ରାସ୍ତାରେ ପାନ /ଗୁଟଖା ଖାଇ ଛେପ ପକାଉଛନ୍ତି କି ସାବଧାନ ଜୋରିମାନା ଲାଗିବ ଶହେ ଟଙ୍କା

ରାସ୍ତାରେ ଯିବାବେଳେ ସାଧାରଣତଃ ଅଧିକାଂଶ ଲୋକେ ପାନ/ସଫଳ/ଗୁଟଖା ଖାଇ ଛେପ ପକାଇଥାନ୍ତି I ଏହାଦ୍ୱାରା ପରିବେଶ ଅସ୍ୱାସ୍ଥ୍ୟକର ହେଇପଡ଼ିଥାଏ I ତେବେ ଅହମ୍ମଦାବାଦ୍‌ ଏହାକୁ ନେଇ କଠୋର ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛି ଯାହାକି ଏବେ ସବୁଆଡେ ଚର୍ଚ୍ଚା ହେବାରେ ଲାଗିଛି I ପାନ /ଗୁଟଖା ଖାଉଥିବା ଲୋକଙ୍କ ପାଇଁ ମହଙ୍ଗା ପଡିଛି ଛେପ ପକାଇବା I ଯଦି କୌଣସି ବ୍ୟକ୍ତି ରାସ୍ତାରେ ଛେପ ପକାଏ ତେବେ ତୁରନ୍ତ ତାଙ୍କଠାରୁ ଜୋରିମାନା ଆକାର ରେ 100ଟଙ୍କା ଆଦାୟ କରାଯାଉଛି

I ଏପରିକି ସିସି ଟିଭି ଚେକ କରାଯାଇ ବ୍ୟକ୍ତିଙ୍କ ଘର ଠିକଣା ବାହାର କରାଯାଇ ଘରକୁ ଚାଲାଣ କଟାଯାଉଛି I ୟା ମଧ୍ୟରେ ପାଖାପାଖି ୧୦ ହଜାର ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇସାରିଲାଣି I ଏପରି ଘଟଣା କୁ ସବୁ ମହଲ ରୁ ସ୍ୱାଗତ କରାଯାଉଥିବା ବେଳେ ଖୁବ ଶୀଘ୍ର ଅନ୍ୟ ରାଜ୍ୟରେ ମଧ୍ୟ ଲାଗୁ କରାଯିବାକୁ ବ୍ୟବସ୍ତା କରାଯାଉଛି I

Leave a Reply

Your email address will not be published. Required fields are marked *