ପାନ ପତ୍ର ର ଏତେ ସବୁ ଚମତ୍କାରି ଉପକାରିତା

ପାନ ପତ୍ର ସଂସ୍କୃତି ,ପରମ୍ପରା ଓ ପୂଜା ଅର୍ଚନା ଆଦିରେ ମହତ୍ଵପୁର୍ଣ ସ୍ଥାନ ଲିଭାଇଥାଏ I ଅଧିକାଂଶ ଲୋକ ଖାଇ ସାରିବାପରେ ଖାଦ୍ୟ ହଜମ କରିବା ପାଇଁ ଓ ମୁହଁର ସ୍ୱାଦ ପାଇଁ ଖାଆନ୍ତି I ଧର୍ମ ସଂସ୍କାର କ୍ରିୟା ପାନପତ୍ର ବିନା ସମ୍ଭବ ନୁହେ I ଏହା ବହୁ ରୋଗରୁ ମୁକ୍ତ କରିଥାଏ ଓ ବହୁ ବେମାରର ଉପଚାର କରିଥାଏ I ପାନକୁ ବନାଇବା ପାଇଁ ବହୁ ଜିନିଷର ବ୍ୟବହାର କରାଯାଏ ଯେମିତି ଚୁନ,ଗୁଆ ,ମିଠାମସଲା ଆଦି ପଦାର୍ଥ କୌଣସୀନା କୌଣସି ରୂପରେ ମୁହଁ ପାଇଁ ଲାଭଦାୟକ ହୋଇଥାନ୍ତି I ଯଦି ଆପଣଙ୍କୁ ପାଇରୀୟା ରୋଗ ହୋଇଥାଏ ତେବେ ଆପଣ ପାନରେ 10ଗ୍ରାମ କପୁର ମିଶାଇ ଦିନରେ ଦୁଇରୁ ତିନିଥର ସେବନ କରୁଛନ୍ତି ତାହେଲ ପାଇରୀୟା ଦୂର ହେଇଯିବ I ପାନ ପୁରା ମୁହଁକୁ ସ୍ୱାସ୍ଥ ରଖିଥାଏ କାରଣ ଏହା ମୁହଁରେ ଥିବା ବ୍ୟାକ୍ଟେରିଆକୁ କମ କରିଥାଏ I

ମୁହଁର ଦୁର୍ଗନ୍ଧକୁଭି ଦୂର କରିଥାଏ I ଏଥିରେ ବ୍ୟବହାର କରାଯାଉଥିବା ଗୁଆ ,ମସଲା ମୁହଁକୁ ଫ୍ରେସ ରଖେ I ଯଦି ଆପଣଙ୍କର ଖାଶ ହଉଥାଏ ତାହେଲେ ହଳଦିକୁ ଗରମ କରି ପାନ ଉପରେ ଲଗାନ୍ତୁ ଓ ତାକୁ ଚୋବାନ୍ତୁ ଏହାଦ୍ୱାରା ଆପଣଙ୍କର ଖାସ ଭଲ ହୋଇଯିବ I ଯାହାର କୀଡୀନି ସମସ୍ୟା ଥାଏ ଦିନରେ ସକାଳେ ଓ ସନ୍ଧ୍ୟାବେଳେ ପାନ ନିଶ୍ଚିତ ଚୋବାନ୍ତୁ ଏହାଦ୍ୱାରା ପେଟର ମଇଳା ସବୁ ସଫା ହୋଇଯିବ ଓ କୀଡୀନିର କାମ କରିବା ଶକ୍ତି ବୃଦ୍ଧି ହୋଇଥାଏ I ଶ୍ୱାସନଳିର ସମସ୍ୟା ଥିଲେ ଏହାର ବ୍ୟବହାର କରାଯାଏ I ଏଥିପାଇଁ ଆପଣ ପାନର ତେଲକୁ କାଢିଦିଅନ୍ତୁ ଓ ତାକୁ ଗରମ କରିଦିଅନ୍ତୁ ଗରମ କରିବା ପରେ ସେହି ତେଲକୁ ନେଇ ଛାତିରେ ମାଲିସ କରନ୍ତୁ ଏହାକୁ ଗୋଟେ ମାସ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ତାପରେଏହା ଭଲ ହେବାକୁ ଲାଗିବ I ମୂତ୍ର କମ ବାହାରିବା ବହୁ ଲୋକଙ୍କୁ ଅଳ୍ପ ମୂତ୍ର ରୋଗ ଥାଏ ଯାହା ଫଳରେ ପେଟ ସହ ଜଡିତ ଅନେକ ରୋଗର ଶିକାର ହେବାକୁ ପଡିଥାଏ I

ଏଥିରେ ବଂଚିବା ପାଇଁ ପାନପତ୍ରର ରସକୁ କାଢିଦିଆନ୍ତୁ ଓ ତାକୁ ପତଳା କ୍ଷୀର ସହ ନିଅନ୍ତୁ ଏହା କଲେ ମୂତ୍ରରୋଗ ଠିକ ହୋଇଯାଏ I ପାନପତ୍ରରେ ଏମିତି ଏକ ଆଣ୍ଟିଅକ୍ସିଡାଂଟ ତତ୍ୱ ମିଳିଥାଏ ଯଉଥିରେ ଆପଣଙ୍କ ତ୍ୱଚାର ଚମକ ଆସିଥାଏ ଓ ଆପଣଙ୍କର ସୁନ୍ଦରତା ବଢିଥାଏ I ପାନ ସେଲିବ୍ରି ଗ୍ଲାଣ୍ଡକୁ ସକ୍ରିୟ କରିଥାଏ ଯାହା ଫଳରେ ମୁହଁରେ ପାଚନ ପାଇଁ ଲାଳ ବଢିଥାଏ ,ଖାଦ୍ୟ ଆରାମରେ ଛୋଟ ଛୋଟ ଭାଗରେ ବାଂଟିହୋଇଯାଏ I ପାନ ପାଚନ ଓ କୀଡୀନି ପାଇଁ ବହୁତ ଫାଇଦାମନ୍ତ ହୋଇଥାଏ I ଇଏ ଖାଦ୍ୟକୁ ହଜମ କରିବା ପାଇଁ ଲାଳ ବନାଇଥାଏ I ପାନ ସେବନ କଲେ ଘା ଶୀଘ୍ର ଭଲ ହୋଇଯାଏ I ଯଦି ଆପଣଙ୍କୁ ଅଧିକ ଥଣ୍ଡା ହୋଇଥାଏ ତାହେଲେ ଆପଣ ଏହି ପତ୍ରର ବ୍ୟବହାର କରିପାରିବେ

I ଏଥିପାଇଁ ଆପଣ ପାନରେ ଟିକେ ମହୁ ମିସାନ୍ତୁ ଓ ତାପରେ ତାକୁ ଚୋବାନ୍ତୁ ଏହା ଠିକ ହେଇଯିବ ଭୋକ ବଢ଼ାଇବା ପାଇଁ କିଛି ଲୋକଙ୍କ ଓଜନ କମ ହୋଇଥାଏ ତ କାହାକୁ କମ ଭୋକ ଲାଗିଥାଏ I ସବୁଦିନ ପାନ ସେବନ କଲେ ବ୍ୟକ୍ତିର ଭୋକ ଓ ଶୋଷ ବଢିଯାଏ ଓ ସେ ପେଟଭରି ଖାଦ୍ୟ ଖାଏ I

Leave a Reply

Your email address will not be published. Required fields are marked *