ଅମରପୋଇ ପତ୍ର ଖାଇବା ଦ୍ୱାରା କିଡ଼ନୀ ରୁ ସମସ୍ତ ପ୍ରକାର ଷ୍ଟୋନ /ପଥୁରୀ ବାହାରି ଯାଇଥାଏ

ପେଟରେ ପଥର ଜମିବା ହେବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି ଯଦି କାହାକୁ ପଥରୀ ହୋଇଯାଏ ତାକୁ ବହୁ କଷ୍ଟ ସହିବାକୁ ପଡିଥାଏ I ଆଜି ଆମେ ଏହି ଅମରପୋଇ ମାଧ୍ୟମରେ କେମିତି ପଥୁରୀ ର ନିବାରଣ କରାଯାଇପାରିବ ତା ବିଷୟରେ କହିବୁ I ପଥୁରୀ ମହିଳା ଅପେକ୍ଷା ପୁରୁଷଙ୍କଠି 3ଗୁଣା ବେଶୀ ମିଳିଥାଏ I ବେଶୀ ସମୟ ପଥରୀ 20 ବର୍ଷରୁ ନେଇ 30 ବର୍ଷ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ I ଏହାର ଲକ୍ଷଣ କଣ ଓ ନିବାରଣ କଣ ଆସନ୍ତୁ ଜାଣିବା ଇଏ ଏମିତି ଏକ ରୋଗ ଯାହା ବ୍ୟକ୍ତିକୁ ବହୁତ କଷ୍ଟ ଦେଇଥାଏ I

ପ୍ରଦୂଷଣ ଓ ଭୁଲ ଖାଦ୍ୟ ଖାଇବା ଫଳରେ ମଣିଷ ଭିତରେ ବହୁ ପ୍ରକାରର ରୋଗ ଜନ୍ମ ନେଇଥାଏ I ପଥୁରୀ ଵନିବାର ମୁଖ୍ୟ କାରଣ ହେଉଛି ୟୁରିକି ଏସିଡ଼ି ,ଫସଫେରିକି ଏସିଡ଼ି,କ୍ୟାଲସିୟମ ଓ ଅକଜେଲିକି ଏସିଡ଼ି ମିଳିବାରୁ I ଏହା କୌଣସି ଭି ମଣିଷକୁ ହୋଇପାରେ ଏମିତି କିଛି ନୁହଁକି କାହାକୁ ହବ କାହାକୁ ହବନି I ଦୁଇ ପ୍ରକାରର ପଥୁରୀ ଥାଏ ଏକ ବଡ ପଥୁରୀ ଓ ଏକ ଛୋଟ ପଥୁରୀ I ଛୋଟ ବାଲା ପଥୁରୀ ବାହାରକୁ ବାହାରିଯାଏ କିନ୍ତୁ ବଡ ବାଲା ବାହାରକୁ ବାହାରିପାରେ ନାହିଁ ଯେଉଁ କାରଣରୁ ରୋଗୀକୁ ବହୁତ କଷ୍ଟ ହୋଇଥାଏ I

ପଥୁରୀ ହେବାର କାରଣ ମୁଖ୍ୟ କାରଣ ହେଉଛି ଖାଇବା ପିଇବା ସମୟରେ ଯଦି ମୂତ୍ର ଗାଢା ହୋଇଥାଏ ତ ପଥରୀ ହେବା ଆରମ୍ଭ ହୋଇଯାଏ ଓ ମୂତ୍ରାଶୟ ନାଳିରେ ଧୀରେ ଧୀରେ ଜମା ହେବାକୁ ଲାଗିଥାଏ ତାହା ପଥରୀର ରୂପ ନେଇଥାଏ I ଏହା ମୂତ୍ର ମାର୍ଗରେ ବାଧା ଦେଇଥାଏ ଓ ମୁତିବା ସମୟରେ କଷ୍ଟ ହୋଇଥାଏ ଓ ସେତେବେଳେ ରୋଗୀକୁ ଅନୁଭବ ହୋଇଥାଏକି ତାକୁ ପଥରୀ ହୋଇଛି I ଅମରପୋଇର ପ୍ରୟୋଗରେ ପଥରୀ ଆରାମରେ ବାହାରି ଆସିଥାଏ I

ଅମରପୋଇକୁ କୀଡୀନିଷ୍ଟୋନ ଓ ପ୍ରୋଷ୍ଟେଡ଼ ଗ୍ରନ୍ଥ ସହ ଜଡିତ ରୋଗର ନିବାରଣ ପାଇଁ ଉପଯୋଗୀ ମନାଯାଏ I ଏହାର ପତ୍ରକୁ ମାଟିରେ ପୋତିଦେଲେ ସେହି ଜାଗାରେ ଏହାର ଗଛ ଉଠିଯାଏ I ଏହାକୁ ସେବନ କଲେ 10-15ଏମ.ଏମର ପଥରୀ ମୁତ ସାହାଯ୍ୟରେ ବାହାରକୁ ବାହାରି ଯାଆନ୍ତି I ଅମରପୋଇର 3-4 ପତ୍ରକୁ ନେଇ ବାଟି ତାକୁ ଏକ ଗ୍ଲାସ ପାଣିରେ ମିଶାଇ ସକାଳେ ଓ ସନ୍ଧ୍ୟାବେଳେ ଜୁସ ଆକାରରେ କମ ସେ କମ ଏକ ମାସ ପର୍ଯ୍ୟନ୍ତ ପିଅନ୍ତୁ ତା ଛଡା ପତ୍ରକୁ ଚୋବାଇ ଓ ପକୁଡି ବନାଇକି ମଧ୍ୟ ଖିଆଯାଏ I

ଯଦି ସ୍ୱାସ୍ଥ ବ୍ୟକ୍ତି ଏହାକୁ ନିୟମିତ ଭାବେ ସେବନ କରେ ତାହାଲେ ସେ ବହୁ ସାରା ଚିନ୍ତାରୁ ଦୂର ହେଇପାରିବ ତା ସହିତ ଧ୍ୟାନ ରଖନ୍ତୁ ତମ୍ବାଖୁ ,ପାନ ଘୁଟୁକା ଆଦିରୁ ଦୁରେଇ ରୁହନ୍ତୁ I

ଯାହାକୁ ପଥୁରୀ ହୋଇଥାଏ ସେ କେବେବି ଚୂନ ଖାଆନ୍ତୁ ନାହିଁ ବହୁ ଲୋକ ପାନରେ ଚୂନ ଖାଆନ୍ତି I ପଥୁରୀ ହେବାର ମୁଖ୍ୟ କାରଣ ଆପଣଙ୍କ ଶରୀରରେ କ୍ୟାଲସିୟମ ଅଧିକ ମାତ୍ରାରେ ମିଳିଥାଏ I ଯାହାକୁ ପଥୁରୀ ଥାଏ ତାଙ୍କ ଶରୀରରେ ଜରୁରୀ ଠାରୁ ଅଧିକ ମାତ୍ରାରେ କ୍ୟାଲସିୟମ ଥାଏ ତେଣୁ ଆପଣ ଚୂନା ଖାଇବା ବନ୍ଦ କରିଦିଅନ୍ତୁ I

Leave a Reply

Your email address will not be published. Required fields are marked *