ଏଥରକ ଆପଣଙ୍କ ଘରକୁ ମିଟର ରିଡିଂ ଏବଂ ବିଦ୍ୟୁତ ଶୁକ୍ଳ ପାଇଁ ଆଉ ଯିବେନି ବିଦ୍ୟୁତ କର୍ମଚାରୀ

ଯଦି ସବୁ ବିଭାଗ ସହିତ ବିଦ୍ୟୁତ ବିଭାଗ କୁ ତୁଳନା କରାଯାଏ ତେବେ ସବୁଠୁ ଅଧିକ କ୍ଷତି ରେ ରହୁଥିବା ବିଭାଗ ହେଉଛି ବିଦ୍ୟୁତ ବିଭାଗ I ବିଦ୍ୟୁତ ବିଭାଗ ରେ ଏଟିସି କ୍ଷତି ଏତେ ଅଧିକ ଯେ ଏହାକୁ କମାଇବାକୁ ସବୁବେଳେ ଉଦ୍ୟମ କରାଯାଉଛି ଏପରିକି ବିଦ୍ୟୁତ ସଂସ୍କାର ନାମରେ ଘରୋଇ କରଣ ମଧ୍ୟ କରାଯାଇଛି ତଥାପି କୌଣସି ଆଖିଦୃଶିଆ ଉର୍ନ୍ନତି ହେଇନାହିଁ I ପ୍ରତିମାସରେ ବିଦ୍ୟୁତ କର୍ମଚାରୀ ମାନେ ଉପଭୋକ୍ତା ଙ୍କ ଘର ଘର ବୁଲି ମିଟର ରିଡିଂ ଏବଂ ବିଦ୍ୟୁତ ଶୁକ୍ଳ ଆଦାୟ କରିବାକୁ ବିଦ୍ୟୁତ ବିଭାଗ ଦ୍ୱାରା ଅଧିକାଂଶ ସ୍ଥାନରେ ଫ୍ରାଞ୍ଚାଇଜ ବା ଏଜେନ୍ସି ଦିଆଯାଇଥିଲେ ମଧ୍ୟ କିଛି ଲାଭ ହେଉନାହିଁ ବରଂ ଏଟିସି କ୍ଷତି ବଢ଼ିବାରେ ଲାଗିଛି I

ତେବେ ଏହି ବିଦ୍ୟୁତ କ୍ଷତି କମାଇବାକୁ ଏଥରକ ନୂଆ ନିୟମ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର I ଏଥରକ ବିଦ୍ୟୁତ କର୍ମଚାରୀ ମାନେ ଆଉ ଉପଭୋକ୍ତା ମାନଙ୍କ ଘର ଘର ବୁଲି ମିଟର ରିଡିଂ ଏବଂ ବିଦ୍ୟୁତ ଶୁକ୍ଳ ଆଦାୟ କରିବେ ନାହିଁ ଏହା ବଦଳରେ ଟ୍ରାନ୍ସଫର୍ମର ଅନୁଯାଇ ବିଲ୍ ହେବ ଏବଂ ବିଦ୍ୟୁତ ଶୁକ୍ଳ ଆଦାୟ କରାଯିବ

Iବିଦ୍ୟୁତ ଶୁକ୍ଳ ଆଦାୟ ଏବଂ ସାଧାରଣତଃ ଉପଭୋକ୍ତା ମାନଙ୍କର ଅନେକ ସମସ୍ୟା ରହୁଥିଲେ ମଧ୍ୟ ତାହା ସମାଧାନ କରିବାରେ ନିଯୁକ୍ତ ଫ୍ରାଞ୍ଚାଇଜ ବା ଏଜେନ୍ସି ବିଫଳ ହେଉଛନ୍ତି ତେଣୁ ଏହାକୁ ଦୃଷ୍ଟିରେ ରଖି ଏଥରକ ପ୍ରତି ଟ୍ରାନ୍ସଫର୍ମର ରୁ ଯେତେ ପରିମାଣରେ ବିଦ୍ୟୁତ ବ୍ୟବହାର ହେବ ସେହି ଅନୁସାରେ ଶୁକ୍ଳ ଆଦାୟ କରାଯିବ,ଯଦି ଏଥିରେ ବିଫଳ ହୁଅନ୍ତି ସମ୍ପୃକ୍ତ ଟ୍ରାନ୍ସଫର୍ମର କୁ ସେହି ଅନୁସାରେ ସେବା ଯୋଗାଇ ଦିଆଯିବ I

ଏହାକୁ ସାଧାରଣତଃ ଗ୍ରାମାଞ୍ଚଳ ରେ ଗ୍ରାମ ପଂଚାୟତ ଦାୟିତ୍ୱ ରେ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି I

Leave a Reply

Your email address will not be published. Required fields are marked *