ବିଜେଡି ର ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବ ଦିନ ଅତିଥି ଭାବରେ ଯୋଗ ଦେବାକୁ ମୋଦିଙ୍କୁ ନବୀନ ଙ୍କ ନିମନ୍ତ୍ରଣ

ଗତକାଲି ମୋଦି କେନ୍ଦ୍ରାପଡ଼ା ରେ ଯୋଗ ଦେଇ ନବୀନ ପଟନାୟକ ଙ୍କୁ ଟାର୍ଗେଟ କରି ଏଥରକ ନବୀନ ବାବୁ ବିଦା ହେବେ ଏବଂ ଡବଲ ଇଞ୍ଜିନ ସରକାର ଆସିବ ବୋଲି କହିଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ବିଜେପି କୁ ଅତି ଶାଣିତ ଭାବରେ କହିଥିଲେ କି ଯେଉଁଠି ଡବଲ ଇଞ୍ଜିନ ସରକାର ଥିଲା ସେଠି କଣ ପାଇଁ ବିଜେପି ହାରିଲା ? ଅନ୍ୟପକ୍ଷେ ଆସନ୍ତା 29ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ମାରାଥନ ପ୍ରଚାର ଜାରି ରଖିଛନ୍ତି ସୁପ୍ରିମ ନବୀନ ପଟନାୟକ I ଆଜି ବାଲେଶ୍ୱର ଏବଂ ମୟୁରଭଞ୍ଜ ଗସ୍ତ ରେ ଥିବାବେଳେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି I

କହିଛନ୍ତି କି ମୋଦି କେବଳ ନିର୍ବାଚନ ପାଇଁ ଆସିଛନ୍ତି ,ପୂର୍ବରୁ ଦେଖା ନଥିଲା ଏପରିକି କଟାକ୍ଷ କରି କହିଛନ୍ତି କି ଏଥରକ ଘରେ ଘରେ ଶଙ୍ଖ Iଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ ବିଜେଡି ବହୁମତ ପଇସାରିଲାଣି I ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଦିନ ମୋଦିଙ୍କୁ ଅତିଥି ଭାବେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅନୁରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *