ଷଡଯନ୍ତ୍ର ର ଖୋଲୁଛି ଗୁମର :ଏତଲା ଦେଇଥିବା ପ୍ରିଜାଇଡିଂ ଅଫିସର କହିଲେ ଓମ ବହୁତ ଭଲ ଲୋକ

ଓମ ଙ୍କ ଘଟଣାରେ ନେଇଛି ନୂଆ ମୋଡ଼ I ଯେଉଁ ପ୍ରିଜାଇଡିଂ ଅଫିସର ଏତଲା ଦେଇଥିଲେ ସେହିଁ ଖୋଲିଛନ୍ତି ଗୁମର I ଏକ ଚା ଖଟି ରେ କହୁ କହୁ କହିଦେଇଛନ୍ତି ସେଦିନର ଅସଲ କଥା I ଯାହାକି ଏବେ ଭାଇରଲ ହେବାରେ ଲାଗିଛି I

ଏତଲା ଦେଇଥିବା ଓମ ଙ୍କ ବାବଦରେ ପ୍ରିଜାଇଡିଂ ଅଫିସର କହିଛନ୍ତି ସେ ବହୁତ ଭଲ ଲୋକ I ସେଦିନ ସତ୍ୟବାଦୀର ସେହି ବୁଥ୍ ରେ ଜବରଦଖଲ ହେଇଥିଲା ପାଖାପାଖି 850 ଭୋଟ ରୁ 200 ଭୋଟ ଜବରଦଖଲ କରାଯାଇଥିଲା I ତହସିଲଦାର ,ବିଡ଼ିଓ ,ବଡ ବଡ ଅଫିସର ମାନେ ଆସିକି ଫେରିଯାଇଥିଲେ ସେ ବା କଣ କରିପାରିଥାନ୍ତେ I

ଅନ୍ତତ ଏତିକି ସ୍ପଷ୍ଟ ହେଉଛି ଯେ ସେଦିନ ବୁଥ୍ ରିଂଗିଙ୍ଗ ହେଇଥିଲା ଯାହାକି ଓମ ପ୍ରକାଶ ଅଭିଯୋଗ କରିଆସୁଥିଲେ ଯେ ବିଶିଆ ପ୍ରଧାନ ନାମକ ଜଣେ ବ୍ୟକ୍ତି ଜବରଦଖଲ କରିଥିଲେ I ସେ ଏହା ଜାଣିବା ପରେ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କୁ ମଧ୍ୟ ଶତାଧିକ ଲୋକ ଗୋଡାଉଥିବାର ଭିଡିଓ ସାମ୍ନା କୁ ଆସିଥିଲା I କିନ୍ତୁ ଓମ ଙ୍କ ନାମରେ ପାଲଟା ଅଭିଯୋଗ କରାଯାଇଥିଲା କି ସେ ଇଭିଏମ ଭାଙ୍ଗିଥିଲେ I ତେବେ ପ୍ରଶ୍ନ ଉଠୁଛି କି ଏତଲା ଦେଇଥିବା ପ୍ରିଜାଇଡିଂ ଅଫିସର ବାହାରେ ଓମ ଙ୍କୁ ଭଲ ଲୋକ କହିବା ନିହାତି ଭାବରେ ଆଲୋଚନା ହେଉଛି କି ସେଦିନ ପ୍ରିଜାଇଡିଂ ଅଫିସର ଚାପଗ୍ରସ୍ତ ହେଇ ଏତଲା ଦେଇଥିଲେ କି ?

ଦିନ କୁ ଦିନ ଘଟଣା ଭିର୍ଣ୍ଣ ମୋଡ ନେବାକୁ ଯାଉଥିବା ବେଳେ ନିରପେକ୍ଷ ତଦନ୍ତ ହିଁ ଅସଲରେ ପ୍ରକୃତ ସତ୍ୟାସତ୍ୟ ସାମ୍ନା କୁ ଆଣିପାରିବ I

Leave a Reply

Your email address will not be published. Required fields are marked *