‘ଫୋନି’କୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟର ପଦକ୍ଷେପ: ଓଡ଼ିଶା ସମେତ ୪ ରାଜ୍ୟକୁ ମିଳିବ ୧୦୮୬ କୋଟିର ଆଗୁଆ ସହାୟତା

ବାତ୍ୟା ଫନୀକୁ ଦେଖି ଏହା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୪ ରାଜ୍ୟକୁ ଆଗୁଆ ସହାୟତା ରାଶି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।

୪ ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡିଶା, ତାମିଲନାଡୁ ଓ ପଶ୍ଚିମବଙ୍ଗ ପାଇଁ ଏହି ସହାୟତା ରାଶି ଆଗୁଆ ଭାବେ ଦିଆଯାଇଛି।

ଫନୀ ସହ ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶକୁ ୨୦୦ କୋଟି, ଓଡିଶାକୁ ୩୪୦ କୋଟି, ତାମିଲନାଡୁକୁ ୩୦୯ କୋଟି ଓ ପଶ୍ଚିମବଂଗକୁ ୨୩୫ କୋଟିର ଅର୍ଥ କେନ୍ଦ୍ର ତରଫ ରୁ କରାଯାଇଛି ।

ତେବେ ଏହି ଅର୍ଥରାଶି କେବଳ ସାମୁଦ୍ରିକ ବାତ୍ୟା ଫୋନିର ପୁନର୍ବାସ ଓ ଥଇଥାନ୍ ସହ ରିଲିଫ୍ ରେ ଖର୍ଚ ହେବ ବୋଲି ସ୍ପଷ୍ଟ କରିଛି କେନ୍ଦ୍ରସରକାର ।

Leave a Reply

Your email address will not be published. Required fields are marked *