ବିଶ୍ୱାସ ନହେଲେ ବି ସତ :ଘୁଷୁରୀ ଜନ୍ମ ଦେଲା ମଣିଷ ଭଳି ଦେଖାଯାଉଥିବା ବିଚିତ୍ର ଛୁଆ

ବେଳେବେଳେ ଏମିତି କିଛି ବିଚିତ୍ର ଘଟଣା ଦେଖିବାକୁ ମିଳେ ଯାହା ବିଶ୍ୱାସ ହୁଏନି I ଆଖି ଦେଖିଲା ପରେ ମଧ୍ୟ ଏହାକୁ ବିଶ୍ୱାସ କରିବା ଏତେ ସହଜ ହେଇନଥାଏ I ସେମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଘୁରିବୁଲିବାରେ ଲାଗିଛି I ଏକ ଘୁଷୁରୀ ମଣିଷ ପରି ଦେଖାଯାଉଥିବା ଏକ ବିଚିତ୍ର ଛୁଆ ଜନ୍ମ ଦେଇଥିବାର ଫଟ ସୋସିଆଲ ମିଡିଆରେ ଭାଇରଲ ହେଉଛି ,କେହି କେହି ଏହାକୁ ମିଛ ଖବର ଏବଂ ଫୋଟୋ ଏଡିଟ କହୁଥିବା ବେଳେ ଘଟଣାର ସତ୍ୟତା ନେଇ କିଛି ଖବର କାଗଜ ରେ ମଧ୍ୟ ସ୍ଥାନିତ ହେଇଚି I

ସୂଚନା ଅନୁଯାଇ ଚାଇନା ର ତାଓ ଲୁ ଙ୍କର ଏକ ଘୁଷୁରୀ ଦଳ ରହିଛି I ତେବେ ହଠାତ ତାଙ୍କ ଘୁଷୁରୀ ଦଳରେ ଥିବା ଏକ ଘୁଷୁରୀ ବିଚିତ୍ର ଛୁଆ ଜନ୍ମ ଦେଇଥିଲା ଯାହାକି ଦେଖିବାକୁ ଅବିକଳ ମଣିଷ ଭଳି ଦେଖାଯାଉଥିବା ବେଳେ ଏହାର ମୁଣ୍ଡରେ ଏକ ଆବୁ ରହିଥିଲା I ଘଟଣା ପ୍ରଘଟ ହେବାପରେ ଘୁଷୁରୀ କୁ ଦେଖିବାକୁ ସବୁଆଡୁ ପ୍ରବଳ ଭିଡ ଲାଗିଥିଲା I

ରାତାରାତି ଚର୍ଚିତ ହେଇଯାଇଥିଲା ଘୁଷୁରୀ ଟି ତେବେ ଦୁଃଖର ବିଷୟ ଘୁଷୁରୀ ଛୁଆଟି ଜନ୍ମ ହେବାର ଅଳ୍ପ ସମୟ ପରେ ମରିଯାଇଥିଲା I ତଥାପି ମୃତ ପରେ ମଧ୍ୟ ଘୁଷୁରୀ କୁ ଦେଖିବାକୁ ସେହି ଅଞ୍ଚଳରେ ପ୍ରବଳ ଭିଡ ଲାଗିରହିଛି I

Leave a Reply

Your email address will not be published. Required fields are marked *