ସତ୍ୟପାଠ ରେ ତଥ୍ୟ ଲୁଚାଇ କେନ୍ଦ୍ରାପଡ଼ା ବାସି ଙ୍କୁ ଠକିଛନ୍ତି ବୈଜୟନ୍ତ ଓ ବିଜେପି:ବିଜେଡ଼ି

ବର୍ତ୍ତମାନ କେନ୍ଦ୍ରାପଡ଼ା ର ସାଂସଦ ବୈଜୟନ୍ତ ପଣ୍ଡା ଙ୍କ ବିଷୟ ରେ ବଡ଼ ଖୁଲାସା କରିଛି ବିଜେଡି। ବିଜେଡି ର କହିବା ଅନୁଯାୟୀ ସାମ୍ବାଦିକ ସମ୍ମିଳନୀ ରେ ବୈଜୟନ୍ତ କରିଥିବା ସତ୍ୟ ପାଠ ରେ ସେ କିଛି ତଥ୍ୟ ଲୁଚାଇଛନ୍ତି। କାରଣ ବୈଜୟନ୍ତ ଇମ୍ଫା ର ବାଇସ୍ ଚେୟାର୍ମ୍ୟାନ୍ ଥିବା ବେଳେ ସେ ଟଙ୍କା ନେଇଛନ୍ତି। ବୈଜୟନ୍ତ ୨ କୋଟି ରୁ ଅଧିକ ଟଙ୍କା ନେଇଥିବା ର ଅଭିଯୋଗ କରିଛି ବିଜେଡି।

ଏହାକୁ ନେଇ ବିଜେଡି କହିଛି କି ଏହି ପରି ବାରମ୍ବାର କେନ୍ଦ୍ରାପଡ଼ା ବାସି ଙ୍କୁ ଠକିଛନ୍ତି ବୈଜୟନ୍ତ। ହେଲେ ବୈଜୟନ୍ତ ଙ୍କ ସତ୍ୟପାଠ ର ହୋଇଥିବା ଖୁଲସା କୁ ନେଇ କାହିଁକି ଚୁପ୍ ରହିଛି ବିଜେପି ବୋଲି ପ୍ରଶ୍ନ କରିଛି ବିଜେଡି। ଏପରି କି ବିଜେପି ଏ ନେଇ ମୁହଁ ନଖୋଲିବା ଅର୍ଥାତ୍ ବୈଜୟନ୍ତ ଓ ବିଜେପି ସାଢେ଼ ୪ କୋଟି ଓଡ଼ିଶା ବାସି ଙ୍କୁ ଠକିଛନ୍ତି ବୋଲି କହି କଡା ସମାଲୋଚନା କରିଛନ୍ତି ବିଜେଡି।

Leave a Reply

Your email address will not be published. Required fields are marked *