6 ଦିନ ପରେ ଜେଲ୍ ରୁ ବାହାରିଲେ ମହାରଥୀ ,ମିଳିଲା ସର୍ତ୍ତ ମୂଳକ ଜାମିନ୍ ।

ଶେଷରେ ପ୍ରଦୀପ ମହାରଥୀ ଙ୍କୁ ଆଜି ମିଳିଛି ଜାମିନ୍ ।ଦୀର୍ଘ 6 ଦିନ ଧରି ଜେଲ୍ ରେ ରହିବା ପରେ ତାଙ୍କ ଜାମିନ ମଞ୍ଜୁର ହେଇଛି ।ଆଜି ସ୍ୱତନ୍ତ୍ର ଶୁଣାଣୀରେ ବିଚାର କରାଯାଇ ସର୍ତ୍ତମୂଳକ ଭାବେ ତାଙ୍କୁ ଜାମିନ ଦିଆଯାଇଛି I ସର୍ତ ଅନୁଯାଇ ଦୁଇ ଜଣ ଜାମିନଦାର ଥିବାବେଳେ କୌଣସି ସାକ୍ଷୀ ଙ୍କୁ ଧମକାଇ ମତ ପରିବର୍ତନ କରିବାକୁ ଯେପରି ପ୍ରଦୀପ ଚେଷ୍ଟା ନକରନ୍ତି I

ସୂଚନା ଥାଉ କି ନିଜ ଫାର୍ମ ହାଉସ ରେ ଟଙ୍କା ବଣ୍ଟା ହେଉଥିବାର ଖବର ଶୁଣି ଯାଞ୍ଚ କରିବାକୁ ଯାଇଥିବା ନିର୍ବାଚନ ଅଧିକାରୀ ଙ୍କ ଦ୍ୱାରା ନିୟୋଜିତ ମାଜିଷ୍ଟେଟ ଙ୍କୁ ମହାରଥୀ ତାଙ୍କ ସମର୍ଥକ ମାନଙ୍କ ଦ୍ୱାରା ବାଡେଇଥିଲେ ,ଏନେଇ ନିଜେ ମାଜିଷ୍ଟେଟ ଅଭିଯୋଗ କରିବା ପରେ ମହାରଥୀ ଗିରଫ ହେଇଥିଲେ ଏପରିକି ନିଜର ମତଦାନ ମଧ୍ୟ ଦେଇପାରିନଥିଲେ I ଜେଲ୍ ରେ ତାଙ୍କ ଶରୀର ଅସୁସ୍ଥ ହେଇଯାଇଥିଲା ଏବଂ ସେ ଜାମିନ ଆବେଦନ କରିଥିଲେ I

Leave a Reply

Your email address will not be published. Required fields are marked *