ଖରାଦିନେ ନିହାତି ଖାଆନ୍ତୁ ତାଳସଜ ,ମିଳିବ ଏତେସବୁ ଫାଇଦା I ତାଳସଜ ର ଉପକାରିତା

ପ୍ରକୃତି ର ଉପହାର ସବୁବେଳେ ମନୁଷ୍ୟ ପାଇଁ ସଜା ହେଇ ରହି ଆସିଛି ଏଇ ଯେମିତି ଦେଖୁନାହାନ୍ତି ଏବେ ଡହ ଡହ ଖରା ଚାଲିଥିବା ବେଳେ ଗଛରେ ଫଳିଛି ତାଳ I କଷି ତାଳ ସାଧାରଣତଃ ପାଣି ଥିବାବେଳେ ଏହା ପାଟିକୁ ଭାରି ସୁଆଦିଆ ଲାଗିଥାଏ I ତାଳଫଳ ଅନ୍ୟ ଫଳ ଭଳି ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ I ଏହି ଫଳ ଭିଟାମିନ ବି ,ଆଇରନ , ପୋଟାସିୟମ ,ଫସଫରସ , କ୍ୟାଲସିୟମ ରେ ଭରପୁର ହୋଇଥାଏ ଯାହା ଶରୀର ପାଇଁ ଫାଇଦାମନ୍ତ ହୋଇଥାଏ I

ଏହାର ଜୁସ ଶରୀରରେ ପାଣିର କମିକୁ ପୁରା କରିଥାଏ ଯେଉଁଥିରୁ ଶରୀରକୁ ଶକ୍ତି ମିଳିଥାଏ I ତାଳସଜ ଫଳ ନଡ଼ିଆ ଫଳ ସହ ସମାନ ହୋଇଥାଏ I ଏହା ଶରୀର ତାପମାତ୍ରାକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ I ଗରମ ମୌସମରେ ତାପମାତ୍ରା ବଢ଼ିବାରୁ ଶରୀରରେ ପାଣିର କମି ଦେଖାଦେଇଥାଏ ଯାହା ଫଳରେ ଶରୀର ପୋଡିଗଲା ଭଳି ଲାଗେ I ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତାଳସଜର ଉପଯୋଗ କରାଯାଏ I

ଡିହାଇଡ୍ରେସନରେ ପାଣିର କମିକୁ ଦୂର କରିବା ପାଇଁ ସକାଳେ ଏହାର ଏକ ଗ୍ଲାସ ତାଜା ଜୁସ ପିଇଲେ ବହୁତ ଲାଭ ମିଳିଥାଏ I ଏହା ଏସିଡ଼ିଟି ଦୂର କରିବାର କାମ କରିଥାଏ I ତାଳସଜରେ ବହୁସାରା ପୋଷାକତତ୍ୱ ଭିଟାମିନ-ବି 12 ମିଳିଥାଏ ଯାହା ଆମ ଶରୀର ପାଇଁ ବହୁତ ଫାଇଦାମନ୍ତ ହୋଇଥାଏ I ଏହା ପେଟର ସମସ୍ୟାକୁ ଦୂର କରିଥାଏ I ଗରମ ସମୟରେ ଏହାର ରସ ପିଇଲେ ବହୁତ ଲାଭ ହୋଇଥାଏ I

ଏହା ଲିଭରକୁ ଭି ସ୍ୱାସ୍ଥ ରଖିବାର କାମ କରିଥାଏ I ତାଳସଯରେ ବହୁମାତ୍ରାରେ ପୋଟାସିୟମ ମିଳିଥାଏ ଯାହା ଶରୀର ଭିତରେ ଗନ୍ଧକୁ ସଫା କରି ଲିଭରକୁ ସୁରକ୍ଷିତ ରଖିଥାଏ ଯାହା ଫଳରେ ରୋଗକୁ ଦୂର କରିଥାଏ I ଏହା ଶରୀରରେ ଶକ୍ତି ପ୍ରଦାନ କରିବାର କାମ କରିଥାଏ ଏଥିରେ ବହୁ ପରିମାଣର ମିନେରାଲ ମିଳିଥାଏ I

Leave a Reply

Your email address will not be published. Required fields are marked *