‘ନବୀନ ଓଡ଼ିଶାର ପରିଚୟ’ ବିଜ୍ଞାପନ କୁ ନେଇ ତୀବ୍ର ବିରୋଧ ,ଓଡ଼ିଶାର ପରିଚୟ ଜଗନ୍ନାଥ ଓଡ଼ିଆ ଜାଣିନଥିବା ନବୀନ ନୁହନ୍ତି :ପ୍ରଦ୍ୟୁମ୍ନ

ଗତକାଲି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ ତମ ଜୟନ୍ତୀ ଥିବାବେଳେ ଅଧିକାଂଶ ଖବରକାଗଜ ରେ ସ୍ଥାନିତ ହେଇଥିଲା ବିଜେଡି ବିଜ୍ଞାପନ ‘ନବୀନ ଓଡ଼ିଶାର ପରିଚୟ’ I ଯାହାକୁ ନେଇ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ଯାଏଁ ସବୁଠି ଚର୍ଚ୍ଚା I ଏପରିକି ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଏହାକୁ ତୀବ୍ର ନିନ୍ଦା କରିଥିବା ବେଳେ ବୁଦ୍ଧିଜୀବୀ ମାନେ ଏହି ବିଜ୍ଞାପନ କୁ ନାପସନ୍ଦ କରିଛନ୍ତି I

ନବୀନ ଙ୍କ ପାଇଁ ଓଡିଶା ପରିଚିତ ନୁହେଁ ବରଂ ଏପରି ବିଜ୍ଞାପନ ଦ୍ୱାରା ବିଜେଡି ଓଡ଼ିଶାର ସ୍ୱାଭିମାନ କୁ ଅପମାନ ଦେଇଛି ,ଓଡ଼ିଆ ଜାଣିନଥିବା ନବୀନ କିପରି ଓଡ଼ିଶାର ପରିଚୟ ହେବେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଭାଷା ସୁରକ୍ଷା ଏବଂ ଓଡିଶା ନାଗରିକ ମହାମଞ୍ଚ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ I

ନବୀନ ଙ୍କ ଏହି ବିଜ୍ଞାପନ କୁ ବିରୋଧ କରି ସେ ଏହାକୁ ନିଆଁ ଲଗାଇ ପୋଡିବା ସହିତ ତୁରନ୍ତ ନବୀନ ବାବୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି I

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ମଧ୍ୟ ଏକ ଭିଡିଓ ପୋଷ୍ଟ କରି ଏହାକୁ ନିନ୍ଦା କରିବା ସହିତ କହିଛନ୍ତି କିଓଡ଼ିଶାର ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ମଧୁବାବୁ , ଓଡିଶାର ପରିଚୟ । ଓଡିଶାର ସାଧବ ପୁଅ ଓଡ଼ିଶାର ପରିଚୟ ହେବେନି ତ ଆଉ କିଏ ହେବ ? କିଛି ଲୋକଙ୍କର ଅହଂକାର ବଢ଼ିଗଲାଣି ସେଥିପାଇଁ ସେମାନେ ଯାହା ଭାବୁଛନ୍ତି ସେୟା କହିଯାଉଛନ୍ତି ବୋଲି ପରୋକ୍ଷରେ ନବୀନ ଙ୍କୁ କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର I

Leave a Reply

Your email address will not be published. Required fields are marked *