ଦିଗ ବଦଳାଇଲା ନାହିଁ ଫନୀ : ଉତ୍ତର ଆନ୍ଧ୍ର ଓଡ଼ିଶା ଆଡ଼କୁ ମୁଁହାଉଛି

ଗତକାଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଥିଲେ ଯେ ବାତ୍ୟା ‘ ଫନୀ ‘ ବିପଦ ଓଡ଼ିଶା ପ୍ରତି ନାହିଁ। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ଏହା ଦିଗ ବଦଳାଇ ସାରିଲାଣି। ପାଣିପାଗ ବିଜ୍ଞାନୀ ଆଜି ତାଙ୍କର ଆକଳନ ରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଆନ୍ଧ୍ରପ୍ରଦେଶ ର ମଛଲିପଟନମ୍ ଠାରୁ ୧୦୯୦ କିମି ଦୂର ରେ ଥିବା ବାତ୍ୟା ସମୁଦ୍ର ରେ ବଳ ଗୋଟାଇବା ସହିତ ଭୀଷଣ ରୂପ ଧାରଣ କରୁଛି। ଏବଂ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ପ୍ରବଳ ବାତ୍ୟା ରେ ପରିଣତ ହେବ।ଏହା ପରେ ଆସନ୍ତା ୧୨ ଘଣ୍ଟା ଅର୍ଥାତ ମେ ୧ ତାରିଖ ଦିନ ଏହା ପ୍ରବଳ ବାତ୍ୟା ରେ ପରିଣତ ହେବ। ଏହା ବର୍ତ୍ତମାନ ଆନ୍ଧ୍ର – ଓଡ଼ିଶା ମୁହାଁ ହୋଇଲାଣି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କରିଛନ୍ତି, ‘ ଫନି ‘ ବିଶାଖାପାଟଣା ରୁ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ପାଣିପାଗ ବିଜ୍ଞାନୀ ଡ. ଶରତ ସାହୁ ଙ୍କ ଅନୁସାରେ ଉତ୍ତର ଆନ୍ଧ୍ର – ଗଞ୍ଜାମ ମଧ୍ୟରେ ୩ ତାରିଖ ବେଳକୁ ‘ ଫନୀ ‘ ର ମାଡ଼ ହୋଇପାରେ। କିନ୍ତୁ ଭାରତ ର ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ଙ୍କ ହିସାବ କହୁଛି, ବାତ୍ୟା ‘ ଫନୀ ‘ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ହିଁ ରହିବ। କିନ୍ତୁ ଏହା ଓଡ଼ିଶା କୁ ଛୁଇଁବ କୁ ନାହିଁ ତାହା ବର୍ତମାନ କୁହାଯାଇ ପାରିବ ନାହିଁ।

ପାଣିପାଗ ବିଜ୍ଞାନୀ ଙ୍କ କହିବା ଅନୁସାରେ ଏହି ବାତ୍ୟା ଓଡ଼ିଶା କୁ ବିପଦ ଆଣିପାରେ । ତେଣୁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟସରକାର ଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏବଂ ରାଜ୍ୟ ର ସମସ୍ତ ବନ୍ଦର କୁ ୨ ନମ୍ବର ବିପଦ ସଂକେତ ଦିଆଯାଇଛି। ଏବଂ ଗଭୀର ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟ ଜିବୀ ମାନଙ୍କୁ ଆସନ୍ତା ୩୦ ତାରିଖ ସୁଦ୍ଧା ଫେରିଆସିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *