ପାଟକୁରା ରେ ବିଜୟ ଙ୍କ ବିରୁଦ୍ଧ ରେ ବିଜେଡ଼ି ରୁ ଲଢ଼ିବେ ସ୍ବର୍ଗତ ବେଦ ଙ୍କ ପତ୍ନୀ ସାବିତ୍ରୀ

ପାଟକୁରା ନିର୍ବାଚନ ନେଇ ବିଜେଡ଼ି ପକ୍ଷରୁ କିଏ ପାର୍ଥି ହେବ ତାହା ନେଇ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି।ଦିବଂଗତ ନେତା ତଥା ପୂର୍ବତନ ବିଧାୟକ ସ୍ବର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲ ଙ୍କୁ ପାର୍ଥୀ କରିଛି ବିଜେଡ଼ି। ମଇ ୧୯ ତାରିଖରେ ପାଟକୁରା ରେ ହେବ ନିର୍ବାଚନ।ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରଗମ୍ ହୋଇଥିଲା ପାଟକୁରା ନିର୍ବାଚନ।
ଦିବଂଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ଙ୍କୁ ବିଜୁ ଜନତା ଦଳ ପାର୍ଥୀ କରିବେ ବୋଲି ଚର୍ଚ୍ଚା ହେଉଥିଲା।ତେବେ ଆଜି ସମସ୍ତ ଚର୍ଚ୍ଚା ଏବଂ ଆଲୋଚନା ର ଅନ୍ତ ଘଟାଇ ସାବିତ୍ରୀ ଅଗ୍ରୱାଲ ଙ୍କ ନାମ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।ସେପଟେ ଏହି ଆସନରେ ବିଜେପି ପାର୍ଥୀ କରିଛି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ।ଆଉ ସେପଟେ କଂଗ୍ରେସ ଟିକଟ ରୁ ମଇଦାନ ରେ ଅଛନ୍ତି ଜୟନ୍ତ ମହାନ୍ତି।

Leave a Reply

Your email address will not be published. Required fields are marked *