ଆସନ୍ତା ସପ୍ତାହରେ ପରୀକ୍ଷଣ ହେବ ବ୍ରହ୍ମୋସ୍‌, ସୀମା ଏପାଖରୁ ରହି କରିପାରିବ ବାଲାକୋଟ ପରି ଆକ୍ରମଣ

ଭାରତୀୟ ବାୟୁସେନା ଓ ଡିଆରଡିଓ ଆଗାମୀ ସପ୍ତାହ ରେ ବ୍ରହ୍ମୋସ୍ ସୁପର୍ଶୋନିକ୍ କ୍ରୁଜ୍ ମିସାଇଲ ପବନ କୁ ଲଞ୍ଚ କରୁଥିବା ଭର୍ଜନ୍ ର ପରୀକ୍ଷଣ ର ଯୋଜନା କରୁଛି। ମିଶାଇଲ ର ସଫଳ ପରୀକ୍ଷଣ ପରେ ଭାରତ ବାଲାକୋଟ ଭଳି ଏୟାର ଷ୍ଟ୍ରାଇକ୍ ରେ ଦେଶରେ ପ୍ରସ୍ତୁତ ହେଉଥିବା ହତିଆର ର ସାହାଯ୍ୟ ରେ ଏହା ସକ୍ଷମ ହୋଇ ପାରିବ। ପାକିସ୍ତାନ ର ବାଲାକୋଟ ରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ – ଏ – ମହମ୍ମଦ ର ଠିକଣା ରେ ଷ୍ଟ୍ରାଇକ୍ ପାଇଁ ଭାରତ ଇସ୍ରାଏଲ ରେ ପ୍ରସ୍ତୁତ ହେଉଥିବା ସ୍ପାଇସ୍ – ୨୦୦୦ ବୋମା ବ୍ୟବହାର କରିଥିଲା।

ବାୟୁସେନା ସୂତ୍ର ରୁ ଜଣାପଡିଥିଲା ଯେ ୨୯୦ କି.ମି. ପର୍ଯ୍ୟନ୍ତ ମାରିବାରେ ସକ୍ଷମ ମିଶାଇଲ ବ୍ରହ୍ମୋସ ଏୟାର ଭର୍ସନ ର ଖୁବ୍ ଶୀଘ୍ର ବିକାଶ କରିବା ପାଇଁ ବାୟୁସେନା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରୁଛି। ଏହା ମାଟିତଳେ ଥିବା ଟାର୍ଗେଟ୍ କୁ ମଧ୍ୟ ଧୋଂସ କରିବାରେ ମଧ୍ୟ ସକ୍ଷମ ହେବ। ବଲାକୋଟ ବାୟୁସେନା ରେ ଏହିଭଳି ଭାବରେ ଏୟାର ସ୍ତ୍ରାଇକ୍ କରାଯାଇଥିଲା। ଡିଅାରଡ଼ିଓ ଦ୍ବାରା ଏହି ପରୀକ୍ଷଣ କିଛିଦିନ ମଧ୍ୟରେ ଶୁଖୋଇ ଲଡୁଆ ବିମାନ ସହ ହେବାକୁ ଯାଉଛି। ଏହି ମିଶାଇଲ ଖୁବ୍ ହାଲୁକା ହୋଇଥିବାରୁ ଏହାକୁ ଫାଇଟର ପ୍ଲେନ ରେ ବ୍ୟବହାର କରାଯାଇଥାଏ।

Leave a Reply

Your email address will not be published. Required fields are marked *