ପ୍ରାକୃତିକ ଉପାୟ ରେ ଧଳା ଚୁଟି କୁ କଳା କରନ୍ତୁ 7 ଦିନ ଭିତରେ I

ଚୁଟି ସମୟ ପୂର୍ବରୁ ଧଳା ହେବାକୁ ଲାଗିଥାଏ ଯାହାର ବହୁ ସାରା କାରଣ ଥାଏ I ଯେମିତି ରାସାୟନିକ ସାମ୍ପୁ ,ପ୍ରଦୂଷଣ ,ତେଲର ବ୍ୟବହାର କାରଣରୁ ସମୟ ପୂର୍ବରୁ ଚୁଟି ଧଳା ହେବାକୁ ଲାଗିଥାଏ I ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାର ବିଷୟରେ ଯାହା ଆପଣଙ୍କ ଚୁଟିକୁ କିଛି ଦିନ ଭିତରେ ଧଳା ରୁ କଳା କରିଦେବ ତା ସହିତ ଚୁଟିକୁ ଲମ୍ବା ମଧ୍ୟ କରିବ Iଏହାକୁ ପ୍ରସ୍ତୁତ କରିବା ପାଇଁ ସବୁଠୁ ପ୍ରଥମେ ଆପଣଙ୍କୁ ଦରକାର ଅଁଳା I ପ୍ରଥମେ ଏହାକୁ ଛୋଟ ଛୋଟ ଟୁକୁଡାରେ କାଟି ତାର ମଝି ଭାଗକୁ କାଢିଦିନ୍ତୁ I ଏଥିରେ ଭିଟାମିନ-ସି ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରପଟି ମିଳିଥାଏ ଯାହା ଧଳା ଚୁଟିକୁ କଳା କରିବାରେ ସାହାଯ୍ୟ କରିଥାଏ I

ତା ବ୍ୟତୀତ ସେଥିରେ ପୋଟାସିୟମ ,ଆଇରନ , ମ୍ୟାଗନେସିୟମ ଓ ବହୁସାରା ଖଣିଜ ପଦାର୍ଥ ଓ ପୋଷାକ ତତ୍ୱ ମିଳିଥାଏ I ଯାହା ଚୁଟି ପାଇଁ ବହୁତ ଫାଇଦା ହୋଇଥାଏ I ଏହାକୁ ଲଗାଇଲେ ଚୁଟି ବହୁତ ମଜଭୁତ ହୋଇଯାଏ I ଚୁଟି ଝଡ଼ିବା ମଧ୍ୟ କମିଯାଏ I ଗ୍ରାଇଣ୍ଡର ମାଧ୍ୟମରେ ଏହାକୁ ପେଷ୍ଟ ବନାନ୍ତୁ I ସବୁଠୁ ପ୍ରଥମେ ଏକ ପାତ୍ର ନିଅନ୍ତୁ ଓ ସେଥିରେ ଦୁଇ ଚାମଚ ପେଷ୍ଟ ନିଅନ୍ତୁ ଓ ସେଥିରେ ଦୁଇ ଚାମଚ ଲେମ୍ବୁ ରସ ନିଅନ୍ତୁ ତାକୁ ଭଲ ଭାବରେ ମିସାନ୍ତୁ ଓ ଏହାକୁ ବାଳରେ ମସାଜ କଲା ଭଳି ପୁରା ମୁଣ୍ଡରେ ଲଗାନ୍ତୁ I ପୁରା ରାତିସାରା ଏହାକୁ ରହିବାକୁ ଦିଅନ୍ତୁ ଓ ସକାଳେ ମୁଣ୍ଡକୁ କୌଣସି ଶାମ୍ପୁରେ ଧୋଇଦିଅନ୍ତୁ ଓ କମସେ କମ ସପ୍ତାହରେ ଦୁଇଥର ବ୍ୟବହାର କରନ୍ତୁ I

ଦୁତୀୟ ହେଉଛି ଅଅଁଳା ଜୁସ ,ନଡ଼ିଆ ତେଲ ଓ ଲେମ୍ବୁ ରସ: ଏହା ପାଇଁ ଅଅଁଳା ପେଷ୍ଟରୁ ଅଅଁଳା ରସକୁ କାଢିଦିନ୍ତୁ ବର୍ତମାନ ଏକ ପାତ୍ର ରେ 4 ଚାମଚ ଜୁସ ନିଅନ୍ତୁ ଓ ସେଥିରେ 2 ଚାମଚ ନଡ଼ିଆ ତେଲ ମିସାନ୍ତୁ ଓ 2 ଚାମଚ ଲେମ୍ବୁ ଜୁସ ମିସାନ୍ତୁ ଓ ତାକୁ ଭଲ ଭାବରେ ଫେଣ୍ଟନ୍ତୁ

ଏବଂ ଏକ ସୁତା କପଡା ଦ୍ୱାରା ମସାଜ କଲା ଭଳି ପୁରା ଚୁଟିରେ ଲଗାନ୍ତୁ 1 ଘଣ୍ଟା ପାଇଁ ତାକୁ ରହିବାକୁ ଦିଅନ୍ତୁ ଓ ତାପରେ ତାକୁ ଭଲ ଭାବରେ ଧୋଇଦିଅନ୍ତୁ ଏହି ମିଶ୍ରଣକୁ ସବୁଦିନ ବ୍ୟବହାର କରନ୍ତୁ ,ଏହା ଆପଣଙ୍କ ଚୁଟିକୁ କଳା କରିବା ସହିତ ମଜଭୁତ ମଧ୍ୟ କରିବ I

Leave a Reply

Your email address will not be published. Required fields are marked *