚଳ ରେ ଇଭିଏମ ଖରାପ ର ଖବର ଆସିଥିଲା I କିଛି ସ୍ଥାନରେ କାଁ ଭାଁ ଗଣ୍ଡଗୋଳ ହେଇଥିବାର ମଧ୍ୟ ନଜିର ରହିଥିଲା I ତେବେ ପୁରୀରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା I ନିର୍ବାଚନ ମତଦାନ ରେ ଭୋଟର ମାନଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ବାଧ୍ୟ କରୁଥିଲେ ପ୍ରିଜାଇଡିଂ ଅଫିସର I

ଏପରି ସଂଗୀନ ଅଭିଯୋଗ ଆସିଛି ପୁରୀ ସଦର ବ୍ଲକର କମାଶାସନ 222 ନଂ ବୁଥ୍‌ରୁ I ଅଭିଯୋଗ ଅନୁଯାଇ ଜଣେ ସ୍ତ୍ରୀ ଲୋକ ଫୁଲ ଚିହ୍ନ ରେ ଭୋଟ ଦେବାକୁ ଯାଇଥିବା ବେଳେ କାର୍ଯ୍ୟରତ ପ୍ରିଜାଇଡିଂ ଅଫିସର ତାଙ୍କୁ କହିଥିଲେ କି ଫୁଲ କାମ କରୁନି ଶଙ୍ଖ ଚିହ୍ନରେ ଭୋଟ ଦେଇଦିଅ I

ମହିଳା ଜଣଙ୍କର ଭୋଟ କୁ ନିଜେ ପ୍ରିଜାଇଡିଂ ଅଫିସର ବାଧ୍ୟ କରି ଶଙ୍ଖରେ ଦେଇଦେଇଥିଲେ I ଏହା ଜାଣିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିଲା I ଏପରିକି ପ୍ରଥମରୁ ମେସିନ୍ ଖରାପ ଥିବା ଗାଁ ଲୋକେ ଅଭିଯୋଗ କରିଥିଲେ କି ଗୋଟେ ଚିହ୍ନକୁ ଦେଲେ ଆଉ ଏକ ଚିହ୍ନ କୁ ଭୋଟ ଯାଉଛି ଯାହାକୁ ଅଫିସର ଖଣ୍ଡନ କରିଥିଲେ

I ତେବେ ଘଟଣା ସ୍ଥଳରେ ଉତ୍ତେଜନା ହେତୁ ଇଭିଏମ ମେସିନ ଭଙ୍ଗାରୁଜା ହେଇଥିବା ବେଳେ ଗ୍ରାମବାସୀ ଅଭିଯୋଗ କରିଛନ୍ତି କି ନିଜେ ପ୍ରିଜାଇଡିଂ ଅଫିସର ମେସିନ ଭାଙ୍ଗିଦେଇଛନ୍ତି ଯାହାକି ତଦନ୍ତ ସାପେକ୍ଷ I ଅବଶ୍ୟ ଏନେଇ ପ୍ରିଜାଇଡିଂ ଅଫିସର ଙ୍କର କୌଣସି ପ୍ରତିକ୍ରିୟା
ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *