ବେଦ ପ୍ରକାଶ ଙ୍କ ପୁଅ ଲଢ଼ିବେ କି ପାଟକୁରା ରୁ ନିର୍ବାଚନ?କାହାକୁ ଟିକେଟ ଦେବେ ବିଜେଡ଼ି ସୁପ୍ରିମୋ

ବର୍ତ୍ତମାନ ବେଦ ପ୍ରକାଶ ଅଗ୍ରୱାଲ ଙ୍କ ମୃତ୍ୟୁ ପରେ ସମସ୍ତଙ୍କ ମନ ରେ ଦ୍ଵନ୍ଦ। କିଏ ଧରିବ ବିଜେଡି ର ମଙ୍ଗ। ଆସନ୍ତା ମେ ‘ ୧୯ ତାରିଖ ରେ ପାଟକୁରା ରେ ହେବ ନିର୍ବାଚନ। ଏହା ମଧ୍ୟ ରେ ଲୋକ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେବାରେ ଲାଗିଛି କି ବେଦପ୍ରକାଶ ଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ହୋଇ ପାରନ୍ତି ବିଜେଡି ର ପ୍ରାର୍ଥୀ।

କିନ୍ତୁ ଏ ନେଇ ସଞ୍ଜୟ ମତ ରଖିଛନ୍ତି ଯେ ଯଦି ତାଙ୍କ ଉପରେ ଭରସା ରଖାଯାଏ ତେବେ ସେ ନିଶ୍ଚୟ ନିର୍ବାଚନ ମଇଦାନ କୁ ଓହ୍ଲାଇବେ। ଆଉ ଯଦି ବିଜେଡି ତାଙ୍କୁ ଟିକେଟ ନଦିଏ ତେବେ ମଧ୍ୟ ସେ ଦଳ ପାଇଁ କାମ କରିବେ। ଏବଂ ତାଙ୍କ ବାପା ଙ୍କ ସ୍ବପ୍ନ କୁ ସାକାର କରିବେ। ଏହା ସହ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି କିପରି ପାଟକୁରା ରୁ ସର୍ବାଧିକ ଭୋଟ ପାଇବେ ସେ ନେଇ ସେ ବହୁତ୍ ପ୍ରୟାସ କରୁଛନ୍ତି।

ଅନ୍ୟ ପକ୍ଷେ ଚଳିତ ବର୍ଷ ନିର୍ବାଚନ ରେ ହାଇ ଭୋଲଟେଜ ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। କାରଣ ବେଦ ପ୍ରକାଶ ଙ୍କ ବିରୋଧ ରେ ବିଜେପି ରୁ ଲଢ଼ୁଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଏବଂ ଅନ୍ୟ ପଟେ କଂଗ୍ରେସ ରୁ ଲଢ଼ୁଥିଲେ ଜୟନ୍ତ ମହାନ୍ତି। ତେବେ ଏଭଳି ପରିସ୍ଥିତି ରେ ଏହି ଦୁଇ ନେତା ଙ୍କୁ ଟକ୍କର ଦେଲା ଭଳି ବିଜେଡି ସୁପ୍ରିମୋ କାହାକୁ ବାଛୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର। ମେ ପହିଲା ରେ ପ୍ରାର୍ଥୀ ପତ୍ର ଦାଖଲ ହୋଇଥିବା ବେଳେ ମେ ୨ ରେ ଯାଞ୍ଚ୍ ହେବ ଓ ୪ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାବର୍ତ୍ତନ ର ଶେଷ ଦିନ ରହିଛି। ଏବଂ ୧୯ ତାରିଖ ରେ ଭୋଟ। ତେବେ ବେଦ ପ୍ରକାଶ ଙ୍କ ପରଲୋକ ପରେ ପାଟକୁରା ରେ କେବଳ ବିଜେଡି ହିଁ ନୂଆ ପ୍ରାର୍ଥୀ ଘୋଷଣା କରିପାରିବ।

Leave a Reply

Your email address will not be published. Required fields are marked *