କେନ୍ଦ୍ରାପଡା ରେ ବୁଥ୍ ରିଂଗିଙ୍ଗ ଅଭିଯୋଗ , ଇଭିଏମ୍ ରେ ଭୋଟ ଦେଉଥିବା ଲୋକଙ୍କୁ ତଦାରଖ କରୁଥିବା ଏ ବ୍ୟକ୍ତି କିଏ ?

ଆଜି ଚତୁର୍ଥ ତଥା ଶେଷ ନିର୍ବାଚନ ଚାଲିଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡା ଆସନ I ଏଠାରୁ ବୈଜୟନ୍ତ ଏବଂ ଅନୁଭବ ଙ୍କ କଡା ଟକ୍କର ହେଉଥିବା ବେଳେ କଳେବଳେ କୌଶଳେ ବିଜେଡି ଏହି ଆସନ କୁ ହାତେଇବାକୁ ଚାହିଁଛି

I ତେବେ ଆଜି ମତଦାନ ସମୟରେ ସାମ୍ନାକୁ ଆସିଛି ଏକ ଭାଇରଲ ଭିଡିଓ ,ତାହା ପୁଣି କେନ୍ଦ୍ରାପଡା ୩୧୦ ନମ୍ବର ବୁଥ୍‌ରୁ I ଭାଇରଲ ହେଇଥିବା ଭିଡିଓ ଅନୁଯାଇ ଏହି ବୁଥ୍ ରେ ଜଣେ ବ୍ୟକ୍ତି ସାଂସଦ ଇଭିଏମ ପାଖରେ ରହିଛନ୍ତି ଏବଂ ଯେଉଁମାନେ ବି ମତଦାନ ପାଇଁ ଆସୁଛନ୍ତି ସମସ୍ତଙ୍କ ସହିତ କଥା ହେଉଛନ୍ତି ,ଏବଂ ଭିତରେ ପଶି ଦେଖୁଛନ୍ତି ଏପରିକି ଅଭିଯୋଗ ଆସିଛି କି ସେ ଅଧିକାଂଶ ଭୋଟ ସେ ନିଜେ ଦେଇଦେଇଛନ୍ତି I

ତେବେ ଜଣାପଡିଛି କି ନା ସେ ପୋଲିଂ କର୍ମଚାରୀ ନା କୌଣସି ଦଳର ଏଜେଣ୍ଟ I ତେବେ କିଏ ଏହି ବ୍ୟକ୍ତି ? କାହିଁକି ସେ ଭିତରେ ପଶିଲେ .ଭିତରକୁ ତାଙ୍କୁ ଯିବାକୁ କିଏ ପରମିସନ ଦେଇଥିଲା ?ଏସବୁ ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି ଏବଂ ପ୍ରସାଶନ ତରଫରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣ ରେ ଦାବି ହେଉଛି I

ଅପରପକ୍ଷରେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ତାଙ୍କ ପାଖରେ ଏନେଇ କୌଣସି ଅଭିଯୋଗ ଆସିନି ,ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

Leave a Reply

Your email address will not be published. Required fields are marked *