ଏଠାରେ ଭଗବାନ କୃଷ୍ଣ ଙ୍କ ଅନ୍ତିମ ସତ୍କାର ହେଇଥିଲା , କେମିତି ଶେଷ ହେଇଥିଲା କୃଷ୍ଣ ଙ୍କ ଯଦୁବଂଶ ଏବଂ ସେ ନିଜେ

ଗୁଜୁରାଟର ସୋମନାଥ ମନ୍ଦିର ସବୁ ଭକ୍ତ ପାଇଁ ଏକ ମହତ୍ଵପୁର୍ଣ ତୀର୍ଥସ୍ଥାନ ଏହା ଏଥିପାଇଁକି ସୋମନାଥଙ୍କୁ ଭଗବାନଙ୍କ ପାହ୍ୟ ଜୋତିର୍ଲିଙ୍ଗରୁ ପ୍ରଥମ ଜୋତିର୍ଲିଙ୍ଗ ମନାଯାଏ Iସୋମନାଥ ଯେଉଁ ଜାଗାରେ ଅଛନ୍ତି ସେହି ଜାଗାରେ ନଟବର ଓ ନଟରାଜଙ୍କ ମିଳନ ହେଇଥିଲା I ନଟବର ମାନେ ଶ୍ରୀକୃଷ୍ଣ ଯଶୋଦାଙ୍କ କୃଷ୍ଣ ,ଦ୍ୱାରିକାର ରାଜା କୃଷ୍ଣ I ଗୋଟେ ପଟରେ ରାମେଶ୍ୱର ମନ୍ଦିରରେ ଭଗବାନ ରାମ ଓ ଶ୍ରୀକୃଷ୍ଣଙ୍କ ମିଳନ ଓ ଅନ୍ୟ ପଟରେ ସୋମନାଥରେ ଶିବ ଓ କୃଷ୍ଣଙ୍କ ମିଳନ I ଜୋତିର୍ଲିଙ୍ଗ ମନ୍ଦିରଠାରୁ 7 କି.ମି ଦୂରରେ ଏକ ଜାଗା ଅଛି ଯାହାର ନାମ ହେଉଛି ଭାଲକା ତୀର୍ଥ I ମାନ୍ୟତା ଅନୁସାରେ ଏହି ଜାଗାରେ ଶ୍ରୀକୃଷ୍ଣ ସାଂସରିକ ଶରୀର ତ୍ୟାଗ କରି ତାଙ୍କ ଧାମକୁ ଫେରିଯାଇଥିଲେ I କୁହାଯାଏକି ଭଗବାନ ଶ୍ରୀକୃଷ୍ଣ ଯେତେବେଳ ଗଭୀର ଚିନ୍ତାରେ ଥାନ୍ତି ସେତେବେଳେ ସେ ଦ୍ୱାରିକା ଛାଡି ସୋମନାଥ ଆସିଥାନ୍ତି I

ଥରେ ଏମିତି ହେଇଥିଲା ଶ୍ରୀକୃଷ୍ଣ ପରିବାର ପାଇଁ ଚିନ୍ତିତ ଥିଲେ ସେ ଦ୍ୱାରିକାରୁ ବାହାରି ଏକ ବରଗଛମୂଳରେ ଗଭୀର ଚିନ୍ତାରେ ଶୋଇପଡିଲେ I ମହାଭାରତ ଯୁଦ୍ଧ ପରେ ଶ୍ରୀକୃଷ୍ଣ କୌରବଙ୍କ ମାତା ଗାନ୍ଧାରୀଙ୍କୁ ଭେଟିବାକୁ ଯାଇଥିଲେ I ଯୁଦ୍ଧରେ 100ରୁ 100 ପୁଅଙ୍କୁ ହରାଇଥିବା ଗାନ୍ଧାରୀ ବିଳାପ କରି ରାଗରେ ଭଗବାନ କୃଷ୍ଣଙ୍କୁ ପୁରା ବଂଶ ନାଶ ହେଇଜିବାର ଅଭିଶାପ ଦେଲେ I

ଶ୍ରୀମଦ ଭାଗବତ ମହାପୁରାଣ ଅନୁସାରେ ଥରେ ୟାଦବଂଶୀୟ ମାନେ ଦ୍ୱାରିକାରେ ରୁଷିମୁନିଙ୍କର ଅପମାନ କରିଥିଲେ ଯେଉଁ କାରଣରୁ ସାଧୁମାନେଭି ଯାଦବବଂଶର ବିନାଶର ଅଭିଶାପ ଦେଲେ I ତାହାର ପରିଣାମ ମହାଭାରତ ଯୁଦ୍ଧର 36 ବର୍ଷ ପରେ ସବୁ ଯାଦବବଂଶ ନଦୀ ପାଖରେ ଏକାଠି ହେଲେ ଓ ନିଜ ଭିତରେ ଲଢ଼ିବାକୁ ଲାଗିଲେ ରୁଷିମୁନିଙ୍କ ଅପମାନହିଁ ଏହାର ସବୁଠୁ ବଡ କାରଣ ଥିଲା I ଭଗବାନ ଏହି ବିନାଶରୁ ବଂଶକୁ ରକ୍ଷା କରିପାରିଲେ ନାହିଁ I ଏହି କଥାରେ ଶ୍ରୀକୃଷ୍ଣ ଚିନ୍ତିତ ହୋଇ ସୋମନାଥ ଠାରୁ 7କି.ମି ଦୂରରେ ଅବସ୍ତିତ ବେରାବଲ ନାମକ ଏକ ଜାଗାରେ ବିଶ୍ରାମ ପାଇଁ ରହିଲେ ଓ ଧ୍ୟାନମଗ୍ନରେ ଶୋଇପଡିଲେ I

ସେଠୁ କିଛି ଦୂରରେ ଅବସ୍ତିତ ଥିବା ଜାରା ନାମକ ଏକ ଶବରଙ୍କୁ କିଛି ଚମକୁଥିବା ନଜର ଆସିଲା ତାଙ୍କୁ ଲାଗିଲାକି ଏହା ହରିଣର ଆଖି ଓ ସେ ତୀର ଚଳାଇଦେଲେ ଯାହା ସିଧା ଯାଇ କୃଷ୍ଣଙ୍କ ପାଦରେ ଲାଗିଲା I ଯେତେବେଳେ ପାଖରେ ପହଁଚିଲା ଏହା ଦେଖି କାନ୍ଦିବାକୁ ଲାଗିଲେ ସେହି ବାଣରେ ଅନ୍ୟ କେହି ନୁହଁ ଭଗବାନ ଶ୍ରୀକୃଷ୍ଣ ଆଘାତ ହେଇଥିଲେ I ଯାହାକୁ ସେ ହରିଣର ଆଖି ଭାବୁଥିଲା ତାହା ଭଗବାନ ଶ୍ରୀକୃଷ୍ଣଙ୍କ ବାମ ଗୋଡ଼ର ପାଦ ଥିଲା I କୃଷ୍ଣ ଜରାକୁ ବୁଝେଇ କହିଲେ କାହିଁକି ତମେ କାନ୍ଦୁଛ ଇଏତ ନିୟତି I ପୂର୍ବ ଜନ୍ମରେ ସେ କିସ୍କିନ୍ଧାର ରାଜା ବାଳି ଥିଲେ ମୁ ତମକୁ ରାମଅବତାରରେ ଲୁଚିକି ମାରିଥିଲି ତାହାଭି ଏକ ନିୟତି ଥିଲା ଆଜି ଈଏଭି ଏକ ନିୟତି

I ଭାଲକା ତୀର୍ଥକୁ ଆଜିଭି ଭଗବାନ ଶ୍ରୀକୃଷ୍ଣଙ୍କୁ ଏହି ସ୍ୱରୂପରେ ଦର୍ଶନ କରିବାକୁ 4 ଲକ୍ଷ ଭକ୍ତ ଆସୁଛନ୍ତି I ସେହି ମନ୍ଦିର ପାଖରେ କେରଳା ,କପିଳା ଓ ସରସ୍ବତୀ ତିନି ନଦୀର ସଂଯୋଗ ହେଇଛି ଯାହାକୁ ତ୍ରିବେଣୀ ଘାଟ କୁହାଯାଏ I ମାନ୍ୟତା ଅନୁସାରେ ଶ୍ରୀକୃଷ୍ଣଙ୍କ ଶରୀରର ଅନ୍ତିମ ସତ୍କାର ଏହି ତ୍ରିବେଣୀ ଘାଟରେ କରାଯାଇଥିଲା ଯେଉଁଠି ଆଜିଭି ତାଙ୍କର ପାଦ ଚିହ୍ନ ଅଛି I ଏହି ତୀର୍ଥକୁ ଗୌଲୋକ ଧାମ କୁହାଯାଏ I

Leave a Reply

Your email address will not be published. Required fields are marked *