ଓମ ଙ୍କ ଘଟଣାରେ ନାଟକୀୟ ମୋଡ, ଭାଇରଲ ଭିଡିଓ ରେ ଖୋଲୁଛି ଷଡଯନ୍ତ୍ର ର ଗୁମର

ସବୁଠୁ ଚର୍ଚ୍ଚାରେ ଥିବା ସତ୍ୟବାଦୀ ବିଜେପି ପ୍ରାଥୀ ଓମ ପ୍ରକାଶ ଙ୍କ ଘଟଣାରେ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି Iନିର୍ବାଚନ ଦିନ 23ତାରିଖ ରେ ବୀରକିଶୋରପୁର ଗ୍ରାମରେ ୭୮ ନମ୍ବର ବୁଥ ରେ ବିଜେପି ପ୍ରାଥୀ ଇଭିଏମ ଭଙ୍ଗାରୁଜା କରିବା ସହିତ ପ୍ରିଜାଇଡିଂ ଅଫିସର ଙ୍କୁ ମାଡ ମIରିଥିବାର ସଙ୍ଗୀନ ଅଭିଯୋଗ ହେଇଥିଲା I ଓମ ଙ୍କ ନାମରେ ଥାନାରେ ଏତଲା ପରେ ସେ ଫେରାର ହେଇଯାଇଥିଲେ ,ତାଙ୍କୁ ପଳାତକ କରିବାକୁ ପୁରୀ ଏସପି ସୂଚନା ଦେବାପରେ ଫେସବୁକ ରେ ନିଜର ମତ ରଖିଥିଲେ ଓମ ପ୍ରକାଶ I

କହିଥିଲେ କି ସେଦିନ କିଛି ସ୍ଥାନରେ ବିଜେଡି ରିଂଗିଙ୍ଗ କରୁଥିବାର ଅଭିଯୋଗ ଆସିବା ପରେ ସେ ପୋଲିସ ଅଧିକାରୀଙ୍କୁ ଜଣାଇବା ପରର ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ବାଧ୍ୟ ହେଇ ସେହି ସ୍ଥାନରେ ପହଞ୍ଚିଥିଲେ କିନ୍ତୁ ଜାଣିବାକୁ ପାଇଥିଲେ କି ବୁଥ୍ ରେ ବିଶିଆ ପ୍ରଧାନ ନାମକ ଜୈନିକ ବ୍ୟକ୍ତି ସମସ୍ତଙ୍କର ମତଦାନ ଦେଇସାରିଛନ୍ତି I ଏନେଇ ବିଶିଆ ଙ୍କ ସହିତ ତାଙ୍କର ଯୁକ୍ତିତର୍କ ହେଇଥିଲା ତାଙ୍କୁ ବୁଥ୍ ପାଖକୁ ଛଡା ଯାଇନଥିଲା ଏବଂ ତାଙ୍କ ଗାଡ଼ିରୁ ଜୋରଜବରଦସ୍ତ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ କୁ ଛଡେଇ ନେଇଥିଲେ I ତେଣୁ ନିରପେକ୍ଷ ତଦନ୍ତ କରାଯାଉ ଯଦି ସେ ଦୋଷୀ ତେବେ ନିହାତି ଦଣ୍ଡ ପାଇବେ I ଅପରପକ୍ଷରେ ପ୍ରିଜାଇଡିଂ ଅଫିସର ଙ୍କ ବୟାନ ଏବେ ସନ୍ଦେହ ଘେରରେ I

ପ୍ରିଜାଇଡିଂ ଅଫିସର ଗଣମାଧ୍ୟମ କୁ ସୂଚନା ଦେଇ କହିଥିଲେ କି ଓମ ସେଠାରେ 200ରୁ ଉର୍ଦ୍ଧ କର୍ମୀ ଆଣି ତାଙ୍କୁ ସେଠାରେ କାନ ବେକ କୁ ନିସ୍ତୁକ ମାଡ ମାରିଥିଲେ କିନ୍ତୁ ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ଥିବାର ଦେଖାଯାଇନଥିଲା ,ଅପରପକ୍ଷରେ ପ୍ରିଜାଇଡିଂ ଅଫିସର ଙ୍କ ସୂଚନା ଅନୁଯାଇ ଓମ 200 କର୍ମୀ ଆଣିଥିବା ବେଳେ ଏବେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି କି ତାଙ୍କୁ ଶତାଧିକ କର୍ମୀ ଅତି ଅସଭ୍ୟ ଭାବରେ ବାଡ଼େଇବାକୁ ଗୋଡ଼େଇଥିଲେ

I ତେବେ ଓମ ଙ୍କ 200 କର୍ମୀ କୁଆଡେ ଗଲେ ତାହା ଏବେ ସତ୍ୟବାଦିରେ ପ୍ରଶ୍ନ ଠିଆ କରାଇଛି I 200 କର୍ମୀ ଧରି ବାଡ଼େଇବାକୁ ଆସିଥିବା ଓମ ଙ୍କ ପାଖରେ କେହି ନଥିବା ବେଳେ ଅତି ଅସହାୟ ଭାବରେ ଭୟଭୀତ ଭାବରେ ସେ ଦୌଡୁଥିବାର ଦେଖାଯାଇଛି I ଅନ୍ୟ ଏକ ଭିଡିଓ ରେ ମଧ୍ୟ ଭାଇରଲ ହେଉଛି କି ପ୍ରତିପକ୍ଷ ପ୍ରାଥୀ ଉମା ସାମନ୍ତରାୟ ସେହି ବୁଥ୍ ରେ ରାତି 11ଟା ଯାଏଁ ଉପସ୍ଥିତ ଥିଲେ

,ଯଦି ଏହା ସତ୍ୟ ହେଇଥାଏ ତେବେ ବିଧାୟକ ମହୋଦୟ ଙ୍କ ସେଠାରେ କଣ କାମ ଥିଲା ତାହାର ମଧ୍ୟ ସ୍ପଷ୍ଟୀକରଣ ନିହାତି ଆବଶ୍ୟକ ବୋଲି ସତ୍ୟବାଦୀ ବାସି ଙ୍କ ମନରେ ପ୍ରଶ୍ନ ଉଠିଛି I ତେଣୁ ଏ ସବୁ ଘଟଣାକୁ ଦେଖିଲେ ଲାଗୁଚି କି ନିହାତି ଭାବରେ କିଛି ଭିତିରିଆ କଥା ଅଛି ଯାହାକି ତଦନ୍ତ ପରେ ଜଣାପଡିବ I

Leave a Reply

Your email address will not be published. Required fields are marked *