ବନ୍ଦ ହେବ ଜନସନ ବେବି ପାଉଡର ଏବଂ ଶ୍ୟାମ୍ପୁ ବିକ୍ରି , ନିର୍ଦ୍ଦେଶ ଦେଲେ ଶିଶୁ ସୁରକ୍ଷା ଆୟୋଗ

ପିଲାଙ୍କ ପାଇଁ ବ୍ୟବହାର ହେଉଥିବା ଜନସନ କମ୍ପାନୀର ବେବି ପାଉଡର ଏବଂ ଶ୍ୟାମ୍ପୁ ଉପରେ କିଛିଦିନ ତଳେ ଅଭିଯୋଗ ଆସିଥିଲା କି ଏହା ଶିଶୁଙ୍କ ପାଇଁ ଖରାପ ଅଟେ ଏପରିକି ରାଜସ୍ଥାନ ଡ୍ରଗ କଣ୍ଚ୍ରୋଲ ଅର୍ଗାନାଇଜେସନ ର ପରୀକ୍ଷାରୁ ଜଣାପଡିଥିଲା କି ଜନସନ ବେବି ପାଉଡର ଏବଂ ଶ୍ୟାମ୍ପୁରେ ଫର୍ମାଲ ଡିହାଇଡ ଅଛି ଯାହାକି କ୍ୟାନସରର କାରଣ ମଧ୍ୟ ପାଲଟିପାରେ Iଏହି ରିପୋର୍ଟ କୁ ଆଧାର କରି ତୁରନ୍ତ ଜନସନ ପାଉଡର ଏବଂ ଶ୍ୟାମ୍ପୁ ବିକ୍ରି ବନ୍ଦ କରିବାକୁ ଶିଶୁ ସୁରକ୍ଷା ଆୟୋଗ ନିର୍ଦେଶ ଦେଇଥିଲେ

I ଏହାକୁ କଡାକଡି ପାଳନ କରିବା ସହିତ ରାଜସ୍ଥାନ ,ମଧ୍ୟପ୍ରଦେଶ ,ଆନ୍ଧ୍ରପ୍ରଦେଶ ,ଝାରଖଣ୍ଡ ଏବଂ ଆସାମ ରେ ଜନସନ ପାଉଡର ଏବଂ ଶ୍ୟାମ୍ପୁ ର ପରୀକ୍ଷା କରି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି I ତେବେ ସୂଚନା ଥାଉ କି ୨୦୧୧ ମସିହାରେ ଏକ ଅନ୍ତର୍ଜାତୀୟ ରିପୋର୍ଟ ପ୍ରକାଶ କରିଥିଲା କି ଫର୍ମାଲ ଡିହାଇଡ ଯୋଗୁଁ କ୍ୟାନସର ହେଇଥାଏ I

ଏହାପରେ ଆମେରିକା ମଧ୍ୟ ଫର୍ମାଲ ଡିହାଇଡ କୁ କ୍ୟାନସରର କାରଣ ବୋଲି ଘୋଷଣା କରିଥିଲା I ଜନସନ ପାଉଡର ଏବଂ ଶ୍ୟାମ୍ପୁ ରେ ଫର୍ମାଲ ଡିହାଇଡ ଥିବାର ଅଭିଯୋଗ ଆସିବା ପରେ ୨୦୧୪ ମସିହାରେ କମ୍ପାନୀ ସ୍ପଷ୍ଟୀକରଣ ରଖିଥିଲା ଯେ ପାଉଡର ଏବଂ ସାମ୍ପୁ ରେ କ୍ଷତିକାରକ ଫର୍ମାଲ ଡିହାଇଡ ନାହିଁ ତେବେ ପରୀକ୍ଷା ପରେ ଜଣାପଡିଥିଲା କି ଏଥିରେ ଫର୍ମାଲ ଡିହାଇଡ ପରିମାଣ ରହିଛି I

ତେଣୁ ତୁରନ୍ତ ସମସ୍ତ ଜନସନ ବେବି ପାଉଡର ଏବଂ ଶ୍ୟାମ୍ପୁ କୁ ନିଷିଦ୍ଧ କରିବାକୁ ନିର୍ଦେଶ ମିଳିଥିବା ବେଳେ କମ୍ପାନୀ ନିଜର ଯୁକ୍ତି ରଖିଛି କି ଆଉ ଥରେ ପରୀକ୍ଷା କରାଯାଉ I

Leave a Reply

Your email address will not be published. Required fields are marked *