ଏହି ୭ ଟି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ ,କ୍ୟାନ୍ସର ରୋଗର ୭ଟି ପ୍ରାଥମିକ ଲକ୍ଷଣ

କ୍ୟାନ୍ସର ରୋଗ ହେଉଛି ମାରାତ୍ମକ ରୋଗ I ବିଶ୍ୱର ଅଧିକାଂଶ ଲୋକ ଏହି ରୋଗରେ ପୀଡିତ I ଆଧୁନିକ ଯୁଗର ପରିବର୍ତନ ଜୀବନ ଶୈଳୀହିଁ କ୍ୟାନ୍ସର ରୋଗର ମୂଳ କାରଣ I ଏହି ରୋଗ ପାଇଁ ଅଧିକାଂଶ ଲୋକ ପ୍ରାଣ ହରାଉଛନ୍ତି I ଚିକିସ୍ଛା କ୍ଷେତ୍ରରେ ବହୁ ପରିବର୍ତନ ହୋଇଥିଲେ ମଧ୍ୟ କ୍ୟାନ୍ସର ରୋଗ ପାଇଁ କୌଣସି ଔଷଧ ବାହାରିନାହିଁ I ତେବେ ପ୍ରାଥମିକ କ୍ଷେତ୍ରରେ ଯଦି ଏହାର ଲକ୍ଷଣ ଜାଣିପାରିବେ ତାହାଲେ ଏଥିରୁ ରକ୍ଷା ପାଇପାରିବେ

I କାରଣ ଅଧିକାଂଶ ଲୋକ ଶେଷ ପର୍ଯ୍ୟIୟ ରେ ହିଁ ଏହି ରୋଗକୁ ଚିନ୍ହିପାରନ୍ତି କିନ୍ତୁ ସେତେବେଳେ ଚିକିସ୍ଛା କଲେ ମଧ୍ୟ କୌଣସି ସଫଳ ମିଳିନଥାଏ I କ୍ୟାନ୍ସର ହେବା ମାତ୍ରେ ଶରୀରକୁ ବିଭିନ୍ନ ସଂକେତ ଦେଇଥାଏ I ପ୍ରଥମ ସମସ୍ୟା ହେଉଛି ଅନ୍ତନଳୀରେ ସମସ୍ୟା I

ଅନ୍ତନାଳୀ ବା ଖାଦ୍ୟନଳୀରେ ସମସ୍ୟା ଦେଖା ଦେବା ଏକ ସାଧାରଣ କଥା ପ୍ରତେକଙ୍କ ଜୀବନରେ ଏହି ସମସ୍ୟା ଦେଖାଦେଇଥାଏ I ଦୁତୀୟଟି ହେଲା ଅତ୍ୟଧିକ ରକ୍ତ ବୋହିବା ଖଣ୍ଡିଆ ଖାବରା ବା ଆଘାତ ଲାଗିଲେ ରକ୍ତ ବୋହିବା ଓ ରକ୍ତ ବନ୍ଦ ନହେବା I ତୃତୀୟଟି ହେଲା ରାତିରେ ଶୋଇଲାବେଳେ ଅତ୍ୟଧିକ ଝାଳ ବାହାରିବା, ସମସ୍ତଙ୍କ ଦେହରୁ ଝାଳ ବାହାରିବା ଏକ ସାଧାରଣ କଥା ଯଦି ଏହା ସପ୍ତାହ ଧରି ଲଗାତାର ଝାଳ ବାହାରେ ଓ ବନ୍ଦ ନହୁଏ ଏହା ହେଉଛି କ୍ୟାନ୍ସରର ଲକ୍ଷଣ I ଚତୁର୍ଥଟି ହେଉଛି ପିଠିରେ ଯନ୍ତ୍ରଣା ଓ ଶରୀର ଦୁର୍ବଳ ଲାଗିବା I

ନିୟମିତ ଭାବେ ପିଠିରେ ଯନ୍ତ୍ରଣା ହେବା ଏହା ଏକ ସାଧାରଣ କଥା ନୁହେ ଏହା ପ୍ରୋଷ୍ଟେଡ଼ କ୍ୟାନ୍ସରର ମୁଖ୍ୟ ଲକ୍ଷଣ I ପଞ୍ଚମଟି ହେଲା ଓଜନ କମିଯିବା I ଯଦି ବିନା କାରଣରେ ଆପଣଙ୍କର ଓଜନ ହ୍ରାସ ହଉଥାଏ ତାହେଲେ ଏହା କ୍ୟାନ୍ସରର ଲକ୍ଷଣ I ଭୋକ ଲାଗିବା ଓ ବେଶୀ ନଖାଇପାରିବା କ୍ୟାନ୍ସରର ମୁଖ୍ୟ ଲକ୍ଷଣ I ଯଦି ବିନା କାରଣରେ ଓଜନ 4-5 କିଲୋ କମିଯାଏ ତା ହେଉଛି କ୍ୟାନ୍ସରର ଲକ୍ଷଣ I ଷଷ୍ଠଟି ହେଲା ବାରମ୍ବାର ଖାସ ହେବା I ଥଣ୍ଡା ବା ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ନିୟମିତ ଭାବେ ଖାସ ହୋଇଥାଏ I

ତେବେ ବୀନା କାରଣରେ ଲଗାତାର ଖାସ ହେବା ଫୁସଫୁସ କ୍ୟାନ୍ସରର ମୁଖ୍ୟ ଲକ୍ଷଣ I ସପ୍ତମଟି ହେଲା ଛାତି ପୋଡିବା ଓ ଖାଦ୍ୟ ହଜମ ନହେବା I ଅନେକ ଲୋକ ଭାବନ୍ତିକି ମସଲାଯୁକ୍ତ ଖାଦ୍ୟ ଖାଇଲେ ଏମିତି ହୋଇଥାଏ ଯଦି ଏହା ଲଗାତାର ଦେଖାଦେଇଥାଏ ତାହେଲେ ଏହା କ୍ୟାନ୍ସରର ପ୍ରାଥମିକ ଲକ୍ଷଣ ହୋଇଥାଏ I ଏସବୁ ଲକ୍ଷଣ ଯଦି ଲାଗି ରହୁଥାଏ ତେବେ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ କରନ୍ତୁ I

Leave a Reply

Your email address will not be published. Required fields are marked *