ବୈଜୟନ୍ତ ଙ୍କୁ କଟାକ୍ଷ କରି ସୋସିଆଲ ମିଡିଆରେ ଟ୍ରଲ ହେଲେ ଅନୁଭବ

ଆଜିକା ଦୁନିଆରେ ସୋସିଆଲ ମିଡ଼ିଆ ହେଉଛି ସବୁଠୁ ବଡ ପ୍ଲାଟଫର୍ମ I କୁହାଯାଏ ସୋସିଆଲ ମିଡ଼ିଆ ହେଉଛି ସମସ୍ତଙ୍କ ସହିତ ଯୋଡି ହେବାର ଏକ ସହଜ ମାଧ୍ୟମ I ସେଥିପାଇଁ ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଯାଏଁ ସମସ୍ତେ ଏବେ ସୋସିଆଲ ମିଡିଆରେ ଯୋଡି ହେଉଛନ୍ତି I ଏବେ ରାଜନୈତିକ ନିର୍ବାଚନ ଚାଲୁଥିବା ବେଳେ ସୋସିଆଲ ମିଡିଆରେ ପରସ୍ପର କୁ ବିରୋଧ କରିବାରେ ଲାଗିଛନ୍ତି I ସେହିକ୍ରମରେ ଏବେ ସବୁଠୁ ଚର୍ଚାରେ ଥିବା କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ରେ ବୈଜୟନ୍ତ ଙ୍କ ବିରୁଧରେ ଲଢ଼ୁଛନ୍ତି କଟକ ରାଜ୍ୟସଭା ସାଂସଦ ତଥା ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି I ଦୁଇଜଣଙ୍କ ମଧ୍ୟରେ ଲଢେଇ ଜୋରଦାର ଚାଲିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ କଡା ଟକ୍କର ଦେଖିବାକୁ ମିଳୁଛି I 24ତାରିଖ ରେ ବୈଜୟନ୍ତ ଙ୍କୁ ସସ୍ମିତ ପାତ୍ର କଟାକ୍ଷ କରି କେନ୍ଦ୍ରାପଡା ବାସୀଙ୍କ ପାଇଁ ଠକିଛନ୍ତି ବୋଲି ଏକ ବୟାନ ରଖିଥିଲେ I

2014 ରେ ବୈଜୟନ୍ତ ଇମ୍ଫା ଠାରୁ ବାର୍ଷିକ 2କୋଟି ଦରମା ନିଅନ୍ତି ବୋଲି ସତ୍ୟପାଠ ରେ ଉଲ୍ଲେଖ କରିନଥିଲେ ଯାହାକି 2019ରେ ଉଲ୍ଲେଖ କରିଛନ୍ତି I ତେଣୁ ସେ କେନ୍ଦ୍ରାପଡା ବାସୀଙ୍କୁ ଠକିଛନ୍ତି ବୋଲି ସସ୍ମିତ ପାତ୍ର କହିଥିବା ବେଳେ ଏହାକୁ ଅନୁଭବ ନିଜ ଫେସବୁକ ପେଜ୍ ରେ ଅପଲୋଡ଼ କରିଛନ୍ତି I ଏହାପରେ ସାଧାରଣ ଜନତା ନିଜର ମତାମତ ଦେଇଥିବା ବେଳେ ଦେଖାଯାଇଛି ଅଧିକାଂଶ ବ୍ୟବହାରକାରୀ ଅନୁଭବ ଙ୍କୁ କଟକ ପାଇଁ କଣ କରିଛନ୍ତି ଏବଂ ଶସ୍ତା ରାଜନୀତି ନକରନ୍ତୁ ବୋଲି ମତାମତ ଦେଇଛନ୍ତି I

ମତାମତ ର ପାଖାପାଖି 80%ରୁ ଉର୍ଦ୍ଧ ଅନୁଭବ ଙ୍କ ବିପକ୍ଷରେ ଯାଇଛି ,ଆଲୋଚନା ଚାଲିଛି କି ବୈଜୟନ୍ତ ଙ୍କୁ କଟାକ୍ଷ କରିବାକୁ ଯାଇ ନିଜେ ଟ୍ରଲ ହେଇଛନ୍ତି ଅନୁଭବ I

ଦେଖନ୍ତୁ କଣ ସବୁ ମତାମତ ଦେଇଛନ୍ତି ସାଧାରଣ ଜନତା

One Comment on “ବୈଜୟନ୍ତ ଙ୍କୁ କଟାକ୍ଷ କରି ସୋସିଆଲ ମିଡିଆରେ ଟ୍ରଲ ହେଲେ ଅନୁଭବ”

  1. Anya pae amangala chinta kale nine problem re padiba.se Sabu bele film shooting re bg ragile….CTC pae Kochi kalen….
    Cuttack loka dekhibaku paileni….ea jae Kendrapara re loka Sukha -dukha Sathi hebe

Leave a Reply

Your email address will not be published. Required fields are marked *