କୋଲକତା ରେ ବିଜେପି ପାଇଁ ପ୍ରଚାର କଲେ ରେସ୍‌ଲର ଖଲି, ମମତା ଙ୍କ ପାଇଁ ବଢ଼ିଲା ସମସ୍ୟା

ସାରା ଦେଶରେ ନିର୍ବାଚନ ଚାଲୁଥିବା ବେଳେ କେନ୍ଦ୍ରରେ ମୋଦିଙ୍କ ସପକ୍ଷରେ ଅଧିକାଂଶ ସେଲିବ୍ରିଟି ପ୍ରଚାର କରିବା ସହିତ ବିଜେପି ରେ ସାମିଲ ହେଉଛନ୍ତି I ଦିନକୁ ଦିନ ମୋଦି ବ୍ରାଣ୍ଡ ପ୍ରତି ଲୋକଙ୍କ ଭରଷା ବଢ଼ିବାରେ ଲାଗିଛି I ସେହିକ୍ରମରେ ଭାରତର ଗର୍ବ ତଥା ସାରା ବିଶ୍ୱରେ ପରିଚିତ ରେସଲର ଦଲିପ ସିଂ ରାନା ଓରଫ ଲୋକପ୍ରିୟ ଗ୍ରେଟ ଖଲି ନିର୍ବାଚନ ପ୍ରଚାର ରେ ଓଲ୍ହାଇଛନ୍ତି I ଚର୍ଚ୍ଚା ଚାଲିଛି କି ମୋଦିଙ୍କୁ ସମର୍ଥନ ଜଣାଇ କୋଲକତାର ଯାଦବପୁର ବିଜେପି ପ୍ରାଥୀ ଅନୁପମ ହାଜରାଙ୍କ ସପକ୍ଷରେ ପ୍ରଚାର କରି ତାଙ୍କୁ ଭୋଟ ଦେବାକୁ ଲୋକଙ୍କୁ କହୁଛନ୍ତି I ତେବେ ଖଲି କହିଛନ୍ତି କି ଅନୁପମ ତାଙ୍କର ଜଣେ ଭଲ ବନ୍ଧୁ ତେଣୁ ସେ ବନ୍ଧୁ ଙ୍କ ପାଇଁ ପ୍ରଚାର କରିବାକୁ ମୈଦାନ କୁ ଓଲ୍ହାଇଛନ୍ତି I

Leave a Reply

Your email address will not be published. Required fields are marked *