ବିଜେଡି ବରିଷ୍ଠ ନେତା ତଥା ମନ୍ତ୍ରୀ ଅନନ୍ତ ଙ୍କୁ ଗାଁ ରେ ପୁରାଇଦେଲେନି , 5ବର୍ଷ ର ହିସାବ ମାଗିଲେ ଗାଁ ବାସି

ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରଚାର ଚାଲିଛି I କଳେ ବଳେ କୌଶଳେ ନେତା ମାନେ ନିର୍ବାଚନ ଜିତିବାକୁ ଉଦ୍ୟମ ଜାରି ରଖିଛନ୍ତି I ଅଧିକାଂଶ ସ୍ଥାନରେ ନେତା ମାନଙ୍କୁ ସାଧାରଣ ଜନତାର ବିରୋଧ ର ସାମ୍ନା ମଧ୍ୟ କରିବାକୁ ପଡୁଛି I ଏହି କ୍ରମରେ ଗତକାଲି ବିଜେଡି ଭୋଗରାଇ ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅନନ୍ତ ଦାସ ଙ୍କୁ ଗାଁ ବାସୀଙ୍କ ବିରୋଧର ଶିକାର ହେବାକୁ ପଡିଛି I ସୂଚନା ଅନୁଯାଇ ଗତକାଲି ସନ୍ଧ୍ୟା ସମୟରେ ଅନନ୍ତ ନିଜ ନିର୍ବାଚନ ମଣ୍ଡଳୀ ରେ ପ୍ରଚାର କରିବାକୁ ଯାଇଥିବା ସମୟରେ କଟିସାହିରେ ଗାଁ ଲୋକେ ତାଙ୍କୁ ଭିତରକୁ ପୁରାଇ ଦେଇନଥିଲେ I

5ବର୍ଷ ଧରି କଣ କରିଛ ତାର ହିସାବ ମାଗିଥିଲେ ଅନନ୍ତ ଙ୍କୁ I କିଛି ସମୟ ପାଇଁ ମନ୍ତ୍ରୀ ଅନନ୍ତ ଅଟକ ରହିଥିଲେ ଗାଁ ବାସୀଙ୍କ ମଧ୍ୟରେ I ଶେଷରେ ବାଧ୍ୟ ହେଇ କମର୍ଦା ପୁଲିସ୍ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଇ ମନ୍ତ୍ରୀଙ୍କୁ ସେଠାରୁ ବାହାରକୁ ନେଇ ଆସିଥିଲେ I ଗାଁ ବାସୀଙ୍କ ଅଭିଯୋଗ ଅନୁଯାଇ ବିଗତ 5ବର୍ଷ ଧରି ଗ୍ରାମରେ କୌଣସି ଆଖି ଦୃଶିଆ କାର୍ଯ୍ୟ ହେଇପାରିନାହିଁ I ଏପରିକି ସମସ୍ତ ମୌଳିକ ସୁବିଧା ରୁ ଗ୍ରାମକୁ ବଞ୍ଚିତ କରାଯାଇଛି

I ଗ୍ରାମରେ ରାସ୍ତା ନାହିଁ କି ପାନୀୟ ପାଣି ନାହିଁ ,ଯୋଗ୍ୟ ହିତାଧିକାରୀ ମାନେ ସେମାନଙ୍କର ପ୍ରାପ୍ୟ ପାଉନଥିବା ବେଳେ ଗ୍ରାମକୁ ପଞ୍ଚାୟତ ଦାବି କରାଯାଇ ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନାହିଁ ,ତେଣୁ ସେମାନେ ବାଧ୍ୟ ହେଇ ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *