ଭକତରେ ଏମିତି ବନ୍ଧା ସେ କାଳିଆ ,ମୁସଲମାନ ସାଲବେଗଙ୍କ ପାଇଁ ଅଟକାଇଥିଲା ନିଜ ନନ୍ଦୀଘୋଷ

ଭଗବାନ ଭକ୍ତର ଜାତି ଧର୍ମ ଓ ବର୍ଣ କିଛି ଦେଖନ୍ତିନି ଦେଖନ୍ତିତ କେବଳ ଭକ୍ତର ଭକ୍ତି ଟିକକ କିଏ ମନପ୍ରାଣ ଦେଇ ନିଜେ ନିଜକୁ କେତେ ସମର୍ପଣ କରୁଛି I ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଥିଲେ ସାଲବେଗ I ସାଲବେଗ ଏକ ଗରିବ ମୁସଲମାନ ଘରେ ଜନ୍ମ ଗ୍ରହଣ କରିଥିଲେ I ତାଙ୍କ ପିତା ଲାଲବେଗ ବିହାରର ବାସିନ୍ଦା ସେ ଜଣେ ମୋଗେଲ କର୍ମଚାରୀ ଥିଲେ I ପୁରୀରେ ଆକ୍ରମଣବେଳେ ସାଲବେଗଙ୍କ ମାଙ୍କୁ ବିବାହ କରିଥିବା ଜଣାପଡେ I ସେ ଜଣେ ଓଡ଼ିଆ ବ୍ରIହ୍ମଣି ଥିଲେ I ଲାଲବେଗ ତାଙ୍କୁ ଜବରଦସ୍ତ ବିବାହ କଲାପରେ ତାଙ୍କ ନାମ ଫକୀମା ଦେବୀ ହେଇଥିଲା I

ସାଲବେଗ ଛୋଟବେଳୁ ଓଡ଼ିଆ ଶାସ୍ତ୍ର ଶୁଣି ମନେ ରଖୁଥିଲେ I ସେ ଅନେକ ଭଜନ ଓ ଜଣାଣ ମଧ୍ୟ ଗାଇଛନ୍ତି I ସାଲବେଗଙ୍କ ସମାଧି ଏବେବି ପୁରୀର ମୁଖ୍ୟ ଚିକିସ୍ଛାଳୟ ପାଖରେ ରହିଛି I ସାଲବେଗଙ୍କ ମାମୁ ଘର ପୁରିଦାଣ୍ଡର ମୁକୁନ୍ଦୁପୁର ପାଖରେ ଏହା ସାଲବେଗଙ୍କ ମୁର୍ତୀପିଠ ଭାବେ ପରିଚିତ I ତାଙ୍କ ମାଙ୍କୁ କିପରି ଭାବେ ଅପହରଣ କରାଯାଇଥିଲା ସେ ତାହା କବିତା ମାଧ୍ୟମରେ କହିଛନ୍ତି I ଲାଲବେଗ ପୁରୀ ଆକ୍ରମଣ କରିଗଲାବେଳେ ବାଟରେ ଦାଣ୍ଡମୁକୁନ୍ଦପୁର ଠାରେ ଏକ ବିଧବା ବ୍ରହ୍ମଣୀକୁ ଗାଧଉଥିବା ସମୟରେ ଦେଖିବା ପରେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଓ ତାଙ୍କୁ ଅପହରଣ ମଧ୍ୟ କରିଥିଲେ Iତେବେ ସେ ମହିଳା ଜଣକ ଲାଲବେଗକୁ ସମର୍ପଣ ନକରି ଆତ୍ମହତ୍ୟା କରିବେ ବୋଲି କହିଲେ ପରେ ତାଙ୍କୁ ଲାଲବେଗ ନିଜର ସ୍ତ୍ରୀ ରୂପେ ଗ୍ରହଣ କଲେ କିନ୍ତୁ ମହିଳାଙ୍କର କିଛି ସର୍ତ୍ତ ରହିଥିଲା କୌଣସି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନକରିବା ସହ ତାଙ୍କୁ ମୁସଲମାନଙ୍କର କୌଣସି ଧର୍ମ ମାନିବାକୁ ବାଧ୍ୟ୍ୟ କରିବେ ନାହିଁ I ଲାଲବେଗ ପୁରୀ ମନ୍ଦିର ଉପରେ ଆକ୍ରମଣ ନକରି ଦାଣ୍ଡମୁକୁନ୍ଦପୁର ଠାରୁ ଫେରି ଚାଲିଯାଇଥିଲେ I କିଛିଦିନ ପରେ ତାଙ୍କର ଏକ ପୁତ୍ର ଜନ୍ମ ହେଲା ,ଯାହାର ନା ସାଲବେଗ ପରେ ତାଙ୍କ ପୁତ୍ର ବଡ ହେଲା I ଥରେ ସାଲବେଗ ଏକ ଯୁଦ୍ଧ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଭାବରେ ଆହତ ହୋଇଯାଇଥିଲେ I ଅତ୍ୟନ୍ତ କଷ୍ଟ ହେବା କାରଣରୁ ସେ ତାଙ୍କ ମାଙ୍କୁ ଡାକି କହିଥିଲେ ମତେ ବଂଚିବାଲାଗି କିଛି ଉପାୟ କହ ନଚେତ ମୁ ଆତ୍ମହତ୍ୟା କରିଦେବି ଓ ଏହା ଶୁଣିଲା ପରେ ମା ତାଙ୍କୁ ଈଶ୍ୱରବିଶ୍ୱାସୀ ହେବାକୁ କହିଲେI ସବୁ ଠିକ ହେବ ବୋଲି କହିଥିଲେ ଏହା ପରେ ହିନ୍ଦୁ ଦେବଦେବତା ମାନଙ୍କ ପ୍ରତି ତାଙ୍କ ଭକ୍ତି ଆସିଲା I ଏହା ପରେ ମଧ୍ୟ ତାଙ୍କ ଦେହ ଭଲ ହେଲା ନାହିଁ I ମାଙ୍କ ଉପଦେଶ ପାଳନ କରି ବୃନ୍ଦାବନ ଠାରେ କୃଷ୍ଣଙ୍କ ନାଁ ଜପିଥିଲେ ପରେ ସେଠାରେ ତାଙ୍କ ଦେହ ଭଲ ହୋଇଯାଇଥିଲା I ଏହା ପରେ ସାଲବେଗ ଓ ତାଙ୍କ ମା ପୁରୀ ଆସିଥିଲେ କିନ୍ତୁ ସେମନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିଦିଆଯାଇନଥିଲା ତେଣୁ ସାଲବେଗ ନିଜ କବିତାରେ ଲେଖିଛନ୍ତି ପିତା ମୋ ମୋଗଲ ,ମାତା ମୋ ବ୍ରାହ୍ମଣି ଏ କେଉଁ କୂଳେ ଜନ୍ମିଲି ହିନ୍ଦୁ ନଛୁଁଏ ମୋ ପାଣି Iପ୍ରବଳ ଇଛା ଥିଲେ ମଧ୍ୟ ସେ ଜଗନ୍ନାଥଙ୍କ ଦର୍ଶନ ପାଇପାରିନଥିଲେ I 1622ରୁ 1647 ମଧ୍ୟରେ ସାଲବେଗ ଭଜନ ଓ ଜଣାଣ ଗାଉଥିଲେ I ନାଗସନ୍ୟାସୀମାନେ ମୋଗଲଙ୍କର ପୁରୀ ଆକ୍ରମଣ ସମୟରେ ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ପ୍ରାଣଆହୁତି ଦେଇଥିଲେ I ସେବାୟତମାନେ ଠାକୁରମାନଙ୍କୁ ଦାଣ୍ଡମୁକୁନ୍ଦପୁର ନେଇଯାଇଥିଲେ I ଲାଲବେଗଙ୍କ ବଙ୍ଗ ଯୁଦ୍ଧ ସମୟରେ କଲିକତା ଠାରେ ମୃତ୍ୟୁ ହେଇଥିଲା I ଏହା ପରେ ସାଲବେଗ ଓ ତାଙ୍କ ମାଙ୍କୁ ଘର ଲୋକ ବିଦା କରିଦବା ଫଳରେ ସେମାନେ ଦକ୍ଷିଣ ଆଡେ ପଳାଇଥିଲ I

ଏହାପରେ ସାଲବେଗ ରଥଯାତ୍ରା ସମୟରେ ଦର୍ଶନ କରିବାକୁ ଇଛା ପ୍ରକାସ କରିଥିଲେ ତେଣୁ କିମ୍ବଦନ୍ତୀରୁ ଜଣାପଡେଯେ ସାଲବେଗଙ୍କ ଅପେକ୍ଷା କରି ଜଗନ୍ନାଥଙ୍କ ନନ୍ଦିଘୋଷ ବଡ଼ଦାଣ୍ଡରେ ଅଟକି ରହିଥିଲା ଓ ସାଲବେଗ ପହଂଚି ଦର୍ଶନ କଲାପରେ ରଥ ଗଡିଚାଲିଲା I ତାଙ୍କ ମୃତ୍ୟୁ ପରେ ବଡଦାଣ୍ଡ ର ବଳଗଣ୍ଡି ଠାରେ ଏକ ସ୍ମୃତିପୀଠ ସ୍ଥାପନ କରାଯାଇଛି I

Leave a Reply

Your email address will not be published. Required fields are marked *