ପୁରୀ ସ୍ୱର୍ଗଦ୍ୱାର ର ଆଶ୍ଚର୍ଯ୍ୟଜନକ ରହସ୍ୟ I ଅନ୍ତିମକ୍ରୀୟା ପରେ ସ୍ୱର୍ଗପ୍ରାପ୍ତି ହେଇଥାଏ : ସ୍ୱର୍ଗକୁ ଦ୍ୱାର

ମର୍ତ୍ୟମଣ୍ଡଳେ ଦେହ ବହି ଦେବତା ହୋଇଲେ ହିଁ ମରଇ I ଅର୍ଥାତ ଯିଏ ବି ଜନ୍ମ ନେଇଛନ୍ତି ଦିନେ ନା ଦିନେ ମୃତ୍ୟୁ ଲଭିବାକୁ ପଡିଥାଏ I ତେବେ ସମସ୍ତଙ୍କର ଇଛା ଥାଏ ଶେଷ ଯାତ୍ରା ପୁରୀ ଶ୍ରୀ ଜଗନ୍ନାଥ ଙ୍କ ସ୍ୱର୍ଗଦ୍ୱାର ରେ ସମାପ୍ତ ହେଉ I ମୃତ୍ୟୁ ପରେ କାହିଁକି ଏ ସ୍ୱର୍ଗଦ୍ୱାର ଲାଳସା ସମସ୍ତଙ୍କର ଥାଏ ? କୁହାଯାଏ କି ଏଠାରେ ଅନ୍ତିମ ସଂସ୍କାର କରାଗଲେ ସିଧା ସ୍ୱର୍ଗପ୍ରାପ୍ତି ହେଇଥାଏ ,ସ୍ୱର୍ଗ କୁ ଏହିଠାରୁ ହିଁ ଦ୍ୱାର ଥାଏ I ଚାଲନ୍ତୁ ଜାଣିବା ସ୍ୱର୍ଗଦ୍ୱାର ବିଷୟରେ କିଛି ଅଜଣା ତଥ୍ୟ I ପୁରୀ ର ଉତ୍ତର-ପୂର୍ବ କୋଣର ସ୍ୱର୍ଗଦ୍ୱାର ଅବସ୍ଥିତ I ବିଶ୍ୱାସ ରହିଛି କି ସ୍ୱର୍ଗଲୋକ କୁ ଯିବା ପାଇଁ ଏହା ହିଁ ମାଧ୍ୟମ ,ଏଠାରେ ଅନ୍ତିମ କ୍ରିୟା କରାଗଲେ ସମସ୍ତ ପାପ ନଷ୍ଟ ହେଇ ସ୍ୱର୍ଗ ପ୍ରାପ୍ତି ହେଇଥାଏ I

ସ୍ୱର୍ଗଦ୍ୱାର ରେ ଏମିତି କିଛି ରହସ୍ୟ ରହିଛି ଯାହା କି ଶୁଣିଲେ ବି ଅବିଶ୍ୱାସ ଲାଗିଥାଏ I ସ୍ୱର୍ଗଦ୍ୱାରରେ ଶ୍ମଶାନ‌କାଳୀ ମା ଙ୍କ ମନ୍ଦିର ରହିଥିବା ବେଳେ ,ମା କାଳୀ ଏଠାକାର ପ୍ରତ୍ୟକ୍ଷ ଦେବୀ ମା ଭାବେ ପୂଜା ପାଇଥାନ୍ତି I

ସ୍ୱର୍ଗଦ୍ୱାର କୁ ମା କାଳୀ ଯଗିଥାନ୍ତି ବୋଲି ବିଶ୍ୱାସ ରହିଛି I ବିଶ୍ୱାସ ରହିଛି କି ଜଗନ୍ନାଥ ଙ୍କ ଶଶୁର ଘର ସମୁଦ୍ର ,ପ୍ରତ୍ୟକ ଅମାବାସ୍ୟାରେ ମହାପ୍ରଭୁ ଜଗନ୍ନାଥ ଯେତେବେଳେ ନିଜ ଶ୍ୱଶୁର ଘର ବୁଲିବାକୁ ଯାଇଥାନ୍ତି ସେତେବେଳେ ସ୍ୱର୍ଗଦ୍ୱାର ବାଟେ ହିଁ ଯାଇଥାନ୍ତି I

ଏହା ସହିତ ଆହୁରି କୁହାଯାଇଛି କି ଯେତେବେଳେ ଜଗନ୍ନାଥ ଙ୍କ ବ୍ରହ୍ମଦାରୁ ସମୁଦ୍ରରେ ଭାସିଆସିଥିଲା ପ୍ରଥମେ ଏହି ସ୍ୱର୍ଗଦ୍ୱାର ପାଖରେ ଅଟକିଥିଲା Iଏହା ସହିତ ଆହୁରି କୁହାଯାଇଛି କି ଏଠାରେ କେଭେଁବି ଅଗ୍ନି ଲିଭିନଥାଏ , ଆପଣ ଯେବେବି ୟା ପାଖକୁ ଯିବେ କୌଣସି ନା କୌଣସି ବ୍ୟକ୍ତିଙ୍କର ଚିତା ଜଳୁଥିବ I ଏହା ଭିତରେ ଯେବେବି ଆପଣ ପାଦ ରଖିବେ ଏମିତି ଲାଗିବ କି ଏସବୁ ମୋହମାୟା ତୁଚ୍ଛ କେବଳ ମୃତ୍ୟୁ ହିଁ ସତ୍ୟ I ପୁରୀକୁ ସାଧାରଣତଃ ମର୍ତ୍ତ୍ୟ ର ବୈକୁଣ୍ଠ କୁହାଯାଏ ,ଯେଉଁଠି କି ସ୍ୱୟଂ ବିଷ୍ଣୁ ଜଗନ୍ନାଥ ରୂପ ନେଇ ଶ୍ରୀମନ୍ଦିର ରେ ବିରାଜି ଛନ୍ତି I ତାଙ୍କରି ପାଖରେ ଏହି ଶବଦାହ ହେଉଥିବାରୁ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି I

Leave a Reply

Your email address will not be published. Required fields are marked *