ପ୍ରଦୀପ ମହାରଥୀଙ୍କୁ ମିଳିଲାନି ଜାମିନ,ପୁଣି ରହିବେ ଜେଲ୍ ରେ ଘୁଞ୍ଚିଲା ଶୁଣାଣି ତାରିଖ

ଆଜି ବହୁ ଚର୍ଚ୍ଚିତ ବିଜେଡି ବାହୁବଳୀ ନେତା ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଥିବାବେଳେ ତାଙ୍କୁ ଜାମିନ ମିଳିପାରିନାହିଁ I ମହାରଥୀ ଙ୍କ କେସ ର ଆଜି ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟରେ ଶୁଣାଣି କରାଯାଇଥିଲେ ମଧ୍ୟ କେସ୍ ଡାଏରୀ ଏବଂ ଇଞ୍ଜୁରୀ ରିପୋର୍ଟ ଆସି ନଥିବାରୁ ପୁଣିଥରେ ମହାରଥୀ ଙ୍କୁ ନିରାଶ ହେବାକୁ ପଡିଥିଲା ଏବଂ ଜାମିନ ଶୁଣାଣି ତାରିଖ ୨୭ତାରିଖକୁ ଘୁଞ୍ଚାଇ ଦିଆଯାଇଛି I ୨୭ତାରିଖ ଦିନ ଏହି କେସ ର ଶୁଣାଣି କରାଯାଇ ତାଙ୍କୁ ଜାମିନ ମିଳିବ କି ନାହିଁ ବିଚାର କରାଯିବ I

ସୂଚନା ଥାଉ କି ନିର୍ବାଚନ ପୂର୍ବଦିନ ମହାରଥୀ ଙ୍କ ଫାର୍ମ ହାଉସ ରେ ଟଙ୍କା ବଣ୍ଟା ଯାଉଥିବାର ଖବର ପାଇ ମାଜିଷ୍ଟେଟ ସେଠାରେ ପହଁଚିବା ପରେ ତାଙ୍କୁ ମହାରଥୀ ଙ୍କ ସମର୍ଥକ ମାନେ ନିସ୍ତୁକ ପିଟିଥିଲେ ମହାରଥୀ ଙ୍କ ଉପସ୍ତିତି ରେ I ଯାହାକୁ ନେଇ ପୋଲିସ ତରଫରୁ କେସ ଦାଏର କରାଯାଇ ତାଙ୍କୁ ଗିରଫ କରାଯାଇଥିଲା I

Leave a Reply

Your email address will not be published. Required fields are marked *