ବନ୍ଧା ହେବେ ହଲ ମାର୍କ ମାଲିକ ତଥା ବିଜେପି ପ୍ରାଥୀ ଓମ ପ୍ରକାଶ ମିଶ୍ର ;ଖୋଜୁଛି ପୋଲିସ

ବିଜେପି ର ସତ୍ୟବାଦୀ ପ୍ରାଥୀ ଓମ ପ୍ରକାଶ ମିଶ୍ର ଙ୍କ ନାମରେ ଆସିଥିଲା ସଙ୍ଗୀନ ଅଭିଯୋଗ I ପ୍ରିଜାଇଡିଂ ଅଫିସର ଙ୍କୁ ମାଡ ମାରିବା ସହିତ ଇଭିଏମ ଭଙ୍ଗା ରୁଜା ଘଟଣାରେ ସମ୍ପୃକ୍ତି ଥିବା ଖବର ଜଣାପଡ଼ିଥିବା ବେଳେ ପୋଲିସ ତରଫରୁ ତନାଘନା ଚାଲିଛି Iଭୁବନେଶ୍ବର ର ହଂସପାଳ ରେ ଥିବା ତାଙ୍କ ବାସଭବନ ରେ ପୋଲିସ ଚଢ଼ାଉ କରିଥିବା ବେଳେ ଅନ୍ୟ କେଉଁ ଜାଗାରେ ସେ ଅଛନ୍ତି ଖୋଳତାଡ ଜାରି ରହିଛି I

ସୂଚନା ଥାଉ କି ଗତକାଲି ବୀରକେଶପୁର ଗାଁର ବଳଭଦ୍ର ନୋଡାଲ ୟୁପି ସ୍କୁଲରେ ମତଦାନ ଚାଲିଥିବା ବେଳେ ଓମ ଙ୍କ ଦୁଇଜଣ ସମର୍ଥକ ସେଠାରେ ପଶି ବନ୍ଧୁକ ଦେଖାଇ ଭୋଟର ଙ୍କୁ ଭୟଭୀତ କରିବା ସହିତ ପ୍ରିଜାଇଡିଙ୍ଗ୍ ଅଫିସର ଶିବରାମ ମହାପାତ୍ରଙ୍କୁ ମାଡ ମାରିଥିବା ର ସଂଗୀନ ଅଭିଯୋଗ ଆସିଥିଲା I ଏପରିକି ଇଭିଏମ ମଧ୍ୟ ଭାଙ୍ଗିଦେଇଥିଲେ I ଘଟଣାସ୍ଥଳରୁ ତାଙ୍କର ଦୁଇ ସମର୍ଥକ ଙ୍କୁ ଅଟକ ରଖାଯାଇଥିବା ବେଳେ ବନ୍ଧୁକ ଜବତ ହେଇଛି Iଏନେଇ ପ୍ରିଜାଇଡିଂ ଅଫିସର ଶିବରାମ ମହାପାତ୍ର ଗଡ଼ିଶାଗୋଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତରଫରୁ ଛାନଭିନ କରାଯାଉଛି ଏବଂ ଓମ ଙ୍କ ବାସଭବନ ରେ ଚଢ଼ାଉ କରାଯାଉଛି Iପ୍ରିଜାଇଡିଂ ଅଫିସର ଙ୍କୁ ମାଡ ମରାଜିବା ଏବଂ ଇଭିଏମ ଭଙ୍ଗା ସହିତ ବନ୍ଧୁକ ଦେଖାଇ ଭୋଟର ଙ୍କୁ ଭୟଭୀତ କରିବା ଘଟଣାରେ ଓମ ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆସିବାରୁ ପୁରୀ ଏସପି ଙ୍କ ନିର୍ଦେଶ ରେ ତାଙ୍କୁ ଖୋଜା ଚାଲିଛି I

Leave a Reply

Your email address will not be published. Required fields are marked *