ଅନୁକମ୍ପା ଭୋଟ ହାତେଇବାକୁ କେନ୍ଦ୍ରାପଡା ରେ ମୁଖ୍ୟମନ୍ତ୍ରୀ ନିଜ ଉପରେ ମିଛ ଅଣ୍ଡା ଆକ୍ରମଣ କରିପାରନ୍ତି :ବୈଜୟନ୍ତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବା ବେଳେ ଆସନ୍ତା 29ତାରିଖରେ ଶେଷ ନିର୍ବାଚନ ହେବ I ସବୁଠାରୁ ଚର୍ଚ୍ଚାରେ ରହିଆସିଛି କେନ୍ଦ୍ରାପଡା I ବର୍ତମାନର ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ବିରୋଧୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ରେ ଲଢ଼ୁଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେଡି ର ଅନୁଭବ ମହାନ୍ତି I ଉଭୟ ଙ୍କ ପ୍ରଚାର ଜୋରଦାର ଚାଲିଥିବା ବେଳେ କଳେବଳେ କୌଶଳେ ଉଭୟ ପରସ୍ପର ଙ୍କୁ ହରେଇବାକୁ ଚେଷ୍ଟା କରୁଛନ୍ତି I ତେବେ ଆଜି ବିଜେପି ପ୍ରାଥୀ ବୈଜୟନ୍ତ କହିଛନ୍ତି ଯେ ଏବେ ମୁଖ୍ୟମନ୍ତ୍ରୀ ମିଛ ନାଟକ ରଚିପାରନ୍ତି ଅନୁକମ୍ପା ଭୋଟ ହାତେଇବାକୁ I

ଚର୍ଚ୍ଚା ଚାଲିଛି କି ମୁଖ୍ୟମନ୍ତ୍ରୀ ଙ୍କ ଆଗାମୀ ସଭାରେ ବିଜେଡି ତରଫରୁ ପ୍ରାୟୋଜିତ ଭାବରେ ମିଛ ଅଣ୍ଡା ମାଡ କରାଇ ଅନୁକମ୍ପା ଭୋଟ ହାତେଇବା ପାଇଁ ଉଦ୍ୟମ କରାଯିବ I ଏଥିପାଇଁ ବିଜେପି କର୍ମୀଙ୍କୁ ସତର୍କ ରହିବାକୁ ସେ କହିଛନ୍ତି I ଏମିତିରେ ତାଙ୍କୁ ବିଜେଡି ତରଫରୁ ବହୁ ପୂର୍ବରୁ କରାଯାଇଥିଲା ଯେଉଁଥିରେ କି ସେ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ବୋଲି ଅତି କ୍ଷୋଭ ର ସହିତ କହିଛନ୍ତି I

Leave a Reply

Your email address will not be published. Required fields are marked *