ବାଡ଼ିରେ ମିଳୁଥିବା ବରକୋଳି ପତ୍ରର ଆଶ୍ଚର୍ଯ୍ୟ ଜନକ ଫାଇଦା

ସାଧାରଣତଃ ବରକୋଳି ସମସ୍ତଙ୍କ ବାଡ଼ି ବଗିଚାରେ ମିଳିଥାଏ I ଏହି ଗଛ ସବୁ ଜାଗାରେ ସହଜରେ ମିଳିଯାଏ I ବରକୋଳି ଗଛରେ କଣ୍ଟା ଥାଏ ଓ ଏହାର ଫଳ ମଧ୍ୟ ଥାଏ ଏହାର ବହୁତ ସାରା ପ୍ରଜାତି ଥାଏ I ଯେମିତି ଜଙ୍ଗଲୀ ବରକୋଳି ଗଛ ,ଝର ବରକୋଳି ଆଦି ଏହାର ଫଳ ବହୁତ ସ୍ୱାଦିଷ୍ଟ ହୋଇଥାଏ I

ତେବେ ଏହାର ପତ୍ର ଖାଇବା ଦ୍ୱାରା ମଧ୍ୟ ଫାଇଦା ମିଳିଥାଏ I ଏହାର ପତ୍ରରେ ବହୁ ସାରା ଭିଟାମିନ ,ପୋଷକତତ୍ୱ ମିଳିଥାଏ I ଏହାର ପତ୍ର ଆମର ଶରୀରକୁ ନିରୋଗ କରିବାରେ ସାହାଯ୍ୟ କରିଥାଏ I ଏଥିରେ ବହୁ କମ କ୍ୟାଲୋରୀ ମିଳିଥାଏ I ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ I

ଏହାର ପତ୍ରକୁ ରାତିରେ ପାଣିରେ ବୁଡା଼ଇକି ରଖନ୍ତୁ ଓ ସକାଳୁ ଉଠି ସେହି ପାଣିକୁ ଛାଣି ପିଅନ୍ତୁ ଏହାକୁ ଗୋଟେ ମାସ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ଓ ତାପରେ ଆପଣଙ୍କର ଓଜନ କମିବାକୁ ଲାଗିବ I ଭାତୁଡ଼ି ହେଲେ ଏହାକୁ ବ୍ୟବହାର କରନ୍ତୁ ଏହାର ପତ୍ରକୁ ବାଟି ପେଷ୍ଟ ବନାନ୍ତୁ ଓ ସେହି ପେଷ୍ଟକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାନ୍ତୁ ଓ ଏଥିରେ ଭାତୁଡ଼ି ଭଲ ହୋଇଯାଏ I

ଯଦି ଗଳା ବସିଯାଇଥାଏ ଓ କହିବାରେ କଷ୍ଟ ହୋଉଥାଏ ତାହେଲେ ଏହାର ପତ୍ରକୁ ସେକି ଲୁଣ ସହିତ ଖାଇଲେ ତାହା ଭଲ ହୋଇଥାଏ I ମୁହଁର ସମସ୍ୟା ଦୂର କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ I ଯେମିତି ଦାନ୍ତର ସମସ୍ୟା ,ମାଢ଼ୀର ସମସ୍ୟା ଓ ମୁହଁର ଗନ୍ଧ ସମସ୍ୟା ଏମିତି ହେଉଥିଲେ ଏହାର ପତ୍ରକୁ ନେଇ କଡା ବନାଇ ଦୁଇ ତିନିଥର କୁଳି କଲେ ମୁହଁର ସବୁ ସମସ୍ୟା ଦୂର ହୋଇଥାଏ I

ଦାନ୍ତ ସମସ୍ୟା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଏ ଏହାର ପତ୍ରକୁ ନେଇ ରସୁଣ ସହ ପୋଡି ଘିଅ ସହ ମିଶାଇ ଲଗାଇଲେ ସମସ୍ୟା ଦୂର ହୋଇଥାଏ I

Leave a Reply

Your email address will not be published. Required fields are marked *