ଓଡ଼ିଶାରେ ଯାଆଁଳା ମନ୍ଦିର ,ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ ,ଜାଣନ୍ତୁ ଶିବ ଙ୍କ ଏହି ମହିମା ବିଷୟରେ

ମନ୍ଦିର ମାଳିନୀ ଓଡିଶା ସାରା ଭାରତରେ ପ୍ରସିଦ୍ଧ ଲାଭ କରିଛି I ପୁରୀ ଶ୍ରୀ ମନ୍ଦିରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଏମିତି ମନ୍ଦିର ଅଛି ଯାହା କାରୁକାର୍ଯ୍ୟ ଓ ରହସ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ ଅଟନ୍ତି I ଓଡ଼ିଶାରେ ମନ୍ଦିରମାନଙ୍କ ମଧ୍ୟରୁ ଏମିତି ଏକ ମନ୍ଦିର ଅଛି ଯାହାକୁ ଯାଆଁଳା ମନ୍ଦିର କୁହାଯାଏ I ଚାରିଶମ୍ଭୁ ମନ୍ଦିର ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଅବସ୍ତିତ ଏକ ଯାଆଁଳା ଶିବ ଓ ବିଷ୍ଣୁ ମନ୍ଦିର I ବୌଦ୍ଧ ସହର ଠାରୁ 16 କି.ମି ଦୂରରେ ଅବସ୍ତିତ ଜଗତି ଗାଁରେ ଏହି ମନ୍ଦିର ଅବସ୍ତିତ

I ସ୍ଥାନୀୟ ଲୋକ ଯାଆଁଳା ମନ୍ଦିରକୁ ଚାରିଶମ୍ଭୁ ମନ୍ଦିର କୁହନ୍ତି I ଯାଆଁଳା ମନ୍ଦିର କହିଲେ ଗୋଟେ ଭୂମି ଉପରେ ଲାଗି ଲାଗି ସମାନ ଆକାରର ଦୁଇଟି ମନ୍ଦିରକୁ ଯାଆଁଳା ମନ୍ଦିର କୁହାଯାଏ I ମନ୍ଦିର ଦୁଇଟି ସବୁ ଦୃଷ୍ଟିରୁ ଦେଖିବାକୁ ଏକାପରି I ଗୋଟିଏ ମନ୍ଦିରରେ ପୂଜା ପାଉଛନ୍ତି ଭଗବାନ ବିଷ୍ଣୁ ଓ ଅନ୍ୟ ପଟେ ଭଗବାନ ଶିବ I ବିଷ୍ଣୁ ପୂଜା ପାଉଥିବା ମନ୍ଦିରଟିର ନାଁ ନୀଳମାଧଵ ଓ ଶିବ ପୂଜା ପାଉଥିବା ମନ୍ଦିରର ନାଁ ସିଦ୍ଧେସ୍ୱର I

ନୀଳମାଧଵ ମନ୍ଦିରର ଶିଖରରେ ଶୋଭା ପାଉଛି ନୀଳ ଚକ୍ର ସେହିପରି ସିଦ୍ଧେଶ୍ୱର ମନ୍ଦିରର ଶିଖରରେ ଶୋଭା ପାଉଛି ଏକ ଶିବଲିଙ୍ଗ I ଚାରିଶମ୍ଭୁ ମନ୍ଦିର କହିବାର କାରଣ ସେଠାରେ ଚାରଟି ଶିବଲିଙ୍ଗ ପୂଜା ପାଉଛନ୍ତି I ସିଦ୍ଧେଶ୍ୱର ,ଯୋଗେଶ୍ୱର ,କପିଳେଶ୍ୱର ଏବଂ ପଶ୍ଚିମ ସୋମନାଥ I

Leave a Reply

Your email address will not be published. Required fields are marked *