ଆସୁଛି ନୂଆ ହଳଦିଆ/ସବୁଜ ମିଶା ୨୦ ଟଙ୍କିଆ ନୋଟ୍‌,ପୁରୁଣା ନୋଟ୍‌ ଅଚଳ ହେଇଯିବ ନା ଚଳିବ ? ପଢନ୍ତୁ

ନୂଆ ରଙ୍ଗରେ ଆସୁଛି 20ଟଙ୍କିଆ ନୋଟ୍‌ I ପୁରୁଣା ରଙ୍ଗରୁ ବଦଳି ଏଥରକ ହଳଦିଆ ରଙ୍ଗରେ ଆସିବ 20 ଟଙ୍କିଆ ନୋଟ୍‌ I ଏନେଇ ଆର୍‌ବିଆଇ ତରଫରୁ ଘୋଷଣା କରାଯାଇଛି I ଖୁବ ଶୀଘ୍ର ଏହା ବଜାର କୁ ଆସିବାକୁ

ଥିବାବେଳେ ଓଡ଼ିଆ ପୁଅ ତଥା ଆର୍‌ବିଆଇର ଗର୍ଭନର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ଏହି ନୋଟ୍‌ ରେ ରହିବ I ହାଲକା ସବୁଜ ଏବଂ ହଳଦିଆ ରଙ୍ଗରେ ମିଶା ମିଶି ଏହି ନୋଟ୍‌ ଦେଖିବାକୁ ସୁନ୍ଦର ଥିବାବେଳେ ଖୁବ ଆକର୍ଷଣୀୟ ଲାଗୁଚି I

ଏହି ନୋଟ୍‌ ରେ ସାମ୍ନାପଟେ ମହାତ୍ମା ଗାନ୍ଧୀ ଏବଂ ପଛ ପଟେ ଏଲୋରା ଗୁମ୍ପା ର ଛବି ସ୍ଥାନିତ ହେବ I ତେବେ ନୂଆ ନୋଟ୍‌ କୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି କି ପୁରୁଣା ନୋଟ୍‌ ଚାଲିବ ନା ଅଚଳ ହେଇଯିବ ? ସୂଚନା ମୁତାବକ ପୁରୁଣା ନୋଟ ଅଚଳ ପାଇଁ କୌଣସି ଘୋଷଣା ହେଇନଥିବା ରୁ ପୂର୍ବପରି ଚାଲିବ I

ଏହା ପୂର୍ବରୁ ମଧ୍ୟ 50 /100 ଟଙ୍କାର ବାଇଗଣୀ ,ନୀଳ ରଙ୍ଗର ନୋଟ୍‌ ଆସିଥିଲା I

Leave a Reply

Your email address will not be published. Required fields are marked *