ରିକ୍ସା ଚଲାଇକି ପୁଅକୁ ବନେଇଲେ ଆଇଏଏସ ଅଫିସର I ଆଇଏ ଏସ ପରେ ପୁଅ ରିକ୍ସା ରେ ଗଲେ ଅଫିସ

ମଣିଷର ଯଦି ଲକ୍ଷ ମଜଭୁତ ଥିବ ତାହେଲେ ସେ ସବୁ କଠିନ ସମୟକୁ ପାର କରି ସ୍ୱପ୍ନକୁ ପୁରଣ କରିପାରିବ I ଆଜି ଆମେ ଏମିତି ଏକ ପିତାଙ୍କ କାହାଣୀ ବିଷୟରେ କହିବାକୁ ଯାଉଛୁ ଯିଏ ଦିନରାତି ପରିଶ୍ରମ କରି ପୁଅକୁ ଆଇ.ଏସ .ଅଫିସର ବନେଇଛନ୍ତି I ଘରର ଆର୍ଥିକ ଅବସ୍ଥା ଠିକ ନଥିଲେ ମଧ୍ୟ ସେ ପୁଅର ପାଠପଢ଼ାରେ କୌଣସି କମି ରଖିନଥିଲେ ଓ ତାକୁ ଆଇ.ଏସ ଅଫିସର ବନେଇକି ଛାଡିଲେ I ବାରଣାସୀରେ ରହୁଥିବା ନାରାୟଣ ଜଣେ ରିକ୍ସାବାଲା ଥିଲେ ଓ ସେ ରିକ୍ସା ଚଲାଇକି ଘରର ଖର୍ଚ ଉଠାଉଥିଲେ ଓ ତାଙ୍କ ପୁଅ ଗୋବିନ୍ଦକୁ ଏକ ଆଇ.ଏସ.ଅଫିସର ବନାଇଲେ I

ନାରାୟଣଙ୍କ ଅନୁସାରେ ତାଙ୍କର ସ୍ବପ୍ନ ଥିଲା ପୁଅକୁ ଆଇ.ଏସ.ଅଫିସର ବନାଇବା I କିନ୍ତୁ ତାଙ୍କ ପାଖରେ ଏମିତି ଆର୍ଥିକ ଅବସ୍ଥା ନଥିଲାକି ତାଙ୍କ ପୁଅକୁ ଦାମୀ ଟିୟୁସନରେ ପଢ଼ାଇବା ପାଇଁ I ନାରାୟଙ୍କ ଅନୁସାରେ ସେ ଯେତେବେଲେଭି ନିଜ ପୁଅକୁ ଆଇ.ଏସ ଅଫିସର ବନାଇବା କଥା ନେଇ ଲୋକଙ୍କୁ କୁହନ୍ତି ଲୋକ ତାଙ୍କ ମଜାକ ଉଡାନ୍ତି I ଗୋବିନ୍ଦର ସାଙ୍ଗମାନେ ମଧ୍ୟ ଗୋବିନ୍ଦର ମଜାକ ଉଡାଉଥିଲେ ଓ ତାକୁ ରିକ୍ସାବାଲାର ପୁଅ କହୁଥିଲେ I ନାରାୟଣ ଓ ତାଙ୍କ ପୁଅ ଲୋକଙ୍କ କଥାକୁ ଧ୍ୟାନ ନଦେଇ ସେ ତାଙ୍କର ଧ୍ୟାନ କେବଳ ନିଜର ସ୍ବପ୍ନ ପୁରା କରିବା ଉପରେ ରଖିଲେ I

ନାରାୟଣର ଚାରିଜଣ ପିଲା ଥିଲେ,ଯେଉଁଥିରେ ତିନିଜଣ ଝିଅ ଥିଲେ ଓ ଜଣେ ପୁଅ ଥିଲା I ତାଙ୍କର ଆର୍ଥିକ ଅବସ୍ଥା ପୂର୍ବରୁ ବହୁତ ଭଲ ଥିଲା ଓ ତାଙ୍କ ପାଖରେ 35ଟି ରିକ୍ସା ଥିଲା ଯାହାକୁ ସେ ଭଡାରେ ଲଗାଉଥିଲେ I ଯେତେବେଳେ ତାଙ୍କ ପୁଅ ସପ୍ତମ କ୍ଳାସରେ ଥିଲା ସେତେବେଳେ ତାଙ୍କ ପତ୍ନୀର ବ୍ରେନ ଟିୟୁମର ହୋଇଥିଲା I ବ୍ରେନ ଟିୟୁମରକୁ ଭଲ କରିବା ପାଇଁ ତାଙ୍କ ରିକ୍ସାକୁ ବିକିବାକୁ ପଡିଲା ଓ ତାଙ୍କର ଆର୍ଥିକ ଅବସ୍ଥା ବହୁତ ଖରାପ ହେଇଗଲା I ପତ୍ନୀ ମରିବାପରେ ନାରାୟଣଙ୍କୁ ତାଙ୍କ ପରିବାର ଓ ଘରର ଖର୍ଚ ଉଠାଇବାର ଦାଇତ୍ୱ ନବାକୁ ପଡିଲା I ନାରାୟଣ ଦିନରାତି ପରିଶ୍ରମ କରି ପୁଅକୁ ପଢ଼ାଇବା ପାଇଁ ପଇସା ଯୋଡ଼ିଲେ ନାରାୟଣଙ୍କ ଏହି ପରିଶ୍ରମ ଯୋଗୁ ଆଜି ତାଙ୍କ ପୁଅ ଭଲ ଶିକ୍ଷା ହାସିଲ କରିପାରିଛି ଓ ସେ ଆଜି ଏକ ଆଇ.ଏସ ଅଫିସର ହେଇପାରିଛନ୍ତି I

ଗୋବିନ୍ଦ ଙ୍କ ପୋଷ୍ଟିଙ୍ଗ ଗୋଆ ରାଜ୍ୟରେ ହେଇଛି Iନାରାୟଣଙ୍କ ପୁଅର ପତ୍ନୀ ମଧ୍ୟ ଏକ ଆଇ.ଏସ ଅଫିସର I ନାରାୟଣଙ୍କ ଘରେ ଜଣେ ନୁହଁ ଦୁଇ ଦୁଇ ଜଣ ଆଇ.ଏସ ଅଧିକାରୀ I

ତାଙ୍କ ଶଶୁର ସମାଜକୁ ଗୋଟେ କଥା କହିଲେ ଯଦି ଲକ୍ଷ ଠିକ ଥିବା ତାହେଲେ ସ୍ବପ୍ନ ଦିନେନା ଦିନେ ସତ ହେବ ,ଧନୀ ଗରୀବର ପାଚେରୀ କେବେହେଲେ ସ୍ବପ୍ନ ମଝିରେ ଆସିବ ନାହିଁ I

Leave a Reply

Your email address will not be published. Required fields are marked *