15ବର୍ଷ ପରେ ପୁଣି ଆମେରିକାକୁ ମିଳିଲା ଦିନିକିଆ ଟିମ୍ ର ମାନ୍ୟତା

ଆମେରିକା ହେଉଛି ବିଶ୍ଵ ର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର। ଆମେରିକା ଓ ଓମାନ ର ଟିମ୍ ପୁଣି ଠାରେ ଦିନିକିଆ ଆନ୍ତର୍ଜାତୀୟ ଟିମ୍ ର ମାନ୍ୟତା ପାଇଛି। ଏହି ୨ ଟି ଟିମ୍ ଆଇସିସି ବିଶ୍ଵ କପ୍ କ୍ରିକେଟ ଲିଗ୍ ଡିଭିଜନ – ୨ ରେ ଉତ୍ତମ ପ୍ରଦର୍ଶନ କରିବା ପରେ ଏହି ମାନ୍ୟତା ମିଳିଛି। ଏହି ମନ୍ୟତା ଆମେରିକା କୁ ୧୫ ବର୍ଷ ପରେ ମିଳିଛି। ଏହା ପୂର୍ବରୁ ୨୦୦୪ ରେ ଏହି ମନ୍ୟତା ସେ ହାସଲ କରିଥିଲା। ଆଇସିସି ବିଶ୍ଵ କ୍ରିକେଟ୍ ଲିଗ୍ ଡିଭିଜନ ୨ ରେ ଓମାନ ନାମିବିଆ ବିପକ୍ଷ ରେ ରୋମଞ୍ଚକ ମ୍ୟାଚ୍ ରେ ବିଜୟ ହାସଲ କରିଛି। ଓମାନ ମଧ୍ୟ ନିଜର ସମସ୍ତ ମ୍ୟାଚ୍ ଜିତିଛି। ଏହା ସହ ପାପୁଆ ନ୍ୟୁ ଗିନି ବିପକ୍ଷ ରେ ଖେଳାଯାଇଥିବା ମ୍ୟାଚ୍ କୁ ଓମାନ ଜିତିଛି।

ଆମେରିକା ହଂକଂ କୁ ହରାଇ ଦିନିକିଆ ମାନ୍ୟତା ହାସଲ କରିଛି। ସେ ବୁଧବାର ଜାଭିୟର ମାର୍ଶଲ ଙ୍କ ଶତକ (୧୦୦) ରନ୍ ବଳ ରେ ୮ ୱିକେଟ୍ ହରାଇ ୨୮୦ ରନ୍ କରିଥିଲା। ହଂକଂ ଏହାର ଜବାବ ରେ ୧୯୬ କରିଥିଲା। ଆମେରିକା ଓ ଓମାନ ଟିମ୍ ଲିଗ୍ -୨ ରେ ସ୍କଟଲାଣ୍ଡ, ନେପାଳ, ଏବଂ ସଂଯୁକ୍ତ ଆରମ୍ ଇମିରାତ୍ ସହିତ ଆସିଯାଇଛି।

Leave a Reply

Your email address will not be published. Required fields are marked *