ହଟିଲା ପ୍ରତିବନ୍ଧକ,ପୁଣି ଫେରିଲା ଲୋକପ୍ରିୟ ଆପ ଟିକ୍ ଟକ୍

କିଛିଦିନ ଧରି ସବୁଠୁ ଚର୍ଚାରେ ଥିବା ଟିକ୍ ଟକ୍ ଆପ କୁ ମାଦ୍ରାସ ହାଇକୋର୍ଟର ନିର୍ଦେଶ କ୍ରମେ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍ପଲ ଷ୍ଟୋର ରୁ ହଟେଇ ଦିଆଯାଇଥିଲା I ହାଇକୋର୍ଟ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇ ଏପ୍ରିଲ ୩ରେ ଆପକୁ ହଟାଇବାକୁ ନିର୍ଦ୍ଦେଶ ଦେବାପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା I ବ୍ୟବହାରକାରୀ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇଥିବା ବେଳେ ଏଥିରେ କାମକରୁଥିବା ପାଖାପାଖି ୨୫୦ କର୍ମଚାରୀ ଙ୍କ ଉପରେ ପ୍ରଭାବ ପଡ଼ିବାକୁ ଯାଉଥିଲା I

ପାଖାପାଖି ବର୍ତମାନ ଶୁଦ୍ଧI ଭାରତରେ ୩୦ କୋଟିରୁ ଉର୍ଦ୍ଧ ଟିକଟକ ବ୍ୟବହାରକାରୀ ଥିବାବେଳେ ୧୦୦ କୋଟିରୁ ଉର୍ଦ୍ଧ ୟୁଜର ଏହାକୁ ଡାଉନଲୋଡ୍ କରି ସାରିଲେଣି I ବିଶେଷ କରି ଏହା ଦ୍ୱାରା ଅଶ୍ଳୀଳତା ବଢୁଥିବା ଅଭିଯୋଗ ହେଇଥିବା ବେଳେ ଟିକଟକ ପକ୍ଷରୁ ବାଇଟଡାନ୍ସ ସୁପ୍ରିମକୋର୍ଟ କୁ ଅନୁରୋଧ କରି କହିଥିଲା କି ଆଉଥରେ ବିଚାର କରାଯାଉ I ଯାହାର ଶୁଣାଣି କରାଯାଇ ପ୍ଲେ ଷ୍ଟୋର ଏବଂ ଆପଲ ଷ୍ଟୋର ରେ ଆପ୍ସ କୁ ପୁନର୍ବାର ରଖିବାକୁ ନିର୍ଦେଶ ମିଳିଛି I ଏହାଫଳରେ ଟିକଟକ ବ୍ୟବହାରକାରୀ ମାନଙ୍କ ମଧ୍ୟରେ ଖୁଶିର ଲହରୀ ଖେଳିଯାଇଛି I

Leave a Reply

Your email address will not be published. Required fields are marked *